କୋଭିଡ୍ ଭ୍ୟାକ୍‌ସିନ୍‌କୁ ନେଇ ବିବାଦରେ ଜେକେ କାଗଜକଳ କର୍ମଚାରୀ

ରାୟଗଡା : କୋଭିଡ୍ ଟିକା ନେବା ପାଇଁ କେନ୍ଦ୍ର ଠାରୁ ରାଜ୍ୟ ସରକାର ପର୍ଯ୍ୟନ୍ତ କଡା ନିୟମ କରିବାସହ ବ୍ୟବସ୍ତିତ ଢଙ୍ଗରେ ଏସଓପି ମାଧ୍ୟମରେ କାହାକୁ କେତେବେଳେ ଟିକା ଦିଆଯିବ ତାର ସରକାର ମନିଟରିଙ୍ଗ କରୁଛନ୍ତି । ଅଙ୍ଗନବାଡି, ଆଶାକର୍ମୀ, ଏଏନଏମ, ସ୍ୱାସ୍ଥ୍ୟକର୍ମୀ ସହିତ ଡାକ୍ତର ପାରାମେଡିକାଲ ଷ୍ଟାଫ ଭଳି ଆଗଧାଡିର କର୍ମଚାରୀମାନେ ହିଁ ପ୍ରଥମେ କୋଭିଡ୍ ଟିକା ନେବା ପାଇଁ ନୀତି ନିର୍ଧାରଣ ହୋଇଥିଲା । କରୋନା ଟିକା ପାଇଁ କେନ୍ଦ୍ର ସରକାର କଡା ଗାଇଡ୍ ଲାଇନ୍ ସାଙ୍ଗକୁ ଏସଓପି ପ୍ରସ୍ତୁତ କରିଛନ୍ତି । ଜିଲ୍ଲାରେ ପ୍ରଥମ ପର୍ଯ୍ୟୟରେ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ, ଆଶା ଦିଦି ଓ ଅଙ୍ଗନୱାଡିକର୍ମୀ ଭଳି ଆଗଧାଡିର ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କୁ ପ୍ରଥମେ କୋଭିଡ୍ ଟିକା ଦିଆଯାଇଥିଲା ।

ଦ୍ୱିତୀୟ ପର୍ଯ୍ୟାୟରେ ଆଜି ରାଜସ୍ୱ , ପୁଲିସ ଏବଂ ପରାମିଲେଟାରି ବାହିନୀଙ୍କୁ ଟିକାକାରଣ କରିବାର ବ୍ୟବସ୍ଥା କରଯାଇଥିଲା । ତା ସହ ଜିଲ୍ଲାର ୩ଟି ସ୍ଥାନ ଜେକେପୁର, କଲ୍ୟାଣସିଂହପୁର, କାଶୀପୁରରେ ସ୍ୱାସ୍ଥ୍ୟ ବିଭାଗର ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ପାଇଁ ଟିକାକରଣ କେନ୍ଦ୍ର ଖୋଲିଥିଲା । କିନ୍ତୁ ଜେକେପୁର ଡ଼ିସପାନସରୀରେ ଖୋଲାଯାଇଥିବା କେନ୍ଦ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜେକେ କାଗଜକଳର କିଛି କର୍ମଚାରୀ ସରକାରଙ୍କ ଗାଇଡଲାଇନକୁ ଉଲ୍ଲଙ୍ଘନ କରି ଟିକା ନେଇଥିବା ଦେଖିବାକୁ ମିଳିଥିଲା । ଜେକେ କର୍ମଚାରୀ ଆଗଧାଡ଼ିର କରୋନା ଯୋଦ୍ଧା ହୋଇନଥିବା ବେଳେ କେମିତି ଟିକା ନେଲେ ତାକୁ ନେଇ ପ୍ରଶ୍ନ ଉଠିବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କଡା ଆଭିମୁଖ୍ୟ ଗ୍ରହଣ କରିଛି ।

କେଉଁ ପରିସ୍ଥିତିରେ କାଗଜକଳର କର୍ମଚାରୀମାନଙ୍କୁ ଟିକା ଦିଆଗଲା ଓ କେତେ ଡୋଜ୍ ଟିକା ଦିଆଗଲା ୨୪ ଘଣ୍ଟା ମଧ୍ୟରେ ତାହାର ତଦନ୍ତ କରି ରିପୋର୍ଟ ଦେବା ପାଇଁ ଜିଲ୍ଲା ଭ୍ୟାକ୍‌ସିନ୍ ମ୍ୟାନେଜର ତଥା ଏଡିଏମଓଙ୍କୁ ସିଡିଏମଓ ନିର୍ଦେଶ ଦେଇଛନ୍ତି । କେବଳ ସେତିକି ନୁହଁ  ଟିକା ନେବା ପାଇଁ ଜେକେ କାଗଜକଳର କର୍ମଚାରୀମାନଙ୍କୁ ତାଲିକା ପ୍ରସ୍ତୁତ ହୋଇଥିଲା କି ନାହିଁ , କେଉଁ ହିସାବରେ ସେମାନଙ୍କ ନାମ ପଞ୍ଜୀକରଣ ହୋଇଥିଲା ସେ ସଂକ୍ରାନ୍ତରେ ମଧ୍ୟ ତଦନ୍ତ କରିବାକୁ ସିଡିଏମଓ ଆର୍ତ୍ତବଂଧୁ ନାୟକ ନିର୍ଦେଶ ଦେଇଛନ୍ତି । 

LEAVE A REPLY

Please enter your comment!
Please enter your name here