28.1 C
Bhubaneswar
Friday, April 26, 2024
Homeଓଡିଶାମରାମତି ହେବ ମହାପ୍ରଭୁଙ୍କ ଅଳଙ୍କାର

ମରାମତି ହେବ ମହାପ୍ରଭୁଙ୍କ ଅଳଙ୍କାର

ପୁରୀ: ମରାମତି ହେବ ମହାପ୍ରଭୁଙ୍କ ସୁବର୍ଣ୍ଣ କୁଣ୍ଡଳ ଓ ଶ୍ରୀଭୂଜ । ଶ୍ରୀ ଜଗନ୍ନାଥଙ୍କ ଦୁଇଟି ଓ ବଳଭଦ୍ରଙ୍କ ଦୁଇଟି ଶ୍ରୀଭୂଜ ମରାମତି ହେବ ବୋଲି ସୂଚନା ମିଳିଛି । ଅଳଙ୍କାର ମରାମତି ପରେ ମହାପ୍ରଭୁ ସୁନାବେଶରେ ବିଭୂଷିତ ହେବେ । ଏସବିଆଇରୁ ୧୨୦୦ ଗ୍ରାମ ସୁନା ଅଣାଯାଇ ମରାମତି କାର୍ଯ୍ୟ କରାଯିବ । ବେସରକାରୀ ଅନୁଷ୍ଠାନ ଦାୟିତ୍ୱରେ ୪ ଜଣ କାରିଗର ମରାମତି କରିବେ । ଦ୍ୱାଦଶୀ ତିଥିରୁ ନାଭିକଟା ମଣ୍ଡପରେ ମରାମତି କାର୍ଯ୍ୟ କରାଯିବ ।

ତେବେ ରଥଯାତ୍ରା ଲାଗି ଚୂଡ଼ାନ୍ତ ହୋଇସାରିଛି ନୀତି ନିର୍ଘଣ୍ଟ । ଛତିଶା ନିଯୋଗ ବୈଠକରେ ସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି । ଶ୍ରୀଗୁଣ୍ଡିଚା ଦିନ ସକାଳ ୮ଟାରେ ରଥ ପ୍ରତିଷ୍ଠା ଏବଂ ସକାଳ ୮ଟା ୩୦ରେ ମହାପ୍ରଭୁଙ୍କ ପହଣ୍ଡି କରାଯିବ । ଦିନ ୨ଟାରେ ଛେରା ପହଁରା ପରେ ଅପରାହ୍ଣ ୩ଟାରେ ରଥଟଣା ହେବ । ବାହୁଡ଼ା ଦିନ ୧୨ଟାରୁ ୨ଟା ୩୦ ପହଣ୍ଡି ଏବଂ ୪ଟାରେ ରଥ ଟଣା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking