28.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଆକ୍ସିସ୍ ବ୍ୟାଙ୍କରେ ଆକାଉଣ୍ଟ ଥିଲେ ପଢନ୍ତୁ ଏହି ଖବର

ଆକ୍ସିସ୍ ବ୍ୟାଙ୍କରେ ଆକାଉଣ୍ଟ ଥିଲେ ପଢନ୍ତୁ ଏହି ଖବର

ନୂଆଦିଲ୍ଲୀ :  ଦେଶର ଜଣାଶୁଣା ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କରେ ଆପଣଙ୍କର ଆକାଉଣ୍ଟ ଅଛି କି? ଯଦି ହଁ, ତେବେ ମେ ୧ ତାରିଖରୁ ଆପଣଙ୍କୁ ଅତିରିକ୍ତ ଚାର୍ଜ ଦେବାକୁ ପଡିପାରେ । ଆକ୍ସିସ୍ ବ୍ୟାଙ୍କ ଏହାର ଅନେକ ସେବାକୁ ମେ ୧ ରୁ ମହଙ୍ଗା କରିବାକୁ ଘୋଷଣା କରିଛି । ଆକ୍ସିସ ବ୍ୟାଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆପଣ ଏଟିଏମରୁ ମାସରେ ଚାରିଥର ପର୍ଯ୍ୟନ୍ତ ଟଙ୍କା ଉଠାଇଲେ ଆପଣଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ । ତେବେ ଆପଣ ଏଟିଏମ ମାଧ୍ୟମରେ ମାସକୁ ୨ ଲକ୍ଷରୁ ଅଧିକ ଟଙ୍କା ଉଠାଇପାରିବେ ନାହିଁ । ତେବେ ବର୍ତ୍ତମାନ ୪ଟି କାରବାର ପରେ, ବ୍ୟାଙ୍କ ଆପଣଙ୍କୁ ୧୦୦୦ ଟଙ୍କାର ପ୍ରତ୍ୟେକ ଟଙ୍କା ଉଠାଣ ପାଇଁ ୫ ଟଙ୍କା ଚାର୍ଜ କରିଥାଏ । ତେବେ ମେ ୧ ରୁ ବର୍ତ୍ତମାନ ଥିବା ୫ ଟଙ୍କା ବଦଳରେ ୧୦ ଟଙ୍କା ଆଦାୟ କରାଯିବ ।

ସେହିପରି ସହଜ ସଞ୍ଚୟ ଯୋଜନା ପାଇଁ ହାରାହାରି ବାଲାନ୍ସ ମେଟ୍ରୋ ସହରଗୁଡିକରେ ୧୦,୦୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ପ୍ରାଇମ ଏବଂ ଲିବର୍ଟି ସେଭିଂ ଆକାଉଣ୍ଟ ପାଇଁ ମାସିକ ହାରାହାରି ବାଲାନ୍ସ ସୀମା ୧୫,୦୦୦ ରୁ ୨୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ମେ ୧ ପରେ ଯଦି ଏହି ବାଲାନ୍ସ ନ ରହେ ତେବେ, ୧୦୦ ଟଙ୍କା କମିବା ମାତ୍ରେ ୧୦ ଟଙ୍କା ଲେଖାଏଁ ଚାର୍ଜ କରାଯିବ । ତେବେ ବ୍ୟାଙ୍କ ଏଥିପାଇଁ ସର୍ବନିମ୍ନ ଚାର୍ଜକୁ ୧୫୦ ରୁ ୫୦ ଟଙ୍କାକୁ ହ୍ରାସ କରିଛି । କିନ୍ତୁ ସର୍ବାଧିକ ଚାର୍ଜ ୬୦୦ ରୁ ୮୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଆକ୍ସିସ୍ ବ୍ୟାଙ୍କ ମଧ୍ୟ ବେତନ ଆକାଉଣ୍ଟ ପାଇଁ ନିୟମ ପରିବର୍ତ୍ତନ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking