32.1 C
Bhubaneswar
Friday, April 26, 2024
Homeଓଡିଶାଏଣିକି କଲେଜ ଆସିବେ ସବୁ କର୍ମଚାରୀ

ଏଣିକି କଲେଜ ଆସିବେ ସବୁ କର୍ମଚାରୀ

ଭୁବନେଶ୍ୱର: ଉଚ୍ଚ ଶିକ୍ଷାନୁଷ୍ଠାନର ସମସ୍ତ ଟିଚିଂ ଓ ନନ ଟିଚିଂ ଷ୍ଟାଫଙ୍କୁ କଲେଜ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜୁଲାଇ ୬ ତାରିଖରୁ ସମସ୍ତେ କଲେଜ ଓ ବିଶ୍ୱ ବିଦ୍ୟାଳୟ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ କୋଭିଡ ପାଇଁ ଜାରି ୫୦ ପ୍ରତିଶତ  ଷ୍ଟାଫଙ୍କୁ ନେଇ ରୋଷ୍ଟର ଡ୍ୟୁଟି ପ୍ରତ୍ୟାହାର କରାଯିବ । ଆଗକୁ ୟୁଜି/ପିଜି ପରୀକ୍ଷା ଥିବାରୁ ସମସ୍ତ ଷ୍ଟାଫ କଲେଜ ଆସିବା ଦରକାର । ଏନେଇ କୁଳପତି ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚ ଶିକ୍ଷା ସଚିବ ।

କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ କଲେଜରେ ରୋଷ୍ଟର ଡ୍ୟୁଟି ପାଇଁ ନିର୍ଦ୍ଦେଶ ଥିଲା। ଉଚ୍ଚ ଶିକ୍ଷାନୁଷ୍ଠାନରେ ଏହି ରୋଷ୍ଟର ଡ୍ୟୁଟି କୁ ପ୍ରତ୍ୟାହାର କରି ନିଆଯାଇଛି। ଏଣିକି ସବୁ କର୍ମଚାରୀ କଲେଜ ଆସିବେ। ଉଚ୍ଚଶିକ୍ଷାନୁଷ୍ଠାନର ସମସ୍ତ ଟିଚିଂ ଓ ନନଟିଚିଂ ଷ୍ଟାଫ କଲେଜ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking