29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶପାଶ୍ଚାତ୍ୟ ଦେଶ ଗୁୁଡିକୁ ରୁଷ ଦେଲା କଡା ଜବାବ୍

ପାଶ୍ଚାତ୍ୟ ଦେଶ ଗୁୁଡିକୁ ରୁଷ ଦେଲା କଡା ଜବାବ୍

ମସ୍କୋ : ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଯୋଗୁଁ ଏୟାରକ୍ୟାପ୍ ହୋଲ୍ଡିଂସ୍ କମ୍ପାନୀକୁ ବହୁତ କ୍ଷତି ସହିବାକୁ ପଡିଛି । ଋଷ୍ ଏହି କମ୍ପାନୀର ୧୧୩ଟି ବିମାନକୁ ଜବତ କରିଛି । ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, ପ୍ରତିବନ୍ଧକ ଲଗାଯାଇଥିବା ଯୋଗୁଁ ଋଷ ଏଭଳି ପଦକ୍ଷେପ ନେଇଛି । ଏହି କାରଣରୁ କମ୍ପାନୀକୁ ୨ ବିଲିୟନ ଡଲାର କ୍ଷତିବାକୁ ପଡିଛି । ତେବେ କମ୍ପାନୀର ଅଧିକାରୀମାନେ କହିଛନ୍ତି ଆଗାମୀ ସମୟ ବହୁତ ଭଲ ରହିବ । କୋଭିଡ୍-୧୯ ମହାମାରୀ ପରେ ବିଶ୍ବସ୍ତରରେ ବିମାନର ଚାହିଦା ଦେଖିବାକୁ ମିଳିଛି । କମ୍ପାନୀର ସିଇଓ ଏଙ୍ଗସ୍ କେଲି କହିଛନ୍ତି ଯେ, ଆମର ସମସ୍ତ ବ୍ୟବସାୟିକ ଲାଇନ୍ରେଚାହିଦାରେ ସୁଧାର, ଆମ ସମ୍ପତ୍ତିର ଉପଯୋଗରେ ବୃଦ୍ଧି ଏବଂ ଆମ ଗ୍ରାହକଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ଦେଖୁଛୁ ।ଋଷ୍ ଅଧିକାରୀଙ୍କ ପକ୍ଷରୁ ଜବତ କରାଯିବା ପୂର୍ବରୁ କମ୍ପାନୀ ୨୨ଟି ଜେଟ୍ ଏବଂ ୩ଟି ଇଞ୍ଜିନ ପୁନରୁଦ୍ଧାର କରିବାରେ ସକ୍ଷମ ହୋଇଥିଲା । କମ୍ପାନୀ ହରାଇଥିବା ବିମାନକୁ ପାଇବା ପାଇଁ ବୀମା ଦାବି ମଧ୍ୟ କରିଛି । ଯଦିଓ ସେହି ଦାବିଗୁଡିକ ମଧ୍ୟରୁ କିଛି ଋଷର ବୀମା କମ୍ପାନୀଗୁଡିକ ନିକଟରେ ଅଛି । ଏୟାରକ୍ୟାପ୍ କହିଛି ଯେ, ଏହି ନୀତିଗୁଡିକ ଆଧାରରେ ଯେକୌଣସି ପୁନରୁଦ୍ଧାରର ସମୟ ଏବଂ ପରିମାଣ ଅନିଶ୍ଚିତ ଅଟେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking