31.1 C
Bhubaneswar
Tuesday, May 7, 2024
Homeଓଡିଶାକମିବାରେ ଲାଗିଛି ରେଡ଼ିଓର ଚାହିଦା, ହାତରେ ଦିଶୁନି ହାତଘଂଟା !

କମିବାରେ ଲାଗିଛି ରେଡ଼ିଓର ଚାହିଦା, ହାତରେ ଦିଶୁନି ହାତଘଂଟା !

ରାଉରକେଲା : ଦିନକୁ ଦିନ ଲୋକଙ୍କ ଜୀବନଶୈଳୀରେ ପରିବର୍ତନ ହେବା ସହ ବୈଷୟିକ ଓ ପ୍ରଯୁକ୍ତି ବିଦ୍ୟାରେ ଢେର ଉନ୍ନତି  ସାଧିତ ହେଉଛି । ଅତୀତରେ ଯେଉଁ ଇଲୋକଟ୍ରୋନିକ ଜିନିଷ ଗୁଡ଼ିକ ଦିନେ ନୂଆ ଥିଲା, ତାହା ଆଜି ହୋଇ ପଡ଼ିଛି ଅଲୋଡ଼ା! ଘରର କୋଣ ଅନୁକୋଣରେ ସେହି ସବୁ ଜିନିଷ କେବଳ ଏକ ଅବ୍ୟବହୃତ ଅବା ଅଦରକାରୀ ଦ୍ରବ୍ୟ ଭଳି ପଡ଼ି ରହିବା ଦେଖିବାକୁ ମିଳୁଛି । ନବେ ଦଶକରେ ପାଦ ଦେଇଥିବା ମୋବାଇଲ  ସେତେବେଳେ ଲୋକଙ୍କ ପାଇଁ ଏକ ନୂତନ ଇଲୋକଟ୍ରୋନିକ ଭାବେ ଗଣା ହେଉଥିଲା, ମାତ୍ର ଆଜି ସାତରୁ ସତୁରୀ ସଭିଁଙ୍କ ହାତରେ ଶୋଭା ପାଉଛି ମୋବାଇଲ ।

ସେ ଧନୀ ହେଉକି ମଧ୍ୟବିତ, ଭିକାରୀ ହେଉକି ରିକ୍ସା ଚାଳକ, ମୋବାଇଲ ଖଣ୍ଡେ ଧରିଥିବା ଦୃଶ୍ୟମାନ ହେଉଛି । ସେହିପରି ମୋବାଇଲରେ ଦିଆଯାଉଥିବା ନେଟୱାର୍କ ସେବାରେ ମଧ୍ୟ ଦିନକୁ ଦିନ ବ୍ୟାପକ ପରିବର୍ତନ ହେବାରେ ଲାଗିଛି । ୨ ଜି ସେବା ପରେ ୩ଜି, ୪ ଜି ସେବାର ପାହାଚ ଅତିକ୍ରମ କରି ଏବେ ୫ଜି ସେବା ଆଡକୁ ମୁହାଁଇଲାଣି ମୋବାଇଲ ନେଟୱାର୍କ । ଆସନ୍ତାବର୍ଷ ଦ୍ୱିତୀୟାର୍ଦ୍ଧରେ ଭାରତରେ ୫ ଜି ବିପ୍ଲବ ଆସିବ ବୋଲି ଏହାର ସୂଚନା ଇଣ୍ଡିଆ ମୋବାଇଲ କଂଗ୍ରେସ କାର୍ଯ୍ୟକ୍ରମରେ  ସ୍ପଷ୍ଟ ହୋଇ ସାରିଛି! ଏହି ସେବା ହେବ ପଂଚମ ପିଢିର ମୋବାଇଲ ନେଟୱାର୍କ । ଅପରପକ୍ଷରେ ମୋବାଇଲର ବ୍ୟାପକ ପ୍ରଚଳନ ଯୋଗୁ ରେଡ଼ିଓ ଓ ହାତଘଂଟାର ଚାହିଦା ଦିନକୁ ଦିନ ହ୍ରାସ ହେବାରେ ଲାଗିଛି ।

ଦିନେ ହାତଘଂଟା ଖଣ୍ଡିଏ କିଣିବା ପାଇଁ ଦୋକାନ ବଜାରରେ ଲୋକଙ୍କ ଲମ୍ବା ଗହଳି ଦେଖିବାକୁ ମିଳୁଥିଲା, ଯାହାକି ଏବେ ଆଉ ଦେଖିବାକୁ ମିଳୁନି । ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଯେପରି ବିଭାଘର, ବ୍ରତ, ଜନ୍ମଦିନ ଆଦିରେ ନିଜର ପ୍ରିୟଜନଙ୍କୁ ଉପହାର ସ୍ୱରୂପ ହାତଘଂଟା ଦେବା ପ୍ରାୟତଃ ଦେଖିବାକୁ ମିଳୁଛି ବୋଲି ସାରନଗରୀ ଅଂଚଳର  ବ୍ୟବସାୟୀ ମୁକେଶ ଅଗ୍ରୱାଲ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ମୋବାଇଲରେ କେବଳ ଭାରତ ନୁହେଁ, ଅନ୍ୟ ଦେଶ ମାନଙ୍କ ସମୟ ସୁବିଧାରେ ଜଣାପଡ଼ି ଯାଉଥିବାରୁ ଲୋକେ ସମୟ ଜାଣିବାକୁ ଘଂଟା ଅପେକ୍ଷା ମୋବାଇଲ ଉପରେ ନିର୍ଭର କରୁଛନ୍ତି । ଏଣୁ ହାତରେ ଘଂଟା ବାଧିବା ପରିବର୍ତେ ଲୋକେ ମୋବାଇଲ ପକେଟରେ ରଖିବାକୁ ପସନ୍ଦ କରୁଛନ୍ତି ।

ସେହିପରି ଜେଜେ, ଅଜାଙ୍କ ପ୍ରିୟ ପସନ୍ଦ ଥିବା ରେଡ଼ିଓ ଧିରେଧିରେ ତା’ର ଚାହିଦା ହରାଇବାକୁ ବସିଲାଣି! ଯଦିଓ ଗ୍ରାମାଚଂଳର ଲୋକ ମାନେ ଆଜିବି ବିଭିନ୍ନ ମନୋରଂଜନ କାର୍ଯ୍ୟକ୍ରମ, ପାଣିପାଗ ଓ ସମାଚାର ରେଡ଼ିଓରେ ଶୁଣୁଛନ୍ତି, ମାତ୍ର ସହରାଚଂଳରେ ରେଡ଼ିଓର ଜାଗା ନେଇଛି ଟେଲିଭିଜନ ଓ ମୋବାଇଲ! ମୋବାଇଲରେ ନେଟ ମାଧ୍ୟମରେ ବିଭିନ୍ନ ଟିଭି ଚ୍ୟାନେଲ, ୟୁ ଟ୍ୟୁବ, ଫେସବୁକ ଆଦି ସଂଚାଳନ ଓ ଦର୍ଶନ କରି ପାରୁଛନ୍ତି ଦର୍ଶକ । ବିଭିନ୍ନ ନାମୀଦାମୀ କମ୍ପାନୀର ରଙ୍ଗୀନ ଏଲସିଡ଼ି, ଏଲଇଡ଼ି ଟେଲିଭିଜନର ବଜାର ପ୍ରବେଶ ଫଳରେ ରେଡ଼ିଓର ବଜାର ଚାହିଦା ଏତେଟା ରହୁ ନଥିବା ଉଦିତନଗର ଅଂଚଳର ବ୍ୟବସାୟୀ ସୁରଥ ବାରିକ ମତ ଦେଇଛନ୍ତି । ଏପରିସ୍ଥଳେ ଆଧୁନିକତାର ଛାପରେ ବିଭିନ୍ନ ନୂତନ ଟେକ୍ନୋଲୋଜିର ଅଭୁଦୟ ହେଉଥିବା ବେଳେ, ପୁରୁଣା ଟେକ୍ନୋଲୋଜି ବାଦ ପଡୁଛି ବୋଲି ବୁଦ୍ଧଜିବୀ ମହଲରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking