29.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ପ୍ରବଳ ଥଣ୍ଡା ଲହରୀ ନେଇ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କଳାହାଣ୍ଡି, କନ୍ଧମାଳ, ଓ ନବରଙ୍ଗପୁରରେ ପ୍ରବଳ ଶୀତ ଲହରୀ ଆଶଙ୍କା କରାଯାଉଛି । କାଲି ସକାଳ ସାଢେ ୮ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ଏସଆରସି ପରାମର୍ଶ ଦେଇଛନ୍ତି । ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏସବୁ ସ୍ଥାନ ଗୁଡିକରେ ରାତି ଓ ପାହାନ୍ତିଆ ସମୟରେ ଥଣ୍ଡାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଶୀତ ଆଶଙ୍କା ନେଇ ଘରୁ ନାବାହିରବା ସହ ଶୀତ ବସ୍ତ୍ର ପରିଧାନ କରିବାକୁ କୁହାଯାଇଛି । ଏଥିସହିତ ଯଦି କିଛି ଜରୁରୀ କାମରେ ଗାଡି ନେଇ ବାହାରକୁ ଯିବାକୁ ପଡେ, ତେବେ ସଂପୂର୍ଣ୍ଣ ଭାବରେ ଶରୀର ଘୋଡାଇ ହୋଇ ଗାଡି ହେଡଲାଇଟ ଦେଇ ଯିବାକୁ ପରାମର୍ଶ ରହିଛି । ଗୃହପାଳିତ ପଶୁଙ୍କୁ ମଧ୍ୟ ବାହାରେ ଖୋଲାସ୍ଥାନରେ ନ ଛାଡି ସେମାନଙ୍କ ପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking