31.1 C
Bhubaneswar
Monday, May 6, 2024
Homeଓଡିଶାସଫେଇ ମହିଳା କର୍ମଚାରୀଙ୍କ ମୃତ୍ୟୁ, ସହିଦ ଭଗତ ସିଂ ଓ ବ୍ୟାସସେନା କଲେ ଶବସତ୍କାର

ସଫେଇ ମହିଳା କର୍ମଚାରୀଙ୍କ ମୃତ୍ୟୁ, ସହିଦ ଭଗତ ସିଂ ଓ ବ୍ୟାସସେନା କଲେ ଶବସତ୍କାର

ଯାଜପୁର (ଓଏନଏ) : ବ୍ୟାସ ନଗର ମୁନସିପାଲିଟିର ଜଣେ ସଫେଇ ଆଦିବାସୀ ମହିଳା କର୍ମଚାରୀଙ୍କ ଯାଜପୁର ରୋଡ ଡାକ୍ତରଖାନାରେ  ମୁର୍ତ୍ୟୁ ଘଟିଛି l ମୃତକ ନାମ ସ୍ୱପ୍ନା ବିରୁହ୍ନ l ସେ ସଫେଇ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲା l୨ମାସ ହେଲା ମାସିକ ବେତନ ପାଇଁ ନଥିଲେ ବୋଲି ଅଭିଯୋଗ ହୋଇଛି l ତାଙ୍କର ଶବସତ୍କାର ପାଇଁ କେହି ନଥିବାରୁ ଖବରପାଇ ସହିଦ ଭଗତ ସିଂ ଯୁବକ ସଂଘ ଏବଂ ବ୍ୟାସସେନା ଯୁବକ ସଂଘ ମିଳିତରେ ସ୍ୱପ୍ନା ବିରୁହାଁଙ୍କ (୩୧ବର୍ଷ)ର ଶବ ସତ୍କାର କଲେ l ଏହି ମହିଳା ଜଣକ ଧବଳଗିରିର ଏକ ବସ୍ତିରେ ରାହୁଥିବାବେଳେ ତାଙ୍କର ପରିବାର କହିଲେ ୧୨ବର୍ଷର ଏକ ପୁତ୍ର ସନ୍ତାନ ଅଛି ସେ ବ୍ୟାସନଗର ପୌରପାଳିକାରେ ଝାଡୁଦାର ଭାବେ କାର୍ଯ୍ୟ କରୁଥିଲେ l

କିଛିଦିନ ହେବ ଦେହଖରାପ ଥିବାବେଳେ ଖବର ପାଇ ବ୍ୟାସସେନାର ଯୁବକମାନଙ୍କ ସହଯୋଗରେ ଯାଜପୁର ରୋଡ ଡାକ୍ତରଖାନାରେରେ ଦୁଇ ଦିନ ହେବ ଚିକିତ୍ସିତ ହେଉଥିଲେ ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ l ଏହି ଖବର ପାଇ ସହିଦ ଭଗତ ସିଂ ଯୁବକ ସଂଘର ସଭାପତି ରାଜେନ୍ଦ୍ର ବିଶ୍ୱାଳ ,ସଂପାଦକ ହେମନ୍ତ କୁମାର ଧୀର,ମାଣିକ ଗାଗରାଇ, ସର୍ବେଶ୍ୱର ସ୍ୱାଇଁ, ସମୀର ରାୟ, ଭକ୍ତିଭୁସଣ ଦାସ ଏବଂ ବ୍ୟାସସେନାର ଅଭିଷେକ ପହି ,ଅଜିତ ଘଡେଇ, ମଣିଭଦ୍ର ମଲ୍ଲିକ, ଶ୍ରୀକାନ୍ତ ବ୍ରହ୍ମ, ବିବେକ ବେହେରା, ସମ୍ୟରଂଜନ ନାୟକ ବ୍ୟାସସରବର ସ୍ଥିତ ସ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking