30.1 C
Bhubaneswar
Friday, April 26, 2024
Homeଓଡିଶାଗ୍ରାମ ଉନ୍ନୟନ ବିଭାଗରେ ବିନା ଟେଣ୍ଡରରେ ହେଉଛି ଠିକା କାମ

ଗ୍ରାମ ଉନ୍ନୟନ ବିଭାଗରେ ବିନା ଟେଣ୍ଡରରେ ହେଉଛି ଠିକା କାମ

କେନ୍ଦ୍ରାପଡା : କେନ୍ଦ୍ରାପଡା  ଜିଲ୍ଲା ଗ୍ରାମ ଉନ୍ନୟନ ବିଭାଗରେ ବିନା ଟେଣ୍ଡରରେ ହେଉଛି ଏକୋଇଶ ଲକ୍ଷ ଟଙ୍କାର ଠିକା କାମ । ଏହି ଠିକା କାମ ନେଇ ସାଧାରଣରେ ଟୁପୁର ଟାପର ଆରମ୍ଭ ହୋଇଥିବା ସହ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଛି । ଜିଲ୍ଲା ଗ୍ରାମ ଉନ୍ନୟନ ବିଭାଗ କାର‌୍ୟ୍ୟାଳୟର ପାଚେରୀ ଖୁବ୍ ଭଲ ଥିଲେବି ବିଭାଗ ତରଫରୁ ତାହାକୁ ଭାଙ୍ଗି ଦିଆଯାଇ ପୁନର୍ବାର ଏକୋଇଶ ଲକ୍ଷ ଟଙ୍କା ଖର୍ଚ କରାଯାଇ ନୂଆ ପାଚେରୀ ତିଆରି ହେବା ଆରମ୍ଭ ହୋଇଛି। ତାହା ପୁଣି ବିନା ଟେଣ୍ଡରରେ । ତେବେ ଖୋଲା ଟେଣ୍ଡର କରାଯାଇ ଏହି ଠିକା କାମ କରାଯାଇଥିଲେ କଣ ଅସୁବିଧା ହୋଇଥାଆନ୍ତା ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠିଥିଲା ବି ଗ୍ରାମ ଉନ୍ନୟନ ବିଭାଗ କରତୃପଖଙ୍କ ଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳୁନାହିଁ । ଅପରପକ୍ଷରେ ବିଭାଗ ତରଫରୁ ଏହି ଠିକା କାମ କରାଗଲେ ଠିକା କାମର ମାନ ଠିକ୍ ରହିବ ବୋଲି ଜିଲ୍ଲା ଗ୍ରାମ ଉନ୍ନୟନ ବିଭାଗର ପ୍ରକଳ ପ୍ରକଳ୍ପ ନିର୍ଦ୍ଦେଶକ ସଫେଇ ଦେଇଛନ୍ତି । ଯଦି ସମସ୍ତ ବିଭାଗ ଦ୍ଵାରା ଠିକା କରା ଗଲେ ଠିକା ମର ଠିକ୍ ରହନ୍ତା ତାହେଲେ ସରକାର ଖୋଲା ଟେଣ୍ଡର ବ୍ୟବସ୍ଥା କାହିଁକି କରିଛନ୍ତି ବୋଲି ପ୍ରଶ୍ନ ଉଠୁଚି । ଅପରକ୍ଷତରେ ଗ୍ରାମ ଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ଜଣେ ଠିକାଦାରଙ୍କ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ମଧ୍ୟରେ ସଲାସୁତାରା ହୋଇ ଫାଇଦା ହାସଲ କରାଯିବାକୁ ଜିଲ୍ଲା ଗ୍ରାମ ଉନ୍ନୟନ ବିଭାଗ ଦ୍ଵାରା ଏହି ଠିକା କାମ କରାଇଅଛି ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking