38.1 C
Bhubaneswar
Friday, April 26, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଯୁଦ୍ଧ ବିରତି ପାଇଁ ପ୍ରଥମ ଥର ରୁଷ୍ ସହ ଆଲୋଚନା କଲା ଆମେରିକା

ଯୁଦ୍ଧ ବିରତି ପାଇଁ ପ୍ରଥମ ଥର ରୁଷ୍ ସହ ଆଲୋଚନା କଲା ଆମେରିକା

ମେସ୍କୋ : ରୁଷ- ୟୁକ୍ରେନ୍ ମଧ୍ୟରେ ଜାରି ଥିବା ଯୁଦ୍ଧରେ କେବେ ବିରାମ ଲାଗିବ ଏବେ ସେ ନେଇ ସବୁଠି ପ୍ରଶ୍ନ । ଯୁଦ୍ଧ ବିରତି ପାଇଁ ରୁଷ୍‌କୁ ଅପିଲ କରିଛି ଆମେରିକା । ରୁଷ୍‌ର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁଙ୍କ ସହ କଥା ହୋଇଛନ୍ତି ଆମେରିକା ପ୍ରତିରକ୍ଷା ସଚିବ ଲୟଡ୍ ଅଷ୍ଟିନ୍ । ପ୍ରାୟ ୧ ଘଣ୍ଟା ଧରି ଦୁଇ ନେତା ଟେଲିଫୋନ୍‌ରେ ଆଲୋଚନା କରିଛନ୍ତି । ତୁରନ୍ତ ଅସ୍ତ୍ରବିରତି ପାଇଁ ଅଷ୍ଟିନ୍ ଅପିଲ କରିଛନ୍ତି । ଗତ ୮୪ ଦିନ ମଧ୍ୟରେ ଏହା ରୁଷ୍‌-ଆମେରିକା ପ୍ରତିରକ୍ଷାସ୍ତରୀୟ ପ୍ରଥମ କଥାବାର୍ତ୍ତା । ଫେବ୍ରୁଆରୀ ୨୪ରେ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ରୁଷ୍ ।

ଏହାର ସପ୍ତାହେ ପୂର୍ବରୁ ଅର୍ଥାତ୍ ଫେବ୍ରୁଆରୀ ୧୮ରେ ଅଷ୍ଟିନ୍‌-ସୋଇଗୁ କଥା ହୋଇଥିଲେ । ଏହା ପରେ ଆମେରିକା ସହ ସାମରିକ ସ୍ତରରେ ରୁଷ୍ କଥା ହେଉନଥିଲା । ତେବେ ଆଜିର କଥାବାର୍ତ୍ତା ପରେ ରୁଷ୍ ଉପରେ ସମସ୍ତଙ୍କ ନଜର ରହିଛି । ଅନ୍ୟପଟେ ଆମେରିକାର ୧୦ ହଜାର ୫୦୦ ସୈନ୍ୟ ୟୁରୋପ ଯିବେ । ଏ ନେଇ ପେଣ୍ଟାଗନ୍ ସ୍ପଷ୍ଟ କରିଛି । ୟୁକ୍ରେନ୍ ଯୁଦ୍ଧ ବେଳେ ୟୁରୋପରେ ସୈନ୍ୟ ବଦଳାଇବ ଆମେରିକା । ୟୁରୋପରେ ମୁତୟନ ଥିବା ସୈନ୍ୟଙ୍କୁ ଅପସାରଣ କରି ଆମେରିକା ତାଙ୍କ ସ୍ଥାନରେ ନୂଆ ସୈନ୍ୟ ମୁତୟନ କରିବ । କିନ୍ତୁ ୟୁରୋପରେ ଆମେରିକୀୟ ସୈନ୍ୟ ସଂଖ୍ୟାରେ ପରିବର୍ତ୍ତନ ହେବନି । ଫିନ୍‌ଲ୍ୟାଣ୍ଡ ନାଟୋରେ ମିଶିବା ପୂର୍ବରୁ ପେଣ୍ଟାଗନ୍‌ର ଏହି ଘୋଷଣାକୁ ବେଶ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking