30.1 C
Bhubaneswar
Friday, April 26, 2024
Homeଓଡିଶାଶ୍ରମିକଙ୍କୁ ଗାଁ’ରୁ ତଡ଼ିଦେଲେ ସରପଞ୍ଚ : ୨୨ କି.ମି ଚାଲି ଚାଲି ଆସିଲେ ୬ଜଣ ପ୍ରବାସୀ

ଶ୍ରମିକଙ୍କୁ ଗାଁ’ରୁ ତଡ଼ିଦେଲେ ସରପଞ୍ଚ : ୨୨ କି.ମି ଚାଲି ଚାଲି ଆସିଲେ ୬ଜଣ ପ୍ରବାସୀ

ଗୋଲାମୁଣ୍ଡା : ତେଲେଙ୍ଗାନା ରାଜ୍ୟରୁ ୬ଜଣ କଳାହାଣ୍ଡିର ପ୍ରବାସୀ ଶ୍ରମିକ ଆସି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ବରଗାଁ ଟିଏମସିରେ ଗୋଟିଏ ଦିନ ରହିଥିବା ବେଳେ ତାଙ୍କୁ ସେଠାରୁ ସେଠାକାର ସରପଞ୍ଚ ତଡ଼ି ଦେଇଛନ୍ତି । ଏହାପରେ ସେମାନେ ଦୀର୍ଘ ୨୨ କିଲୋମିଟର ଚାଲିଚାଲି ଗୋଲାମୁଣ୍ଡା ବ୍ଲକକୁ ଆସିବା ଘଟଣା ବ୍ଲକରେ ଅସନ୍ତୋଷ ବାତାବରଣ ସୃଷ୍ଟି ହୋଇଛି । ବ୍ଲକର ନୂଆଗାଁ ଗ୍ରାମପଞ୍ଚାୟତର ଗୋଟିଏ ପରିବାର ୫ବର୍ଷର କୁନି ଝିଅ ସମେତ ୪ ଜଣ ଓ ଚପ୍ରିଆ ଗ୍ରାମପଞ୍ଚାୟତର ଟିଙ୍ଗିପଦର ଗ୍ରାମର ଗୋଟିଏ ପରିବାର ୨ଜଣ ତେଲେଙ୍ଗାନାର ରାଜ୍ୟର ଏକ ଇଟାଭାଟିରେ କାମ କରୁଥିବା ବେଳେ ସେମାନେ ବହୁ କଷ୍ଟରେ ଓଡ଼ିଶା ଛତିଶଗଡ଼ ସୀମାନ୍ତ ଖରିଆର୍ ରୋଡ଼ରେ ପହଞ୍ôଚଥିଲେ । ସେଠାରେ ନୂଆପଡ଼ା ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସେମାନଙ୍କୁ ଏକ ବସ୍ ଯୋଗେ ପ୍ରଥମେ ଖରିଆର୍ ଓ ପରେ ନୂଆପଡ଼ା ବ୍ଲକ୍ ବରଗାଁରେ ଆଣି ରଖିବାର ବ୍ୟବସ୍ଥା କରାଯାଇଥିଲା । ସେଠାରେ ସେମାନେ ୩୦ତାରିଖ ଦିନ ତମାମ୍ ରହିଥିବା ବେଳେ ସନ୍ଧ୍ୟା ସମୟରେ ତାଙ୍କୁ ସେଠାକାର ସରପଞ୍ଚ ତମେ ଗୋଲାମୁଣ୍ଡା ବ୍ଲକର ୬ଜଣ ଏଠାରେ ରହିବା ସମ୍ଭବ ନୁହେଁ, ତମେ ତୁମ୍ ବ୍ଲକକୁ ଚାଲିଯାଅ ବୋଲି କହିଥିଲେ । ସନ୍ଧ୍ୟା ହୋଇଥିବାରୁ ସେଠାରେ ସେମାନେ ରାତ୍ରୀ ଯାପନ କରି ସକାଳ ଭୋର୍ ୪ଟାରୁ ନିଜର ଜିନଷକୁ ମୁଣ୍ଡରେ ମୁଣ୍ଡାଇ ଚାଲିଚାଲି ଗୋଲାମୁଣ୍ଡା ଅଭୁମୁଖେ ଆସିଥିଲେ । ଏପରିକି ଉକ୍ତ ଶ୍ରମିକମାନେ ସରପଞ୍ଚଙ୍କୁ ପଇସା ଦେଉଛୁ ଚାଲିଚାଲି କେମିତି ଯିବୁ ଗାଡ଼ି ଗୋଟିଏ ଭଡ଼ା କରିଦେବାକୁ କହିଥିଲେ ମଧ୍ୟ ସରପଞ୍ଚ ମନା କରିଦେଇଥିଲେ । ଏହି ଖବର ଜଣାପଡ଼ିବା ପରେ ଜୁନାଗଡ଼ ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ତଥା ସମାଜସେବୀ ସାଉଲ ମଙ୍ଗରାଜ ତାଙ୍କ ନିକଟକୁ ଯାଇ ତାଙ୍କୁ ଖାଇବାକୁ ଦେଇ ଗୋଲାମୁଣ୍ଡା ବ୍ଲକ୍ ପ୍ରଶାସନ ସହିତ ଯୋଗାଯୋଗ କରି ମାନଝରୀ ଟିଏମସି କେନ୍ଦ୍ରରେ ରହିବାର ବ୍ୟବସ୍ଥା କରିଥିଲେ ।
ଉକ୍ତ ଶ୍ରମିକମାନେ ବର୍ତ୍ତମାନ ମାନଝରୀ ଟିଏମସିରେ ଥିବା ଜଣାପଡ଼ିଛି । ଘଟଣା ବିଷୟରେ ଗୋଲାମୁଣ୍ଡା ବ୍ଲକର ଲୋକେ ଜାଣିବା ପରେ ସାଧାରଣରେ ଅସନ୍ତୋଷ ବ୍ୟାପିଥିବା ବେଳେ ଉକ୍ତ ଶ୍ରମିକଙ୍କୁ କେଉଁ କାରଣରୁ ସେଠାକାର ସରପଞ୍ଚ ରହିବାକୁ ଦେଲେ ନାହିଁ । ଦୀର୍ଘ ୨୨କିଲୋମିଟର ଗୋଟିଏ କୁନିଝିଅ ସହିତ ୬ଜଣ ରାସ୍ତାରେ ଚାଲିଚାଲି ଆସୁଥିଲେ ସୁଦ୍ଧା ସିନାପାଲି ବ୍ଲକ୍ ପ୍ରଶାସନ କିପରି ଜାଣିଲା ନାହିଁ । ସେଥିପାଇଁ ନୂଆପଡ଼ା ଜିଲ୍ଲାପାଳ ଏହାର ଉପଯୁକ୍ତ ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବାକୁ ଜୁନାଗଡ଼ ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ତଥା ସମାଜସେବୀ ସାଉଲ ମଙ୍ଗରାଜ ଓ ଗୋଲାମୁଣ୍ଡା ସଚେତନ ନାଗିରକ ପକ୍ଷରୁ ଦାବି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking