29.1 C
Bhubaneswar
Monday, May 6, 2024
Homeଦେଶ ବିଦେଶସାମସଙ୍ଗର ବଡ ସେଲ୍... ସ୍ମାର୍ଟଫୋନ୍, ସ୍ମାର୍ଟ ଟିଭି ସମେତ ଏହି ସବୁ ଜିନିଷ ହେବ ଶସ୍ତା

ସାମସଙ୍ଗର ବଡ ସେଲ୍… ସ୍ମାର୍ଟଫୋନ୍, ସ୍ମାର୍ଟ ଟିଭି ସମେତ ଏହି ସବୁ ଜିନିଷ ହେବ ଶସ୍ତା

ନୂଆଦିଲ୍ଲୀ: ଅନେକ ବ୍ରାଣ୍ଡ୍ସ ଓ ରିଟେଲର୍ସ ଭାରତରେ ଇଣ୍ଡିପେଣ୍ଡେନ୍ସ ଡେ ଅବସରରେ ନିଜ ପ୍ରଡକ୍ଟ୍ସରେ ଡିସ୍କାଉଣ୍ଟ ସେଲ୍ ଘୋଷଣା କରୁଛନ୍ତି । ଏଭଳି ସ୍ଥଳେ ସାମସଙ୍ଗ ନିଜ ପ୍ରଡକ୍ଟ ମାନଙ୍କରେ ଇଣ୍ଡିପେଣ୍ଡେନ୍ସ ଡେ ଡିଲାଇଟ୍ ସେଲ୍ ଘୋଷଣା କରିଛି । ଏହି ସେଲର ଆରମ୍ଭ ୫ ଅଗଷ୍ଟରେ ହୋଇଛି ଏବଂ ଏହା ୧୦ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ସାମସଙ୍ଗ ନିଜ ଗ୍ରାହକଙ୍କ ପାଇଁ ଏହି ସେଲରେ ନିଜ ଅଲଗା ଅଲଗା ପ୍ରଡକ୍ଟ ମାନଙ୍କରେ ୨୫ ପ୍ରତିଶତଠୁ ନେଇ ୭୦ ପ୍ରତିଶତ ପର୍ଯ୍ୟନ୍ତର ଡିସ୍କାଉଣ୍ଟ ଅଫର କରୁଛି । ସେଲରେ ସବୁଠାରୁ ଅଧିକ ରିହାତି ଆସେସିରିଜରେ ରିହାତି ପାଇପାରିବେ ଗ୍ରାହକ ଯାହାକି ୭୦ ପ୍ରତିଶତ । ଏବଂ ଏଠାରେ ୨୫ ପ୍ରତିଶତ ଡିସ୍କାଉଣ୍ଟ ସ୍ମାର୍ଟୱାଚରେ ମିଳୁଛି ।

ସ୍ମାର୍ଟୱାଚରେ ୨୫ ପ୍ରତିଶତ ରିହାତି– ଯଦି ଗ୍ୟାଜେଟ୍ସ ପ୍ରତି ଆପଣ ସଉକ ରଖନ୍ତି ତେବେ ଏହି ସେଲରେ ଆପଣଙ୍କୁ ବହୁତ କିଛି ମିଳିବ କାରଣ ସାମସଙ୍ଗ ନିଜ ସ୍ମାର୍ଟୱାଚରେ ଏହି ସେଲରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦେଉଛି । କମ୍ପାନୀର ଗ୍ୟାଲେକ୍ସି ୱାଚ୍ ୩ ଆପଣଙ୍କୁ ଏହି ସେଲରେ ୨୯,୯୯୦ ଟଙ୍କାରେ ମିଳିପାରିବ ।

ପ୍ରିମିୟମ୍ ଟିଭିରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି– ସାମସଙ୍ଗ ନିଜ ଟିଭିରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦେଉଛି ।

Tabsରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ଡିସ୍କାଉଣ୍ଟ– ଏହି ସେଲରେ ଗ୍ରାହକଙ୍କୁ କମ୍ପାନୀର ୨ ପପୁଲାର ଟ୍ୟାବ୍ସ ସାମସଙ୍ଗ ଗ୍ୟାଲେକ୍ସି A7 ଲାଇଟ୍ ଓ ସାମସଙ୍ଗ ଗ୍ୟାଲେକ୍ସି ଟ୍ୟାବ୍ S7 FE ଡିସ୍କାଉଣ୍ଟ ପ୍ରାଇସରେ ମିଳିଯିବ । ଏହି ୨ ଟ୍ୟାବ୍ସର ଦାମ୍ କ୍ରମଶଃ ୧୧,୯୯୯ ଏବଂ ୪୬,୯୯୯ ଟଙ୍କା ।

ସ୍ମାର୍ଟଫୋନରେ ୩୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି– କମ୍ପାନୀ ଏହି ସେଲରେ ନିଜ ବେଷ୍ଟ ସେଲର ସ୍ମାର୍ଟଫୋନ୍ସରେ ୩୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦେଉଛି । ଏଥିରେ କମ୍ପାନୀ ନିଜ ବେଷ୍ଟ ସେଲର ସ୍ମାର୍ଟଫୋନ୍ ଯଥା ଗ୍ୟାଲାକ୍ସି ଏ, ଗ୍ୟାଲେକ୍ସି ଏମ୍ ଓ ଗ୍ୟାଲେକ୍ସି ଏଫ୍ ସିରିଜରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦେଉଛି ।

ଆସେସିରିଜରେ ପାଆନ୍ତୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି– କମ୍ପାନୀ ନିଜ ଆସେସିରିଜ ଯଥା ବ୍ଲୁଟୁଥ୍ ହେଡଫୋନ୍ ବା ଇୟରଫୋନରେ ଏହି ସେଲ ସମୟରେ ସବୁଠାରୁ ଅଧିକ ଡିସ୍କାଉଣ୍ଟ ଯଥା ୭୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking