29.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଜଣେ ନୁହେଁ, ମୁମ୍ବାଇରେ ଅଛନ୍ତି ଅନେକ ‘କୁନ୍ଦ୍ରା’... ମାୟାନଗରୀରେ ଚଲାଇଛନ୍ତି ଏମିତି ପର୍ଣ୍ଣ କାରବାର

ଜଣେ ନୁହେଁ, ମୁମ୍ବାଇରେ ଅଛନ୍ତି ଅନେକ ‘କୁନ୍ଦ୍ରା’… ମାୟାନଗରୀରେ ଚଲାଇଛନ୍ତି ଏମିତି ପର୍ଣ୍ଣ କାରବାର

ମୁମ୍ବାଇ: ରାଜ କୁନ୍ଦ୍ରା ଗିରଫ ହେବା ପରେ ଏବେ ଅନେକ ରହସ୍ୟ ଉପରୁ ପରଦା ଉଠିବାରେ ଲାଗିଛି । ଏଥିରେ ଅନେକ ବଡ ବଡ ଲୋକ ସାମିଲ ଥିବା ଜଣାପଡ଼ିଛି । ମୁମ୍ବାଇ ପୋଲିସର ଜଣେ ଅଧିକାରୀ ଏନବିଟିକୁ ଏନେଇ ବିସ୍ତାର ଭାବେ ଜଣାଇଛନ୍ତି । ଅଧିକାରୀଙ୍କ ସୂଚନାନୁସାରେ, କରୋନାରେ ଫିଲ୍ମ ଇଣ୍ଡଷ୍ଟ୍ରୀ ପ୍ରଭାବିତ ହୋଇଛି ଏବଂ ଡ୍ୟାନ୍ସ ବାର ଓ ଅର୍କେଷ୍ଟ୍ରା ମଧ୍ୟ ପ୍ରଭାବିତ ହୋଇଛି । ଏଥିରେ ଜଡିତ ଥିବା କିଛି ଲୋକମାନେ ପର୍ଣ୍ଣ ଫିଲ୍ମକୁ ଯିବାର ରାସ୍ତା ବାଛିଛନ୍ତି ।

ପର୍ଣ୍ଣ ଫିଲ୍ମ କେସର ଯାଞ୍ଚରେ ଜଡିତ ଏହି ଅଧିକାରୀଜଣକ କହିଛନ୍ତି କି, ଯାଞ୍ଚ ସମୟକେ ଅନେକ ଝିଅଙ୍କୁ ପଚରାଉଚରା କରାଗଲା ଏବଂ ସେମାନଙ୍କ ଉତ୍ତର ଥିଲା ଯେ ବଲିଉଡର ଚକମକ ଦୁନିଆକୁ ଦେଖି ସେମାନେ ମୁମ୍ବାଇ ଆସିଥିଲେ । ଏଠାରେ ଆସି ଅନେକ ଫିଲ୍ମରେ ଅତିରିକ୍ତ କାମ କଲେ । ଏଥିରେ କିଛି ପଇସା ମିଳିଯାଉଥିଲା । କିନ୍ତୁ କରୋନା ଯୋଗୁଁ ଫିଲ୍ମର ସୁଟିଂ ରହିଗଲା ଏବଂ ଆର୍ଥିକ ସଙ୍କଟ ଦେଖାଗଲା ।

ଫିଲ୍ମରେ ଲାଇଟମ୍ୟାନ୍, କ୍ୟାମେରାମ୍ୟାନ୍, କାଷ୍ଟିଂ ଡାଇରେକ୍ଟର ଭଳି ଅନେକ ଲୋକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଲେ । ଏହା ମଧ୍ୟରେ ଓଟିଟି ହିଟ୍ ହେଲା ତେଣୁ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା କିଛି ଲୋକେ ପର୍ଣ୍ଣ ଫିଲ୍ମକୁ ବାଛିଲେ । ପର୍ଣ୍ଣ ଫିଲ୍ମରେ ଜଡିତ କିଛି ଲୋକ କ୍ରାଇମବ୍ରାଞ୍ଚକୁ କହିଲେ ଯେ, ସେମାନଙ୍କୁ ଗୋଟିଏ ଫିଲ୍ମ ପାଇଁ ୧୦ ହଜାରରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିଯାଉଥିଲା । କିଛି ଫିଲ୍ମର ସୁଟିଂ ଗୋଟିଏ ଦିନରେ ୪-୫ ଘଣ୍ଟାରେ ପୂରା ହୋଇଯାଉଥିଲା ଏବଂ କିଛିର ସୁଟିଂ ୨ରୁ ୩ ଦିନ ମଧ୍ୟ ଲାଗୁଥିଲା ।

ଜଣେ ଝିଅ ଗୋଟିଏ ମାସରେ ଅତିକମରେ ୫ରୁ ୭ଟି ଫିଲ୍ମ କରୁଥିଲା । ମାସକୁ ୩-୪ ଲକ୍ଷ ଟଙ୍କା କମାଉଥିଲା । ମୁମ୍ବାଇ ପୋଲିସର ଜଣେ ଅଧିକାରୀ କୁହନ୍ତି କି ପର୍ଣ୍ଣ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଜଣେ ନୁହେଁ, ଏମିତି ଅନେକ ରାଜ କୁନ୍ଦ୍ରା ଅଛନ୍ତି । ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବା ଏମିତି ଯୁବତୀଙ୍କୁ ସେମାନେ ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବେ ପର୍ଣ୍ଣ ଫିଲ୍ମକୁ ନେଇଆସିଛନ୍ତି । ପର୍ଣ୍ଣ ଫିଲ୍ମର ଖିଅ ଲଣ୍ଡନ ଓ ସିଙ୍ଗାପୁର ପର୍ଯ୍ୟନ୍ତ ଲମ୍ବିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking