27.8 C
Bhubaneswar
Friday, April 19, 2024
Homeକରୋନାପ୍ରଥମ ଦିନରେ କୋୱିନ ଆପରେ ୧.୩୨ କୋଟି ଲୋକ କଲେ ପଂଜିକରଣ

ପ୍ରଥମ ଦିନରେ କୋୱିନ ଆପରେ ୧.୩୨ କୋଟି ଲୋକ କଲେ ପଂଜିକରଣ

ନୂଆଦିଲ୍ଲୀ: ୧୮ ବର୍ଷରୁ ୪୪ ବର୍ଷ ଲୋକ କରୋନା ଟିକା ନେବା ପାଇଁ ପଂଜିକରଣ ପ୍ରକ୍ରିୟା ବୁଧବାର ଅପରାହ୍ନ ୪ଟାରୁ ଆରମ୍ଭ ହୋଇସାରିଛି । ଟିକାକରଣ ପାଇଁ ପ୍ରଥମ ଦିନରେ ହିଁ ୧.୩୨ କୋଟି ଲୋକେ ପଂଜିକରଣ କରାଇଛନ୍ତି । ହେଲେ ଯେଉଁମାନେ ପଂଜିକରଣ କରାଇଛନ୍ତି ସେମାନଙ୍କୁ ଏବେ ଆପଏଣ୍ଟମେଣ୍ଟ ମିଳିନାହିଁ । ଅର୍ଥାତ ସେମାନଙ୍କୁ ଏବେ ଟିକା ନେବା ତାରିଖ ଏବଂ ସମୟ ସ୍ଲଟ ବିଷୟରେ କୌଣସି ସୂଚନା ମିଳିନାହିଁ ।
୧୮ ବର୍ଷରୁ ଅଧିକ ବୟସର ଲୋକେ କୋୱିନ ଓ ଆରୋଗ୍ୟ ସେତୁ ଆପ ବ୍ୟତୀତ କୋୱିନ ପୋର୍ଟାଲରେ ବି ପଂଜିକରଣ କରିପାରିବେ । ହେଲେ ଲୋକେ ଅଭିଯୋଗ କରିଛନ୍ତି ଯେ, କୋୱିନ ଆପରେ ପଂଜିକରଣ ମଧ୍ୟରେ କିଛି ସମସ୍ୟା ହେଉଛି । ଏହାବ୍ୟତୀତ କୋୱିନ ପୋର୍ଟାଲରେ ବି ସମସ୍ୟା ହେଉଥିବା ସୂଚନା ମିଳିଛି । କିଛି ଲୋକଙ୍କୁ ଓଟିପି ପାଇଁ ଲମ୍ବା ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି । ଏହି ସମସ୍ୟାକୁ ନେଇ ସୋସିଆଲ ମିଡିଆରେ ଅନେକ ହାଜଟ୍ୟାଗ ଟ୍ରେଣ୍ଡ ହେଉଛି । ଲୋକେ ସ୍କ୍ରିନ ସଟ ବି ସେୟାର କରୁଛନ୍ତି । କିଚି ବୟବହାରକାରୀଙ୍କୁ କେବଳ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କର ହିଁ ପଂଜିକରଣ ହେଉଛି ବୋଲି ମେସେଜ ଆସିଛି ।
ଏମିତି ସମସ୍ୟା ନେଇ ତଥ୍ୟ ଜଣାପଡିବା ପରେ ଆରୋଗ୍ୟ ସେତୁ ଟ୍ୱିଟ କରିଛି ଯେ, କୋୱିନ ପୋର୍ଟାଲ ଏବେ ଠିକ ଭାବରେ କାମ କରୁଛି । ୪ଟା ବେଳେ ଟିକିଏ ସମସ୍ୟା ହୋଇଥିଲା । ୧୮ ବର୍ଷରୁ ଅଧିକ ବୟସର ଲୋକେ ପଂଜିକରଣ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking