33.1 C
Bhubaneswar
Saturday, April 27, 2024
Homeଓଡିଶାଡାକ୍ତରଙ୍କ ଅନୁପସ୍ଥିତିରେ ନର୍ସ କରାଇଲେ ପ୍ରସବ, ୨ ନବଜାତ ପୁତ୍ର ମୃତ

ଡାକ୍ତରଙ୍କ ଅନୁପସ୍ଥିତିରେ ନର୍ସ କରାଇଲେ ପ୍ରସବ, ୨ ନବଜାତ ପୁତ୍ର ମୃତ

ସଇଁନ୍ତଳା : ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱାସ୍ଥ୍ୟସେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଡାକ୍ତର, ନର୍ସ, ଏଏନ୍‌ଏମ ନିଯୁକ୍ତ କରିଛନ୍ତି । କିନ୍ତୁ ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ଡାକ୍ତରଖାନାରେ । ଡାକ୍ତର ଥିଲେ ମଧ୍ୟ ଡାକ୍ତରଙ୍କ ଅବହେଳା ଯୋଗୁଁ ନର୍ସଙ୍କ ଦ୍ୱାରା ୨ ଜଣ ନବଜାତ ଶିଶୁ ପୁତ୍ରଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଡାକ୍ତରଙ୍କ ଅନୁପସ୍ଥିତିରେ ନର୍ସମାନେ ପ୍ରସବ କରାଇବା ସହ ନବଜାତ ଶିଶୁ ଦ୍ୱୟ ଏବଂ ପ୍ରସୂତି ମା’ଙ୍କୁ ଗୋଟିଏ ଦିନ ଡାକ୍ତରଖାନାରେ ରଖିଥିଲେ । ଶେଷରେ ଅବସ୍ଥା ସଂକଟାପନ୍ନ ହେବାରୁ ଅନ୍ୟତ୍ର ଡାକ୍ତର ପାଖକୁ ସ୍ଥାନାନ୍ତର କରିଥିଲେ । ତେବେ ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ନ ମିଳିବାରୁ ଦୁଇ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଥିବା ପ୍ରସୂତି ମହିଳା ଅହଲ୍ୟାଙ୍କ ସ୍ୱାମୀ ସୁବାସ ସରାପ ଅଭିଯୋଗ ଆଣିଛନ୍ତି ।

ଅଭିଯୋଗ ଅନୁଯାୟୀ, ସଇଁନ୍ତଳା ବ୍ଲକ୍ କୁଆରଗାଁ ପଞ୍ଚାୟତ ଟୁର୍ଚ୍ଚାଉପେର ଗାଁ ସୁବାସ ସରାପ ପତ୍ନୀ ଅହଲ୍ୟାଙ୍କର ପ୍ରସବ ବେଦନା ହେବାରୁ ସଇଁନ୍ତଳା ଡାକ୍ତରଖାନାକୁ ଆଣିଥିଲେ । କିଛି ସମୟ ପରେ ମଧ୍ୟ ଯାଆଳା ଶିଶୁ ପୁତ୍ର ଜନ୍ମ ଦେଇଥିଲେ ଅହଲ୍ୟା । ଜନ୍ମର ଗୋଟିଏ ଦିନ ପର୍ଯ୍ୟନ୍ତ ଶିଶୁ ଓ ମାଆଙ୍କୁ ଡାକ୍ତରଖାନାରେ ରଖାଯାଇ ଥିଲା । ତେବେ ଦୁଇ ଶିଶୁପୁତ୍ରଙ୍କ ଅବସ୍ଥା ଗୁରୁତର ହେବାରୁ ଓ ଡାକ୍ତରଖାନାରେ ବିଭାଗୀୟ ଡାକ୍ତର ନ ଥିବା ବେଳେ ସେମାନଙ୍କୁ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାକୁ ନେବା ପାଇଁ ଉପସ୍ଥିତ ଥିବା ନର୍ସ କହିଥିଲେ । ପରିବାର ଲୋକେ ବଲାଙ୍ଗିର ଡାକ୍ତରଖାନାକୁ ନେଇଥିଲେ ।

ସେଠାରେ ମା’ ଓ ଶିଶୁ ସୁରକ୍ଷା କାର୍ଡ ଦେଖାଇବାରୁ କାର୍ଡରେ କୌଣସି ପଞ୍ଜୀକରଣ ନମ୍ବର ନଥିବା ସହ ଗର୍ଭବତୀ ମହିଳାଙ୍କ ପରିବାରର ପରିଚୟ ଓ ଗର୍ଭବତୀଙ୍କ ପ୍ରତ୍ୟେକ ମାସର ଓଜନ ମାପ ଟିକାକରଣ,କ୍ୟାଲସିୟମ ବଟିକା ସେବନ କୌଣସି ବିଷୟ ପୂରଣ ହୋଇନଥିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ରାଗିଯାଇ ବୁର୍ଲା ନେବାପାଇଁ ପରାମର୍ଶ ଦେଇଥିଲେ । ପରେ  ପରିବାର ଲୋକେ ଦୁଇ ନବଜାତକଙ୍କୁ ଧରି ବୁର୍ଲା ପହଁଚିଥିଲେ । ତେବେ ସେଠାରେ ସୁରକ୍ଷା କାର୍ଡ ଦେଖାଇବାରୁ ନକଲି ବୋଲି କହିଥିଲେ ଡାକ୍ତରଖାନା କର୍ତ୍ତୃପକ୍ଷ । ଏ ସବୁ ଭିତରେ ଚିକିତ୍ସା ଅବହେଳା ଯୋଗୁଁ ଦୁଇଶିଶୁଙ୍କ ମୃତ୍ୟୁ ହୋଇଥିଲା ।

ତାପରେ ଗାଁ କୁ ଫେରିଲେ ପରିବାର ଲୋକେ । ଏନେଇ ସୁବାସ ସଇଁନ୍ତଳା ଡାକ୍ତରଖାନାରେ ଲିଖିତ ଅଭିଯୋଗ କରି ଥିବା ଜଣାପଡିଛି । ଡାକ୍ତରଖାନା ଅଧିକାରୀ ମନଇଛା ଡାକ୍ତରଖାନାକୁ ଆସିବା ସହ ନର୍ସମାନେ ଶିଶୁ ପ୍ରସବ କରାଉଥିବା ଯୋଗୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଏନେଇ ବଲାଙ୍ଗିର ସିଡିଏମଓ ଡାକ୍ତର ଭୀମ ସାହୁଙ୍କୁ ପଚାରିବାରୁ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking