26.1 C
Bhubaneswar
Friday, March 29, 2024
Homeଅପରାଧରୋଷେଇ କରିବାକୁ ମନା କରିବାରୁ ସୈତାନ ପାଲଟିଲା ସାତ ଜନମର ସାଥୀ....

ରୋଷେଇ କରିବାକୁ ମନା କରିବାରୁ ସୈତାନ ପାଲଟିଲା ସାତ ଜନମର ସାଥୀ….

ଲକ୍ଷ୍ନୌ : ରୋଷେଇ କରିବାକୁ ମନା କରିବାରୁ ସୈତାନ ପାଲଟିଲା ସାତ ଜନମର ସାଥୀ । ପ୍ରେମ ବିବାହର ୩ ବର୍ଷ ପରେ ସ୍ତ୍ରୀକୁ ନିର୍ମମ ହତ୍ୟା । ସବୁ ଦିନ ଖୁସିରେ ରଖିବାର କଥା ଦେଇ ଘରକୁ ଆଣିଥିବା ଲକ୍ଷ୍ମୀକୁ ଜୀବନରୁ ମାରି ଦେବାପରେ ଶବକୁ ବେଡ୍ ଭିତରେ ଲୁଚାଇ ରଖିଥିଲା ଅଭିଯୁକ୍ତ । ଆଉ ତା’ପରେ ସହର ଛାଡ଼ି ଫେରାର ମାରିଥିଲା ସ୍ୱାମୀ । ତେବେ ଦୁଇ ଦିନ ପରେ ଘରୁ ଦୁର୍ଗନ୍ଧ ଆସିବାରୁ ପୋଲିସକୁ ସୂଚନା ଦେଇଥିଲେ ପଡ଼ୋଶୀ । ଏବେ ହତ୍ୟାକାରୀ ସ୍ୱାମୀକୁ ଗିରଫ କରିଛି ପୋଲିସ । ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଏପରି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି । ଅଭିଯୁକ୍ତ ମୋନୁ ରାଜପୁତ ୩୦ ବର୍ଷିୟ ସ୍ତ୍ରୀ ଅଞ୍ଜୁ ସହ ଲକ୍ଷ୍ନୌ ସହରରେ ରହୁଥିଲେ । ମୋନୁଙ୍କ ମା’ ମଧ୍ୟ ସେମାନଙ୍କ ସହ ରହୁଥିଲେ । ମୋନୁ ଓ ଅଞ୍ଜୁ ୩ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ । ହେଲେ ବିବାହ ପର ଠାରୁ ହିଁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଆରମ୍ଭ ହୋଇ ଯାଇଥିଲା । ସବୁବେଳେ ଝଗଡ଼ା ଯୋଗୁଁ ଘରେ ଅଶାନ୍ତି ଲାଗି ରହୁଥିଲା । ଥରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଏତେ ବଢ଼ି ଯାଇଥିଲା ଯେ ଅଞ୍ଜୁ ଘରକୁ ପୋଲିସ ଡକାଇଥିଲେ । କିନ୍ତୁ ପୋଲିସ କର୍ମୀ ବୁଝାସୁଝା କରିବା ପରେ ପୁଣି କିଛି ଦିନ ପାଇଁ ଝଗଡ଼ା କମିଥିଲା । ତେବେ ଏ ବିବାହରେ ଉଭୟେ ଉଭୟଙ୍କ ପ୍ରତି ଖୁସି ନଥିଲେ । ଘଟଣା ଦିନ ଅଭିଯୁକ୍ତ ମୋନୁ ସ୍ତ୍ରୀକୁ ରୋଷେଇ କରିବା ପାଇଁ କହିଥିଲେ । କିନ୍ତୁ ରୋଷେଇ କରିବା ପାଇଁ ସଫା ସଫା ନାସ୍ତିବାଣୀ ଶୁଣାଇ ଦେଇଥିଲେ ଅଞ୍ଜୁ । କେବଳ ଯେ ରୋଷେଇ କରିବାକୁ ମନା କରିଥିଲେ ତା’ ନୁହେଁ ସ୍ୱାମୀ ମୋନୁଙ୍କୁ ଚପଲରେ ମାଡ଼ ମଧ୍ୟ ମାରିଥିଲେ । ଏଥିରେ ହଠାତ୍ ଉତକ୍ଷିପ୍ତ ହୋଇ ହିତାହିତ ଜ୍ଞାନ ଭୁଲି ଯାଇଥିଲେ ଅଞ୍ଜୁଙ୍କ ସ୍ୱାମୀ । ସ୍ୱାମୀ ଉପରକୁ ହାତ ଉଠାଉଛୁ କହି ମାରପିଟ ଆରମ୍ଭ କରିଥିଲେ । ଶଷରେ ରାଗରେ ସ୍ତ୍ରୀକୁ ମାରି ଦେଇଥିଲେ ଏବଂ ସ୍ତ୍ରୀକୁ ମାରିବା ପରେ ବେଡ୍ ବକ୍ସରେ ମୃତ ଦେହକୁ ଲୁଚାଇ ରଖି ଅଯୋଧ୍ୟା ପଳାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking