33.1 C
Bhubaneswar
Thursday, May 23, 2024
Homeଓଡିଶାଆଜିଠାରୁ ମା’ ସମଲେଶ୍ୱରୀ ମନ୍ଦିର ବନ୍ଦ

ଆଜିଠାରୁ ମା’ ସମଲେଶ୍ୱରୀ ମନ୍ଦିର ବନ୍ଦ

ଭୁବନେଶ୍ୱର : ରାଜ୍ୟରେ କୋଭିଡ୍ ସଂକ୍ରମଣ ଦିନକୁ ଦନି ବଢ଼ିବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନକୁ ଆଜିଠାରୁ ବନ୍ଦ ରହିବ । ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ନହେବା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏଭଳି ସ୍ଥିତିରେ ମା’ ସମଲେଶ୍ୱରୀଙ୍କ ମନ୍ଦିର ମଧ୍ୟ ବନ୍ଦ ରହିବ ।

କେବଳ ଅଳ୍ପ ସଂଖ୍ୟକ ପୂଜକଙ୍କୁ ନେଇ ମନ୍ଦିର ପୂଜାର୍ଚ୍ଚନା କରାଯିବ । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିବ ବୋଲି ମନ୍ଦିର ଟ୍ରଷ୍ଟି ବୋର୍ଡ ସଭାପତି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ କୋଭିଡ୍ ସଂକ୍ରମଣ ହଠାତ୍ ବୃଦ୍ଧି ପାଇଥିବାରୁ ରାଜ୍ୟ ସରକାର ନାଇଟ୍ କର୍ଫ୍ୟୁ ସହ ବିଭିନ୍ନ କଟକଣା ଲାଗୁ କରିଛନ୍ତି । ପୁରୀରେ ଜଗା ଦର୍ଶନ ଓ ସ୍ୱର୍ଗଦ୍ୱାରରେ ମଧ୍ୟ କୋଭିଡ୍ କଟକଣା ଲାଗୁ ହୋଇଛି । ରାଜ୍ୟର ସହରାଞ୍ଚଳରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ହୋଇଛି । ଜରୁରୀ ସେବା ଯେପରିକି ପୋଲିସ, ଡାକ୍ତର, ହସ୍ପିଟାଲ କର୍ମଚାରୀଙ୍କ କ୍ଷେତ୍ରରେ ଏହି କଟକଣା ଲାଗୁ ହେବନି ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking