28.1 C
Bhubaneswar
Wednesday, May 22, 2024
Homeଖେଳସମାଲୋଚକଙ୍କୁ ବିରାଟଙ୍କ ଉଚିତ ଜବାବ...

ସମାଲୋଚକଙ୍କୁ ବିରାଟଙ୍କ ଉଚିତ ଜବାବ…

ଅହମ୍ମଦାବାଦ : ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୯ ୱିକେଟରେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରିଛି । ଏହି ମ୍ୟାଚରେ ବିରାଟ କୋହଲି ୪୪ ବଲରେ ୬ ଚୌକା ଓ ୩ ଛକା ବଳରେ ୭୦ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ପୂର୍ବ ମ୍ୟାଚରେ କୋହଲି ୪୩ ବଲରେ ୫୧ ରନ କରିବା ପରେ ତାଙ୍କ ଷ୍ଟ୍ରାଇକ ରେଟ ନେଇ ପ୍ରଶ୍ନ ଉଠିଥିଲା । ଗୁଜରାଟ ବିପକ୍ଷରେ ଭଲ ପ୍ରଦର୍ଶନ କରିବା ପରେ କୋହଲି ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି । ମୋ ଷ୍ଟ୍ରାଇକ ରେଟ ଓ ସ୍ପିନ ବୋଲରଙ୍କ ବିପକ୍ଷରେ ପ୍ରଦର୍ଶନ ନେଇ ପ୍ରଶ୍ନ ଉଠୁଛି । ସେମାନେ ତଥ୍ୟ ଦେଖି ଏହା କହୁଥିବେ ମାତ୍ର ମୋ ପାଇଁ ଟିମ ଜିତିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ୧୫ ବର୍ଷ ହେବ ଏହା କରି ଆସୁଛି ଓ ଆଗକୁ ବି କରିବି । ତଥ୍ୟ ଦେଖିଲେ ଏ ସମ୍ପର୍କରେ ମଧ୍ୟ ସକାରାତ୍ମକ ଫଳ ମିଳିବ । କମେଂଟରୀ ବକ୍ସରେ ବସି କହିବା ସବୁଠାରୁ ସହଜ । ପଡିଆରେ ଯିଏ ଖେଳେ ସେ ପ୍ରକୃତରେ ଜାଣେ ସେଠାରେ କଣ ଘଟୁଛି ବୋଲି କୋହଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking