30.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶବର୍ଷ ବର୍ଷ ଧରି ଚାଲିବ ଋଷ-ୟୁକ୍ରେନ ଯୁଦ୍ଧ : ଚେତାଇଲେ ନାଟୋ ମୁଖ୍ୟ

ବର୍ଷ ବର୍ଷ ଧରି ଚାଲିବ ଋଷ-ୟୁକ୍ରେନ ଯୁଦ୍ଧ : ଚେତାଇଲେ ନାଟୋ ମୁଖ୍ୟ

ନୂଆଦିଲ୍ଲୀ : ରୁଷ ଓ ୟୁକ୍ରେନ୍ ମଧ୍ୟରେ ଆଜକୁ ୧୧୭ ଦିନ ହେଲା ଯୁଦ୍ଧ ଲାଗିରହିଛି । ଏହା ଥମିବା ନାଁ ଧରୁନାହିଁ । ପୂର୍ବ ୟୁକ୍ରେନ୍ରେ ଏବେ ଯୁଦ୍ଧ ଲାଗିରହିଛି । ଏଭଳି ସ୍ଥିତିରେ ନାଟୋ ମୁଖ୍ୟ ଜେନ୍ସ ଷ୍ଟୋଲଟେନବର୍ଗ ବଡ଼ ସତର୍କବାଣୀ କରିଛନ୍ତି । ସେ କହିଛନ୍ତି, ଏହି ଯୁଦ୍ଧ ସହଜେ ଥମିବ ନାହିଁ । ବରଂ ବର୍ଷ ବର୍ଷ ଧରି ଲାଗିରହିବ । ଏଥିପାଇଁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଯୁଦ୍ଧରେ ୟୁକ୍ରେନ୍ କୁ ସହାୟତା ଯୋଗାଇବା ଲାଗି ପ୍ରସ୍ତୁତ ହେବା ଉଚିତ । ଷ୍ଟୋଲଟେନବର୍ଗ କହିଛନ୍ତି, ରୁଷ ଓ ୟୁକ୍ରେନ୍ ମଧ୍ୟରେ ଅଧିକ ଦିନ ଧରି ଯୁଦ୍ଧ ଲାଗିରହିଲେ ଏହା ବେଶ୍ ମହଙ୍ଗା ପଡ଼ିବ । ଅନେକ ସମସ୍ୟା ଉପୁଜିବ । କିନ୍ତୁ ରୁଷକୁ ଯଦି ଏହି ଯୁଦ୍ଧ ଜିତିବାକୁ ଦିଆଯାଏ, ତା’ହେଲେ ଆହୁରି ଅଧିକ ଖରାପ ପରିସ୍ଥିତି ଦେଖାଦେବ । ତେଣୁ ୟୁକ୍ରେନ୍କୁ ସମର୍ଥନ ପାଇଁ ପାଶ୍ଚାତ୍ୟ ଦେଶଗୁଡ଼ିକ ଆଗଭର ହେବା ଜରୁରି । ଏହା ପୂର୍ବରୁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଶନିବାର କିଏଭ୍ ଗସ୍ତ କରି ୟୁକ୍ରେନ୍ କୁ ଅଧିକ ସହାୟତା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking