31.1 C
Bhubaneswar
Friday, March 29, 2024
Homeଓଡିଶା୧୮ରେ ଖୋଲିବ ଘଟଗାଁ ତାରିଣୀ ମନ୍ଦିର

୧୮ରେ ଖୋଲିବ ଘଟଗାଁ ତାରିଣୀ ମନ୍ଦିର

ଭୁବନେଶ୍ୱର, (ଓଏନଏ ): କେନ୍ଦୁଝର ଜିଲ୍ଲାର ସବୁ ଧର୍ମାନୁଷ୍ଠାନ ଆସନ୍ତା ୭ ତାରିଖରୁ ଖୋଲିବାକୁ ଯାଉଛି । କେବଳ ଘଟଗାଁ ତାରିଣୀ ମନ୍ଦିରକୁ ଛାଡି ଅନ୍ୟସବୁ ୭ରୁ ଖୋଲିବ । ଘଟଗାଁର ମା ତାରିଣୀ ମନ୍ଦିର ଆସନ୍ତା ୧୮ ତାରିଖ ରୁ ଖୋଲିବ । କୋଭିଡ ଗାଇଡ ଲାଇନ ମଧ୍ୟରେ ମନ୍ଦିର ପ୍ରବେଶ ପାଇଁ ଅନୁମତି ମିଳିବ । ମନ୍ଦିର ଖୋଲିବା ନେଇ କେନ୍ଦୁଝର ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି । ବର୍ତମାନ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଛି । ହେଲେ ଅନ୍ୟପଟେ ସଂକ୍ରମଣ ଜାରି ରହିଛି । ଦୀର୍ଘଦିନ ଧରି ମନ୍ଦିର ବନ୍ଦ ରହିବା କାରଣରୁ ସେବାୟତ ପରିବାର ଏବଂ ଶ୍ରଦ୍ଧାଳୁ ଦେବ ଦର୍ଶନରୁ ବଂଚିତ ରହିଥିଲେ । ହେଲେ ଏବେ କୋଭିଡ ନିୟମ ମାନି ସମସ୍ତ ମନ୍ଦିର ସ୍ଥାନୀୟ ପ୍ରଶାସନର ଅନୁମତିରେ ଖୋଲିଲାଣି । ତେବେ ଶ୍ରଦ୍ଧାଳୁମାନେ ଦର୍ଶନ ପାଇଁ ପ୍ରବେଶ ସମୟରେ ନେଗେଟିଭ ରିପୋର୍ଟ ସହ ମାସ୍କ ଓ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking