31.1 C
Bhubaneswar
Monday, May 6, 2024
Homeଓଡିଶାଭଣ୍ଡ ବାବାଙ୍କ ପାଗଳାମୀ, ପୁଅ ହେବ କହି ଦମ୍ପତିଙ୍କୁ ପାଣିରେ ବୁଡ଼ାଇ ହତ୍ୟା ଉଦ୍ୟମ

ଭଣ୍ଡ ବାବାଙ୍କ ପାଗଳାମୀ, ପୁଅ ହେବ କହି ଦମ୍ପତିଙ୍କୁ ପାଣିରେ ବୁଡ଼ାଇ ହତ୍ୟା ଉଦ୍ୟମ

ସଇଁନ୍ତଳା : ଟାଉନ୍ ଥାନା କନ୍ଧପାଲିପଡ଼ାରେ ଭଡ଼ା ଘର ନେଇ ରହୁଥିବା ଜଣେ ଆତ୍ମଘୋଷିତ ବାବାଙ୍କ କାରନାମା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୋଗ ଅନୁସାରେ, ତାଙ୍କ ଘର ନିକଟରେ ରହୁଥିବା ଦମ୍ପତିକୁ ରାତିରେ ନିଦରୁ ଉଠାଇଥିଲେ । ନିଜ ଦେହରେ ଭଗବାନ ଆସିଥିବା କହି ତୁମକୁ ଶୁଦ୍ଧି କଲେ ପୁତ୍ର ସନ୍ତାନ ପ୍ରାପ୍ତିର ପ୍ରଲୋଭନ ଦେଖାଇଥିଲେ । ପରେ ପୋଖରୀକୁ ନେଇ ହତ୍ୟା ଉଦ୍ୟମ କରିଥିବା ବଲାଙ୍ଗିର ଟାଉନ୍ ଥାନାରେ ଅଭିଯୋଗ ହୋଇଛି । ଏନେଇ ଦମ୍ପତି ଅଶୋକ ବିଶି ଓ ତାଙ୍କ ସ୍ତ୍ରୀ କୁମାରୀ ବିଶି ଅଭିଯୋଗ କରିଛନ୍ତି । ଗତ ୭ରୁ ୮ ବର୍ଷ ତଳେ କନ୍ଧମାଳ ଜିଲ୍ଲାର ବିଜୟ ନାଏକ ନାମକ ଜଣେ ଆତ୍ମଘୋଷିତ ବାବା ଆସି ତାଙ୍କ ସ୍ତ୍ରୀ ସହ କନ୍ଧପାଲିପଡ଼ା ଠାରେ ଏକ ଭଡ଼ାଘରେ ରହୁଛନ୍ତି । କିଛି ବର୍ଷ ହେବ ବିଜୟ ମହିମା ଧର୍ମ ଗ୍ରହଣ କରିବା ପରେ ସେ ଲୋକଙ୍କୁ କହିବୁଲିଥିଲେ ଯେ, ତାଙ୍କ ଦେହକୁ ଭଗବାନ ଆସିଛନ୍ତି ।

ମୁଁ ଯାହା କହିବି ପୂରଣ ହେବ ବୋଲି କହୁଥିବା ଲୋକେ ଅଭିଯୋଗ କରିଛନ୍ତି । ସୋମବାର ରାତିରେ ଭଣ୍ଡାବାବା ଓ ତାଙ୍କ ସହଯୋଗୀ ଦୁହେଁ ମିଶି ଦମ୍ପତିଙ୍କୁ ପାଣିରେ ବୁଡ଼ାଇ ହତ୍ୟା ଉଦ୍ୟମ କରିଥିଲେ । ପୋଖରୀ ଭିତରେ ପାଟିତୁଣ୍ଡ ଶୁଣି ସମ୍ପର୍କୀୟମାନେ ପହଞ୍ଚି ଭଣ୍ଡ ବାବା କବଳରୁ ଦମ୍ପତିଙ୍କୁ ଉଦ୍ଧାର କରିଥିଲେ । ଏଥିସହ ନିଜକୁ ବାବା କହୁଥିବା ବିଜୟ ନାଏକ ଓ ତାର ସହଯୋଗୀ ମହେଶ୍ୱର ମାଝୀକୁ କାବୁ କରି ମାଡ଼ ମାରିଥିଲେ । କୌଶଳ କ୍ରମେ ବାବା ଜଣକ ଫେରାର୍ ମାରିଥିବା ବେଳେ ସ୍ଥାନୀୟ ଲୋକ ସହଯୋଗୀକୁ ଅଟକ ରଖି ପୁଲିସକୁ ହସ୍ତାନ୍ତର କରିଥିଲେ । ପୁଲିସ ସହଯୋଗୀ ଜଣଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking