30.1 C
Bhubaneswar
Wednesday, April 24, 2024
Homeଓଡିଶାଶିକ୍ଷା ବ୍ୟବସ୍ଥାରେ କରୋନା ପାହାର, ବହି ବଦଳରେ ପିଲାଙ୍କ ହାତରେ କୋଡ଼ି କୋଦାଳ

ଶିକ୍ଷା ବ୍ୟବସ୍ଥାରେ କରୋନା ପାହାର, ବହି ବଦଳରେ ପିଲାଙ୍କ ହାତରେ କୋଡ଼ି କୋଦାଳ

ଫୁଲବାଣୀ : ଗତ ବର୍ଷ କୋଭିଡ -୧୯ ଜୀବନ ଜୀବିକାକୁ ଧୂଳିସାତ କରି ଦେଇଥିବାବେଳେ ଚଳିତବର୍ଷ ବି କରୋନାର ଆଁରେ ଦେଶ ପଶିବାକୁ ଯାଉଛି । ବିକାଶକୁ ଦଳିମକଚି ଦେଇଛି । ଆର୍ଥିକ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଧୂଳିସାତ କରି ଦେଇଛି । ଶିକ୍ଷା ବ୍ୟବସ୍ଥା ଏଥିରୁ ବାଦ ପଡନି । କରୋନା ପାହାରରେ ଶିକ୍ଷା ବ୍ୟବସ୍ଥା ନଷ୍ଟ ହୋଇଛି । ବହି ବଦଳରେ ପିଲାଙ୍କ ହାତରେ କୋଡ଼ି କୋଦାଳ ଧରାଇ ଦେଇଛି କରୋନା ।

ବର୍ତ୍ତମାନ ସୁଦ୍ଧା ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିନଥିବାବେଳେ ପୁଣି କରୋନାର ଦ୍ୱିତୀୟ ଲହର ସେହି ଅବ୍ୟବସ୍ଥାର ଗହ୍ୱର ଭିତରକୁ ଛାତ୍ରଛାତ୍ରୀଙ୍କୁ ଠେଲି ଦେଇଛି । ୨୦୨୦ରେ ଅଧିକାଂଶ ସମୟ ବନ୍ଦ ରହିବା ପରେ କିଛି ମାସ ପରେ ନବମ,ଦଶମ ଶ୍ରେଣୀ ପିଲାଙ୍କ ସ୍କୁଲ ଖୋଲିଥିଲା । କିଛିଦିନ ହେଲା ୯ମ ଶ୍ରେଣୀକୁ ବନ୍ଦ କରିଦିଆଯାଇଛି । ଦଶମ ପିଲା ସ୍କୁଲ ଯାଉଛନ୍ତି । କୋଭିଡ ପାଇଁ ବିଦ୍ୟାଳୟକୁ ନଯାଇ ସ୍କୁଲ ପିଲାଙ୍କୁ ଅନଲାଇନ ପାଠ ପଢା ଯାଉଛି । କିନ୍ତୁ କନ୍ଧମାଳ ଜିଲ୍ଲାରେ ନେଟୱର୍କିଂ ସମସ୍ୟା ଥିବାରୁ ଏଥିରେ ବାଧା ସୃଷ୍ଟି ହୋଇଛି । ଯେଉଁଠି ମୌଳିକ ସମସ୍ୟା ଅପହଞ୍ଚ ସେଠି ନେଟୱାର୍କ କଥା ଭାବିବା ଭୁଲ । ତେଣୁ ଦୁର୍ଗମ ଅଞ୍ଚଳରେ ବହି ବଦଳରେ ପିଲାଙ୍କ ହାତରେ ଲାଗିଛି କୋଡି କୋଦାଳ । ବାଲିଗୁଡା ଉପଖଣ୍ଡରେ ମହୁଲ ଓ ତେନ୍ତୁଳି ଆଦାୟ ସମୟ ।

ଏଥିରେ ଅନେକ ପିଲା ସାମିଲ ହୋଇଛନ୍ତିି । ଅନେକ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରିବାରେ ଲାଗିଛନ୍ତି । ବ୍ଲକର ସିନ୍ଦିରିଗାଁ  ଓ ଅନ୍ୟ ଅଞ୍ଚଳକୁ ଗସ୍ତ ବେଳେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ପିଲାମାନଙ୍କୁ ପଚାରିଲେ ସ୍କୁଲ ବନ୍ଦ ଅଛି । ତେଣୁ ପରିବାର ସହିତ ସାମିଲ ହୋଇ ଏହି କାର୍ଯ୍ୟରେ ଳିପ୍ତ ଅଛୁ ବୋଲି କହିଛନ୍ତି । ତେଣୁ କରୋନା ଯୋଗୁ ସ୍କୁଲ ବ୍ୟବସ୍ଥା ଦୁର୍ବଳ ହୋଇପଡିଛି । ଏହାର ବିକଳ୍ପ ବ୍ୟବସ୍ଥା କରିବାକୁ ସମ୍ପୃକ୍ତ ବିଭାଗ ଚେଷ୍ଟା କରୁଛି । ତେଣୁ ପ୍ରଥମେ ଏହାର ଭିତ୍ତିଭୂମି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେବା ସମୟ ଆସିଛି । ନଚେତ କିଏ ଗଛ ଉପରେ ଯାଇ ପାଠ ପଢ଼ିବ ତ ଆଉ କିଏ ପାଣି ଟାଙ୍କି ଉପରେ ବସି ପାଠ ପଢ଼ିବ । ଆଉ କିଏ ଶିକ୍ଷା ସମୟରେ ନିଜ ଜୀବନକୁ ଅନ୍ୟାନ୍ୟ କାର୍ଯ୍ୟରେ ଲଗାଇବ ଏଥିରେ ସନ୍ଦେହ ନାହିଁ । ତେଣୁ ଏଥିପ୍ରତି ସମ୍ପୃକ୍ତ ବିଭାଗ ଦୃଷ୍ଟିଦେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking