31.1 C
Bhubaneswar
Sunday, May 5, 2024
Homeଓଡିଶାଆରଏସପି ପକ୍ଷରୁ ଟର୍ପୋଡୋ ଲେଡ଼ଲ ଲାଇଫ କ୍ଷେତ୍ରରେ ଜାତୀୟ ରେକର୍ଡ଼

ଆରଏସପି ପକ୍ଷରୁ ଟର୍ପୋଡୋ ଲେଡ଼ଲ ଲାଇଫ କ୍ଷେତ୍ରରେ ଜାତୀୟ ରେକର୍ଡ଼

ରାଉରକେଲା(ସୁବୋଧ ନାୟକ): ସେଲ ରାଉରକେଲା ଇସ୍ପାତ କାରଖାନା ଏହାର ଉକୃଷ୍ଟ ପ୍ରଦର୍ଶନକୁ ଦୋହରାଇ ଟର୍ପୋଡ଼ୋ ଲେଡ଼ଲ ଲାଇଫ କ୍ଷେତ୍ରରେ  ଏକ ନୂତନ ଜାତୀୟ ରେକର୍ଡ଼ ସୃଷ୍ଟି  କରିଛି । କାରଖନା ୨୦୨୦ ନଭେମ୍ବର ମାସରେ ହାସଲ କରିଥିବା ୨୪୦୭ ହିଟର ପୂର୍ବ ଶ୍ରେଷ୍ଠ ପ୍ରଦର୍ଶନରେ ଉନ୍ନତି ଆଣି ଗୋଟିଏ ଅଭିଯାନରେ ୨୫୫୨ ହିଟ ଟର୍ପୋଡୋ ଲେଡ଼ଲ ଲାିଫ ଲାଇଫ ଲାଇଫ ହାସଲ ସହିତ ଏହି ରେକର୍ଡ଼ ଲାଭ କରିଛି । ଟର୍ପୋଡ଼ୋ ଲେଡ଼ଲ-୨ରେ ହାସଲ ହୋଇଥିବା ଏହି ରେକର୍ଡ଼ ନା କେବଳ ସେଲ ବଂର ଭାରତର ଯେକୌଣସି ସ୍ଥାନରେ ହାସଲ ହୋଇଥିବା ସର୍ବଶ୍ରେଷ୍ଠ ଲାଇଫ ଅଟେ ।

ଟର୍ପୋଡ଼ୋ ଲେଡ଼ଲ-୨ ଏହାର ଅଭିଯାନ ୨୦୧୮ ଜୁନ ୧୩ ତାରିଖରେ ଆରମ୍ଭ କରିଥିଲା ଏବଂ ୭୬୨୨୦୭ ଟନ ଉତପ୍ତ ଧାତୁ ପରିବହନ କରିବା ପରେ ଏହା ଗତ ଅପ୍ରେଲ ୨୪ ତାରିଖ ଶେଷରେ ଡିବ୍ରିଡିଙ୍ଗ ପାଇଁ ସେବାରୁ ବିରତ କରାଯାଇଥିଲା । ରିଫ୍ରାକ୍ଟୋରୀ ଇଂଜିନରିୟରିଂ(ସେବା) ଏବଂ ବ୍ଲାଷ୍ଟ ଫର୍ଣ୍ଣେସ ବିଭାଗର ଉତ୍ସର୍ଗୀକୃତ ତଥା ସମନ୍ୱିତ ପ୍ରୟାସ ଯୋଗୁ ଏହି ମହତପୂର୍ଣ୍ଣ ସପଳତା ସମ୍ଭବପର ହୋଇ ପାରିଥିଲା ।  ଟର୍ପୋଡ଼ୋ ଲେଭଲରେ ନିର୍ଦ୍ଧାରିତ ରକ୍ଷାଣବେକ୍ଷଣ ଯୋଜନା ଅନୁଯାୟୀ ତିନିଟି ମଧ୍ୟବର୍ତୀ ମରାମତି ସମ୍ପନ୍ନ କରାଯାଇଥିଲା ।  କାରଖାନାର ବୈଷୟିକ ଆର୍ଥିକ ପରିମାପକତାରେ ଅଧିକ ଉନ୍ନତି ଆଣିବା ପାଇଁ ଗ୍ରହଣ କରାଯାଇଥିବା ବିବିଧ ପଦକ୍ଷେପ ମଧ୍ୟରେ ଏହି ପ୍ରୟାସ ଅନ୍ୟତମ ଅଟେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking