33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଯେକୌଣସି ମୁହୂର୍ତ୍ତରେ ରୁଷ୍ ୟୁକ୍ରେନ୍ ଆକ୍ରମଣ କରିପାରେ : ଆମେରିକାର ସତର୍କ ସୂଚନା

ଯେକୌଣସି ମୁହୂର୍ତ୍ତରେ ରୁଷ୍ ୟୁକ୍ରେନ୍ ଆକ୍ରମଣ କରିପାରେ : ଆମେରିକାର ସତର୍କ ସୂଚନା

ୱାସିଂଟନ୍‌: ଅବିଳମ୍ବେ ରୁଷ୍ ୟୁକ୍ରେନ୍ ଆକ୍ରମଣ କରିପାରେ ବୋଲି ଯୁକ୍ତରାଷ୍ଟ୍ର ଆମେରିକା ସତର୍କ ସୂଚନା ଦେଇ କହିଥିବା ବେଳେ ପ୍ରେସ୍ ସଚିବ ଜେନ୍ ସାକି କହିଛନ୍ତି, ୟୁକ୍ରେନ୍ ସୀମାନ୍ତରେ ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହେଉଛି । ଯେକୌଣସି ମୁହୂର୍ତ୍ତରେ ରୁଷ୍ ୟୁକ୍ରେନ୍ ଉପରେ ଆକ୍ରମଣ କରିବା ଭଳି ପରିସ୍ଥିତି ଆସିଯାଇଛି ବୋଲି ମନେହୁଏ । କିନ୍ତୁ, ସସ୍କୋ ସହ କୂଟନୈତିକ ଆଲୋଚନା ପାଇଁ ୱାସିଂଟନ୍ ଆଗ୍ରହୀ । ଏ ସଂକ୍ରାନ୍ତରେ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ତାଙ୍କର ରୁଷୀୟ ପ୍ରତିପକ୍ଷ ସର୍ଗେ ଲାବରୋବ୍‌ଙ୍କ ସହ କଥାବାର୍ତ୍ତା କରିଛନ୍ତି ଏବଂ ଚଳିତ ସପ୍ତାହରେ ସେମାନେ ଜିନିଭାରେ ଆଲୋଚନା କରିବା ଲାଗି ଏକମତ ହୋଇଛନ୍ତି । ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନ୍ ସୀମାନ୍ତକୁ ୧ ଲକ୍ଷ ସୈନିକ ପଠାଇ ସଙ୍କଟ ସୃଷ୍ଟି କରିଛନ୍ତି ବୋଲି ସାକି ଦୋଷାରୋପ କରିଛନ୍ତି । ଏଥିରେ ମିଳିତ ସମରାଭ୍ୟାସ ପାଇଁ ବେଲାରୁଷ୍ ଏବଂ ଅତିରିକ୍ତ ସମରାଭ୍ୟାସ ପାଇଁ ୟୁକ୍ରେନ୍‌ର ପୂର୍ବାଞ୍ଚଳ ସୀମାନ୍ତକୁ ପଠାଯାଇଥିବା ସୈନିକମାନେ ମଧ୍ୟ ଅନ୍ତର୍ଭୁକ୍ତ ଅଟନ୍ତି । ସ୍ପଷ୍ଟ ରୂପେ କହିବାକୁ ଗଲେ, ଏହା ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତି ବୋଲି ଆମର ମନେହୁଏ । ଆମେ ଏଭଳି ପରିସ୍ଥିତିରେ ପହଞ୍ଚିଛୁ ଯେ, ଯେକୌଣସି ମୁହୂର୍ତ୍ତରେ ରୁଷ୍ ୟୁକ୍ରେନ୍ ଆକ୍ରମଣ କରିପାରେ । ଆମ କଳନା ଠାରୁ ଏହି ଆକ୍ରମଣ ଆହୁରି ସାଙ୍ଘାତିକ ହୋଇପାରେ । କୂଟନୀତି ଅବଲମ୍ବନ ନ କଲେ ରୁଷ୍ ଚରମ ଆର୍ôଥକ ପରିଣତି ଭୋଗିବ । ଆର୍ôଥକ କଟକଣା ଭୋଗିବେ କି, ନାହିଁ ତାହା ଏବେ ରାଷ୍ଟ୍ରପତି ପୁଟିନ୍ ଏବଂ ରୁଷୀୟମାନଙ୍କ ଉପରେ ନିର୍ଭର କରେ ବୋଲି ସାକି ପୁନର୍ବାର କହିଛନ୍ତି । ଆମେରିକାର ବରିଷ୍ଠ ବୈଦେଶିକ ବିଭାଗର ଅଧିକାରୀମାନଙ୍କ କହିବା ଅନୁସାରେ, ୟୁକ୍ରେନ୍‌ର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ସମର୍ଥନ ଜଣାଇବା ପାଇଁ ବ୍ଲିଙ୍କେନ୍ ପ୍ରଥମେ ୟୁକ୍ରେନ୍ ଗସ୍ତରେ ଯିବେ । ଏହାପରେ ସେ ଜର୍ମାନି ଗସ୍ତ କରି ରୁଷ୍‌ର କାର୍ଯ୍ୟକଳାପକୁ ମିଳିତ ଭାବେ ପ୍ରତିରୋଧ କରିବା ଲାଗି ୟୁରୋପୀୟ ମିତ୍ରରାଷ୍ଟ୍ରଙ୍କ ସହ ବ୍ୟପକ ମନ୍ତ୍ରଣା କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking