36.1 C
Bhubaneswar
Monday, May 6, 2024
Homeବ୍ରେକୀଙ୍ଗପରଲୋକରେ ରାଜୀବ କପୁର

ପରଲୋକରେ ରାଜୀବ କପୁର

ମୁମ୍ବାଇ: ବଲିଉଡ ଅଭିନେତା ଋଷି କପୁର ଓ ରଣବୀର କପୁରଙ୍କ ଭାଇ ରାଜୀବ କପୁରଙ୍କ ମଙ୍ଗଳବାର ଦେହାନ୍ତ ହୋଇଛି । ହୃଦଘାତ ଯୋଗୁଁ ତାଙ୍କର ପରଲୋକ ଘଟିଛି । ୫୮ ବର୍ଷୀୟ ରାଜୀବଙ୍କୁ ଚେମ୍ବୁରରେ ଇନଲାଖସ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ରାଜୀବ ‘ରାମ ତେରୀ ଗଙ୍ଗ ମୈଳୀ’ ଭଳି ସିନେମାରେ କାମ କରିଥିଲେ । ଋଷି କପୁରଙ୍କ ପତ୍ନୀ ନୀତୁ କପୁର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହା ପୋଷ୍ଟ କରି ଏହି ଖବର ସ୍ପଷ୍ଟ କରିଛନ୍ତି । ନୀତୁ କପୁର ନିଜ ଇନଷ୍ଟାଦ୍ରାମ ଆକାଉଣ୍ଟରେ ରାଜୀବ କପୁରଙ୍କ ଫଟୋ ସେୟାର କରି ଲେଖିଛନ୍ତି, ‘ରେଷ୍ଟ ଇନ ପିସ୍‌’ । ଭଗବାନଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ରାଜୀବ କପୁର ହିନ୍ଦୀ ସିନେମାରେ ଜଣେ ଅଭିନେତା, ପ୍ରଯୋଜକ ଓ ନିର୍ଦ୍ଦେଶକ ଭାବରେ କାମ କରିଥିଲେ । ଶମ୍ମୀ କପୁର ଓ ଶଶି କପୁର ରାଜୀବଙ୍କ ଚାଚା ଥିଲେ । ୱାର୍କ ଫ୍ରଣ୍ଟ କଥା ଯଦି କହିବା, ତେବେ ସେ ୧୯୮୩ରେ ରିଲିଜ ହୋଇଥିବା ଫିଲ୍ମ ‘ଏକ ଜାନ ହେ ହମ’ ରୁ ସିଲଭର ସ୍କ୍ରିନରେ ଅଭିନେତା ଭାବରେ ଡେବ୍ୟୁ କରିଥିଲେ । ୧୯୮୫ରେ ରିଲିଜ ହୋଇଥିବା ଫିଲ୍ମ ‘ରାମ ତେରୀ ଗଙ୍ଗା ମୈଲୀ’ରେ ରାଜୀବ ଲୀଡ୍ ରୋଲରେ ନଜର ଆସିଥିଲେ । ‘ଆସମାନ’, ‘ଲଭର ବଏ’, ‘ଜବରଦସ୍ତ’ ଓ ‘ହମ୍ ତୋ ଚଲେ ପରଦେଶ’ ହେଉଛି ତାଙ୍କର ଲୋକପ୍ରିୟ ସିନେମା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking