28.1 C
Bhubaneswar
Saturday, April 27, 2024
Homeଓଡିଶାକପା ମଣ୍ଡି ଯୋଗୁଁ ଗୁଣୁପୁର ମୁଖ୍ୟ ବାଇପାସ ରାସ୍ତା ଜାମ

କପା ମଣ୍ଡି ଯୋଗୁଁ ଗୁଣୁପୁର ମୁଖ୍ୟ ବାଇପାସ ରାସ୍ତା ଜାମ

ଗୁଣୁପୁର : ମଣ୍ଡିରେ କପା ବିକ୍ରୟ ପାଇଁ ଗୁଣୁପୁର ନିୟନ୍ତ୍ରିତ ବଜାର କମିଟି ପରିସରରେ ଖୋଲା ଯାଇଛି ମଣ୍ଡି । ଚାଷୀ ମାନେ ମଣ୍ଡିରେ ନିଜର କପା ବିକ୍ରୟ ପାଇଁ ଟ୍ରାକ୍ଟର, ଭ୍ୟାନ, ଟ୍ରକ ପ୍ରଭୃତିରେ କପା ବୋଝେଇ କରି ସକାଳୁ ସକାଳୁ ଲମ୍ବା ଲାଇନ କରି ରାସ୍ତା ଉପରେ ପଡି ରହିଛନ୍ତି । ଗୋଟିଏ ପରେ ଗୋଟିଏ ଗାଡ଼ି ଭିତରକୁ ଛଡା ଯାଉଥିବାରୁ ଅନ୍ୟ ଗାଡ଼ି ଗୁଡିକ ରାସ୍ତା ଉପରେ ଲମ୍ବା ଲାଇନରେ ଠିଆ ହେବାକୁ ପଡୁଛି । ଏହି ରାସ୍ତା ଗୁଣୁପୁର ର ମୁଖ୍ୟରାସ୍ତା ହୋଇଥିବା ବେଳେ ଅଣ ଓସାରିଆ ହୋଇଥିବାରୁ ସହର ମଧ୍ୟକୁ ଗାଡି ଚାଳଚଳ ଓ ସହରରୁ ବାହାରକୁ ଆସିବା ବେଳେ ଟ୍ରଫିକ ଜାମ ହୋଇ ରହୁଛି । ଫଳରେ ଘଣ୍ଟା ଘଣ୍ଟା ଧରି ଏହି ଜାମରେ ଯାତ୍ରୀବାହୀ ବସ, ସ୍କୁଲ ବସ ସହ ବିଭିନ୍ନ ଯାତ୍ରୀମାନେ ଏଥିରେ ଫସି ରହି ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ପୋଲିସ ତୁରନ୍ତ ଏଥିପ୍ରତି ଧ୍ୟାନ ଦେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବି ହେଉଛି ।
https://onakhabar.com/2020/02/05/farmer-tension-for-crop/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking