26.1 C
Bhubaneswar
Wednesday, May 8, 2024
Homeଓଡିଶାଆମନ୍ତ୍ରଣୀୟ ଫୁଟବଲ ଟୁର୍ଣ୍ଣାମେଂଟରେ ଜଲଦା ୟଙ୍ଗ ଷ୍ଟାର ବିଜୟୀ

ଆମନ୍ତ୍ରଣୀୟ ଫୁଟବଲ ଟୁର୍ଣ୍ଣାମେଂଟରେ ଜଲଦା ୟଙ୍ଗ ଷ୍ଟାର ବିଜୟୀ

ରାଉରକେଲା : ସ୍ଥାନୀୟ  ଜଲଦା କବରସ୍ତାନ ପଡ଼ିଆ ଠାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ୟୁନିଟି କ୍ଲବ ଆନୁକୂଲ୍ୟରେ ଆମନ୍ତ୍ରଣୀୟ ଫୁଟବଲ ଟୁର୍ଣ୍ଣାମେଂଟ ଆଜି ଉଦ୍‌ଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ସାମାଜିକ କର୍ମୀ ରାଜ କିଶୋର ଭଂଜ ଯୋଗ ଦେଇଥିଲେ । ମ୍ୟାଚରେ ଭାଗ ନେଇଥିବା ଖେଳାଳୀମାନଙ୍କୁ କ୍ରିଡ଼ା କ୍ଷେତ୍ରରେ ଅଗ୍ରସର ହେବାକୁ ସେ ଉତ୍ସାହିତ କରିଥିଲେ ।  ଅନ୍ୟତମ ଅତିଥି ଭାବେ ସାମାଜିକ କର୍ମୀ କମଲେଶ ସାହା,ବିଦ୍ୟା ଷ୍ଟଡ଼ି ପଏଂଟର ନିର୍ଦ୍ଦେଶକ ସରୋଜ ବେହେରା,ସଂଗ୍ରାମ ପଟ୍ଟନାୟକ ଯୋଗ ଦେଇଥିଲେ । ଆଜିର ମ୍ୟାଚ ମହିଳା ଫୁଟବଲ ଟିମ କବରସ୍ତାନ  ଓ ୟଙ୍ଗ ଷ୍ଟାର ଜଲଦା ସି ବ୍ଲକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଖେଳ ଗୋଲ ଶୂନ୍ୟ ରହିବାରୁ ଟ୍ରାଇବେକରେ   ୬-୨ଗୋଲ ବ୍ୟବଧାନରେ  ଜଲଦା ୟଙ୍ଗ ଷ୍ଟାର ବିଜୟୀ ହୋଇଥିଲା । ଟୁର୍ଣ୍ଣାମେଂଟକୁ ପରିଚାଳନା କରିବାରେ ମନୋଜ ମହାନ୍ତ,ରାଜୁ ମୁଣ୍ଡାରୀ,ସୁଥର ଲୋହାର,କାର୍ତିକ ଲୋହାର ଓ ଅନ୍ୟାନ୍ୟ କର୍ମକର୍ତାମାନେ ସହଯୋଗ କରିଥିଲେ ।

 
 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking