37.1 C
Bhubaneswar
Sunday, May 5, 2024
Homeଓଡିଶାକାଲିଠୁ ସମ୍ବଲପୁର ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ପେଟ୍ରୋଲିଂ କଡ଼ାକଡ଼ି : ଏସ୍‌ପି

କାଲିଠୁ ସମ୍ବଲପୁର ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ପେଟ୍ରୋଲିଂ କଡ଼ାକଡ଼ି : ଏସ୍‌ପି

ସମ୍ବଲପୁର : କାଲିଠାରୁ ରାତି ୧୦ରୁ ସକାଳ ୫ ପର୍ଯ୍ୟନ୍ତ ରାଜ୍ୟରେ ୧୦ଟି ଜିଲ୍ଲାରେ ରାତ୍ରି କାଳୀନ କର୍ଫ୍ୟୂ ଲାଗୁ କରାଯିବ । ଏହି ୧୦ଟି ଜିଲ୍ଲାରେ ସମ୍ବଲପୁର ଜିଲ୍ଲା ମଧ୍ୟ ସାମିଲ୍ ରହିଛି । ତେବେ ସମ୍ବଲପୁର ଜିଲ୍ଲାରେ ରାତ୍ରି କାଳୀନ କର୍ଫ୍ୟୂ ନେଇ ଏସ୍‌ପି ବି ଗଙ୍ଗାଧର ଏକ ସମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଲୋକଙ୍କୁ ରାତି ୧୦ ପରେ ବାହାରକୁ ନଯିବା ପାଇଁ ଅନୁରୋଧ କରିଛନ୍ତି ।

ଜରୁରୀ କାମ ଥିଲେ ବାହାରକୁ ଯାଆନ୍ତୁ, ନହେଲେ ଘରେ ରୁହନ୍ତୁ ବୋଲି ଏସ୍‌ପି ଶ୍ରୀ ଗଙ୍ଗାଧର ଲୋକଙ୍କ ନିକଟରେ ଅପିଲ୍ କରିଛନ୍ତି। ଅତି ଜରୁରୀ ଥିଲେ ୧୦୦ କିମ୍ବା ୧୧୨ ନମ୍ବରକୁ କଲ୍ କରିପାରିବେ। ବିନା କାମରେ ବାହାରେ ବୁଲିଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନିଆଯିବ। ଥାନା ଗାଡ଼ି, ପିସିଆର, ପୁଲିସ କର୍ମଚାରୀ ରାତ୍ରିକାଳନୀ କର୍ଫ୍ୟୁରେ ନିୟୋଜିତ ହେବେ। ସମ୍ବଲପୁର ପୁଲିସ ୧୪ଟି ସ୍ଥାନରେ ପାଟ୍ରୋଲିଂ କରିବ। ଜିଲ୍ଲାର ସୀମାବର୍ତ୍ତୀ ଅଂଚଳରେ ‌ପୁଲିସ ପହରା ଦେବେ ବୋଲି ଏସ୍‌ପି ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking