34.1 C
Bhubaneswar
Friday, March 29, 2024
Homeଓଡିଶାଶ୍ୱଶୁର ଘରେ ଜ୍ୱାଇଁର ମୃତଦେହ ଉଦ୍ଧାର

ଶ୍ୱଶୁର ଘରେ ଜ୍ୱାଇଁର ମୃତଦେହ ଉଦ୍ଧାର

ରାୟଗଡା: ଶ୍ୱଶୁର ଘରେ ଜ୍ୱାଇଁର ମୃତଦେହ ଉଦ୍ଧାର । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ମାଣ୍ଡି ବିଶି ପଞ୍ଚାୟତ ଅନ୍ତର୍ଗତ ପଟେସ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । କାଶୀପୁର ପୋଲିସ ଝୁଲନ୍ତା ଅବସ୍ଥାରେ ଜ୍ୱାଇଁର ମୃତଦେହକୁ ଉଦ୍ଧାର କରିଛି । ମୃତ ଯୁବକ ଜଣକ ହେଲେ ଥୁଆମୂଳ ରାମପୁର ବ୍ଲକ ସୁଙ୍ଗେରଗଡ଼ ଗ୍ରାମର ସିଙ୍ଗି ମାଝୀଙ୍କ ପୁଅ ଜୟ ମାଝୀ (୨୭) । ତେବେ ତାଙ୍କୁ ହତ୍ୟା କରାଯାଇଛି, ନାଁ ଏହା ଏକ ଆତ୍ମହତ୍ୟା ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ । ସୂଚନା ଅନୁଯାୟୀ, ଗତ ଶୁକ୍ରବାରରେ ଜୟ ମାଝୀ ଏକ ବାହାଘର ଭୋଜିରେ ଯୋଗ ଦେବା ପାଇଁ ପରିବାର ସହ ପଟେଶ ଗ୍ରାମରେ ଥିବା ଶ୍ୱଶୁର ବୁଢ଼ା ମାଝୀଙ୍କ ଘରକୁ ଯାଇଥିଲେ । ଶନିବାର ଅପରାହ୍ନ ପ୍ରାୟ ୪ଟା ବେଳେ ଜୟ ନିଜ ସ୍ତ୍ରୀ ପିଲା ଛୁଆ ସହିତ ଘରକୁ ଫେରିବା ପାଇଁ ବାହାରି ଥିଲେ । କିନ୍ତୁ କିଛି ବାଟ ଗଲା ପରେ ସେ ଅତ୍ୟଧିକ ମଦ୍ୟପାନ କରିଥିବାରୁ ସ୍ତ୍ରୀ ତାଙ୍କ ସାଙ୍ଗରେ ନ ଯାଇ ଘରକୁ ଫେରି ଆସିଥିଲେ ।

ଏହାର ପରଦିନ ସକାଳେ ପଟେସ ଗ୍ରାମଠାରୁ ଅଳ୍ପ ଦୂରରେ ଥିବା ରାସ୍ତାକଡର ଏକ ପିଜୁଳି ଗଛରେ ଜୟ ମାଝୀଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ ଗ୍ରାମବାସୀ । ଏ ସମ୍ପର୍କରେ ସେମାନେ ତାଙ୍କ ପରିବାରକୁ ଖବର ଦେଇଥିଲେ । ପରିବାର ଲୋକଙ୍କ ଏନେଇ କାଶୀପୁର ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗଛରୁ ମୃତଦେହକୁ ଉଦ୍ଧାର କରିଛି ଏବଂ ବ୍ୟବଚ୍ଛେଦ ପାଇଁ ରାୟଗଡ଼ା ପଠାଇଛି । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ସେନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ପରିପାରିପାର୍ଶ୍ୱିକ ଅବସ୍ଥାକୁ ଦେଖିବା ପରେ ଏହା ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ ମୃତ୍ୟୁର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking