39.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗସ୍ମାର୍ଟ ଫୋନ ନଥିବାରୁ କ୍ଲାସ କରିବାକୁ ଡ଼ାକି ୫ ଛାତ୍ରୀଙ୍କୁ ଦୁଷ୍କର୍ମ

ସ୍ମାର୍ଟ ଫୋନ ନଥିବାରୁ କ୍ଲାସ କରିବାକୁ ଡ଼ାକି ୫ ଛାତ୍ରୀଙ୍କୁ ଦୁଷ୍କର୍ମ

ତେଲେଙ୍ଗାନା : ତେଲେଙ୍ଗାନା ପ୍ରାଥମିକ ବିଦ୍ୟାଳୟର ଜଣେ ୪୦ ବର୍ଷର ଶିକ୍ଷକଙ୍କୁ ପୋଲିସ ଗିରଫ କରିଛି । ଅଭିଯୋଗ ଆସିଛି ଯେ ଶିକ୍ଷକ ଜଣକ ୨ୟ,୩ୟ,୪ର୍ଥ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ଯୌନ ଉତ୍ପୀଡ଼ନ କରୁଥିଲା । କୋରନା ମହାମାରୀକୁ ଆଖିରେ ରଖି ଶିକ୍ଷକ ଜଣକ କ୍ଲାସ କରିବା ବାହାନାରେ ସ୍କୁଲକୁ ଏକୁଟିଆ ଡ଼ାକୁଥିଲେ । କାରଣ ଅନଲାଇନ କ୍ଲାସ ପାଇଁ ସେହି ଛାତ୍ରୀ ମାନଙ୍କ ପାଖରେ ସ୍ମାର୍ଟ ଫୋନ ନଥିଲା । ସୂଚନା ଅନୂସାରେ ଜଣେ ଛାତ୍ରୀର ଦେହ ବହୁତ ଖରାପ ହେବାରୁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେହି ସମୟରେ ଝିଅଟି ତା ସହ ହୋଇଥିବା ଶୋଷଣ ବିଷୟରେ ନିଜ ମା’ଙ୍କୁ କହିଥିଲା । ଏହି ଘଟଣା ବିଷୟରେ ଶୁଣି ଝିଅଟିର ମା, ବାପା ରାଗରେ ଶିକ୍ଷକଙ୍କ ଘରେ ପହଞ୍ଚି ମାରପିଟ କରିଥିଲେ ।
ପୋଲିସର କହିବା ଅନୂସାରେ ସ୍କୁଲର ଅନ୍ୟ ଛାତ୍ରୀ ମାନଙ୍କୁ ପଚରାଉଚରା କରିଥିଲେ । ଏଥିରୁ ଜଣାପଡ଼ିଥିଲାଯେ ୭ ବର୍ଷରୁ ୧୧ ବର୍ଷ ଯାଏଁ ପିଲାଙ୍କୁ ୫ରୁ ୬ ଜଣଙ୍କ ସହ ଯୌନ ଉତ୍ପୀଡ଼ନ କରିସାରିଛି ଶିକ୍ଷକ ଜଣକ । ଏବେ ଝିଅ ମାନଙ୍କର ମେଡ଼ିକାଲ ଯାଞ୍ଚ କରାଯାଉଛି । ଏହି ମାମଲାରେ ଜିଲ୍ଲାର ଏସପି ସୁନିଲ ଦତ୍ତ କହିଛନ୍ତି ଯେ ଏବେ ଶିକ୍ଷକକୁ ଗିରଫ କରାଯାଇ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking