28.1 C
Bhubaneswar
Wednesday, April 24, 2024
Homeଓଡିଶାପ୍ରସବ ଯନ୍ତ୍ରଣା ଭୋଗୁଥିବା ଅସହାୟ ମହିଳାକୁ ସହାୟତା ଯୋଗାଇଦେଲା ଓଡ଼ିଶା ମୋ ପରିବାର

ପ୍ରସବ ଯନ୍ତ୍ରଣା ଭୋଗୁଥିବା ଅସହାୟ ମହିଳାକୁ ସହାୟତା ଯୋଗାଇଦେଲା ଓଡ଼ିଶା ମୋ ପରିବାର

ଭୁବନେଶ୍ୱର : ବହୁତ ଅସହାୟ ସେତେବେଳେ ଲାଗିଥାଏ, ଯେତେବେଳେ ଆମର ନିଜର ଲୋକ ଆମକୁ ଅସୁବିଧାରେ ଦେଖି ମଧ୍ୟ ସାହାଯ୍ୟ କରିନଥାନ୍ତି । ଠିକ୍ ଏମିତି କିଛି ଘଟିଥିଲା ଜଣେ ଅସହାୟ ଗର୍ଭବତୀ ମହିଳା ସହିତ ଯିଏକି ପ୍ରସବ ଯନ୍ତ୍ରଣା ପାଇ ଛଟପଟ ହେଉଥିବା ବେଳେ ତା’ର ନିଜ ସ୍ଵାମୀ ମଦ୍ୟପ ଅବସ୍ଥାରେ, ତା’ଠୁ ପଇସା ଛଡେଇ ହସ୍ପିଟାଲ ପରିସରରେ ଏକା ଛାଡି ଚାଲି ଯାଇଥିଲେ । ଏଭଳି ଜଣେ ଅସହାୟ ମହିଳାଙ୍କୁ ସହଯୋଗର ହାତ ବଢାଇଛି ଓଡ଼ିଶା ମୋ ପରିବାର ।

ସୂଚନାଯୋଗ୍ୟ, ଗତ ଏପ୍ରିଲ ୧୩ ତାରିଖ ଦିନ ବ୍ରହ୍ମପୁର ସହର ବ୍ୟାଙ୍କ କଲୋନୀ ଅଞ୍ଚଳର ଜନୈକ ଗର୍ଭବତୀ ମହିଳା ବିଳମ୍ବିତ ରାତ୍ରିରେ ଏମ୍.କେ.ସି.ଜି ହସ୍ପିଟାଲ ପରିସରରେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ତାଙ୍କ ସ୍ଵାମୀ ମଦ୍ୟପ ଅବସ୍ଥାରେ, ପଇସା ଛଡେଇ ହସ୍ପିଟାଲ ପରିସରରେ ଏକା ଛାଡି ଚାଲି ଯାଇଥିଲେ । ଏଭଳି ଅସମୟରେ ଉପାୟଶୂନ୍ୟ ହୋଇ ସେ ଜଣେ ପରିଜନଙ୍କ ଠାରୁ ମୋବାଇଲ ଆଣି ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ ପଣ୍ଡାଙ୍କୁ ଯୋଗାଯୋଗ କରିଥିଲେ ଏବଂ ତାଙ୍କ ସମସ୍ୟା ବିଷୟରେ ଜଣାଇଥିଲେ । ଏ ସମ୍ପର୍କରେ ଜାଣିବା ପରେ ଶ୍ରୀ ପଣ୍ଡା ସଙ୍ଗେସଙ୍ଗେ ଓଡ଼ିଶା ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ ଗିରିଜା ଶଙ୍କର ଶତପଥୀଙ୍କୁ ଘଟଣା ତଦାରଖ କରିବାକୁ କହିଥିଲେ । ସୂଚନା ପାଇ ଗିରିଜା ତୁରନ୍ତ ପଦକ୍ଷେପ ନେଇ ତାଙ୍କୁ ହସ୍ପିଟାଲ ପରିସରରୁ ଉଦ୍ଧାର କରି ସିଧାସଳଖ ହସ୍ପିଟାଲକୁ ନେଇଯାଇଥିଲେ । ହସ୍ପିଟାଲର ପ୍ରକ୍ରିୟାରେ ଦସ୍ତଖତ କରିବାକୁ ମହିଳା ଜଣଙ୍କର କେହି ସମ୍ପର୍କୀୟ ନଥିବାରୁ ଗିରିଜା ନିଜେ ତାଙ୍କର ପରିବାର ସଦସ୍ୟ ହୋଇ ଦସ୍ତଖତ କରିବା ସହିତ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲେ । ଉଚିତ ସ୍ୱାସ୍ଥ୍ୟସେବା ପାଇବା ପରେ ଶୁକ୍ରବାର ସନ୍ଧ୍ୟାରେ ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ ।

ଅସହାୟ ମହିଳା ଜଣକ ହାତରେ ନବଜାତ ଶିଶୁକନ୍ୟାକୁ ଦେଖି ଖୁସିରେ ଭାବବିହ୍ଵଳ ହୋଇଯାଇଥିଲେ ଏବଂ ନିଜ ଭାଇ ପରି ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିବାରୁ ସେ ଓଡ଼ିଶା ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ ଗିରିଜାଙ୍କୁ ଅଶେଷ ଧନ୍ୟବାଦ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking