28.1 C
Bhubaneswar
Saturday, April 27, 2024
Homeଆଇପିଏଲ୍ -2022ଏପ୍ରିଲ ୯ରେ କୋହଲୀ ଓ ରୋହିତଙ୍କ ମଧ୍ୟରେ ଟକ୍କର, ପଢନ୍ତୁ କେଉଁ ଦିନ କାହା ସହ...

ଏପ୍ରିଲ ୯ରେ କୋହଲୀ ଓ ରୋହିତଙ୍କ ମଧ୍ୟରେ ଟକ୍କର, ପଢନ୍ତୁ କେଉଁ ଦିନ କାହା ସହ କାହାର ମ୍ୟାଚ

ନୂଆଦିଲ୍ଲୀ: ଆହତ ଶ୍ରେୟସ ଆୟରଙ୍କ ସ୍ଥାନରେ ଚଳିତ ବର୍ଷ ଆଇପିଏଲ ୨୦୨୧ରେ ଦିଲ୍ଲୀ କ୍ୟାପିଟାଲ୍ସଙ୍କ ଅଧିନାୟକତ୍ୱ ଋଷଭ ପନ୍ଥ କରିବେ । ଦିଲ୍ଲୀ ଫ୍ରାଂଚାଇଜି ପନ୍ଥଙ୍କ ନାମ ଘୋଷଣା କରିଛି । ଆଇପିଏଲ ୨୦୨୧ର ପ୍ରଥମ ମ୍ୟାଚ ୯ ଏପ୍ରିଲରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଆରସିବି ମଧ୍ୟରେ ଖେଳାଯିବ । କହିରଖୁଛୁ, ଶ୍ରେୟସ ଆୟର ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ ମଧ୍ୟରେ ଆହତ ହୋଇଥିଲେ । ଯେଉଁଥିପାଇଁ ତାଙ୍କୁ ଆଇପିଏଲର ୧୪ ତମ ସିଜିନରେ ଦୂରେଇବାକୁ ପଡିଲା । ଗତବର୍ଷ ଶ୍ରୟସ ଆୟରଙ୍କ ଅଧିନାୟକତ୍ୱ ରେ ଦିଲ୍ଲୀ ଟିମ ଫାଇନାଲ ପର୍ଯ୍ୟନ୍ତ ପହଂଚିପାରିଥିଲା ।
ଆଇପିଏଲ ୨୦୨୧ରେ ଦିଲ୍ଲୀ ଟିମ ଏବେ ପନ୍ଥଙ୍କ ଅଧିନାୟକତ୍ୱରେ ଯାତ୍ରା ଆରମ୍ଭ କରିବ । ଆଇପିଏଲ ୨୦୨୧ର ପ୍ରଥମ ମ୍ୟାଚ ଦିଲ୍ଲୀ ଟିମ ଚେନ୍ନାଇ ସୁପରକିଙ୍ଗସଙ୍କ ସହ ଖେଳାଯିବ । ୧୦ ଏପ୍ରିଲରେ ଦିଲ୍ଲୀ ଓ ଚେନ୍ନାଇ ସୁପରକିଙ୍ଗସ ସାମ୍ନାସାମ୍ନି ହେବେ । ତେବେ ଫ୍ୟାନ୍ସ ଧୋନୀ ବନାମ ପନ୍ଥଙ୍କ ଲଢେଇ ମଇଦାନରେ ଦେଖିବାକୁ ପାଇବେ ।
ଅନ୍ୟପଟେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ ପାଇଁ ସେଡ୍ୟୁଲ ଘୋଷଣା କରିସାରିଛନ୍ତି । ୯ ଏପ୍ରିଲରେ ଏହାର ଆରମ୍ଭ ଚେନ୍ନାଇରେ ହେବ । ଫାଇନାଲ ମୁକାବିଲା ୩୦ ମେ ଅହମ୍ମଦାବାଦରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଆଇପିଏଲ ୨୦୨୧ର ମ୍ୟାଚ ଅହମ୍ମଦାବାଦ, ଚେନ୍ନାଇ, ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବେଙ୍ଗାଲୁରୁରେ ଖେଳାଯିବ । ଏପ୍ରିଲ ୯ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁର ମଧ୍ୟରେ ହେବ । ଲିଗ ଷ୍ଟେଜରେ ପ୍ରତି ଟିମ ୪ ଭେନ୍ୟୁରେ ଖେଳିବେ । ଟୁର୍ଣ୍ଣାମେଣ୍ଟରେ ୫୬ ମ୍ୟାଚ ରହିବ । ଚେନ୍ନାଇ, ମୁମ୍ବାଇ, କୋଲକାତା ଓ ବେଙ୍ଗାଲୁରରେ ୧୦-୧୦ ମ୍ୟାଚ ଖେଳାଯିବ, ଯେତେବେଳେ କି ଅହମ୍ମଦାବାଦ ଓ ଦିଲ୍ଲୀରେ ୮-୮ ମ୍ୟାଚ ହେବ । ଆଇପିଏଲ ୨୦୨୧ରେ ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁର, ଚେନ୍ନାଇ ସୁପରକିଙ୍ଗସ, ଦିଲ୍ଲୀ କ୍ୟାପିଟାଲ୍ସ, ସନରାଇଜର୍ସ ହାଇଦ୍ରାବାଦ, କୋଲକାତା ନାଇଟ ରାଇଡର୍ସ, ରାଜସ୍ଥାନ ରୟାଲ୍ସ, ପଂଜାବ କିଙ୍ଗସ ଭାଗ ନେବେ ।

ଚେନ୍ନାଇ ସୁପରକିଙ୍ଗରେ ମହେନ୍ଦ୍ର ସିଂ ଧୋନୀ ଅଧିନାୟକ ଥିବା ବେଳେ ତାଙ୍କ ଉପରେ ନଜର ରହିବ । ସେହିଭଳି ଦିଲ୍ଲୀ କ୍ୟାପିଟାଲ୍ସରେ ଶ୍ରେୟସ ଆୟର ଅଧିନାୟକ ରହିଛନ୍ତି । ଏବେ କିପରି ସେ ଟିମକୁ ପରିଚାଳନା କରୁଛନ୍ତି, ତାହା ଉପରେ ନଜର ରହିବ । କୋଲକାତା ନାଇଟ ରାଇଡର୍ସରେ ଇୟୋନ ମର୍ଗନ ଅଧିନାୟକ ରହିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସରେ ରୋହିତ ଶର୍ମା, ପଂଜାବ କିଙ୍ଗସରେ କେଏଲ ରାହୁଲ, ରାଜସ୍ଥାନ ରୟାଲସରେ ସଂଜୁ ସ୍ୟାମସନ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁରେ ବିରାଟ କୋହଲୀ ଓ ସନରାଇଜର୍ସ ହାଇଦ୍ରାବାଦରେ ଡେଭିଡ ୱାର୍ଣ୍ଣର ଅଧିନାୟକ ରହିଛନ୍ତି ।

୯ ଏପ୍ରିଲ ସନ୍ଧ୍ୟା ୭ଟା ୩୦- ଚେନ୍ନାଇରେ ମୁମ୍ବାଇ ଇଣ୍ଡିଆନ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ
୧୦ ଏପ୍ରିଲ ସନ୍ଧ୍ୟା ୭ଟା ୩୦- ମୁମ୍ବାଇରେ ଚେନ୍ନାଇ ସୁପରକିଙ୍ଗସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ
୧୧ ଏପ୍ରିଲ ସନ୍ଧ୍ୟା ୭ଟା ୩୦-ଚେନ୍ନାଇରେ ସନରାଇଜର୍ସ ହାଇଦ୍ରାବାଦ ବନାମ କୋଲକାତା ନାଇଟ ରାଇଡର୍ସ
୧୨ ଏପ୍ରିଲ ସନ୍ଧ୍ୟା ୭ଟା ୩୦-ମୁମ୍ବାଇରେ ରାଜସ୍ଥାନ ରୟାଲ୍ସ ବନାମ ପଂଜାବ କିଙ୍ଗସ
୧୩ ଏପ୍ରିଲ ସନ୍ଧ୍ୟା ୭ଟ ।୩୦-ଚେନ୍ନାଇରେ କୋଲକାତା ନାଇଟ ରାଇଡର୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ
୧୪ ଏପ୍ରିଲ ସନ୍ଧ୍ୟା ୭ଟା ୩୦-ଚେନ୍ନାଇରେ ସନରାଇଜର୍ସ ହାଇଦ୍ରାବାଦ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ
୧୫ ଏପ୍ରିଲ ସନ୍ଧ୍ୟା ୭ଟା ୩୦-ମୁମ୍ବାଇରେ ରାଜସ୍ଥାନ ରୟାଲ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ
୧୬ ଏପ୍ରିଲ ସନ୍ଧ୍ୟା ୭ଟା ୩୦-ମୁମ୍ବାଇରେ ପଂଜାବ କିଙ୍ଗସ ବନାମ ଚେନ୍ନାଇ ସୁପରକିଙ୍ଗସ
୧୭ ଏପ୍ରିଲ ସନ୍ଧ୍ୟା ୭ଟା ୩୦- ଚେନ୍ନାଇରେ ମୁମ୍ବାଇ ଇଣ୍ଡିଆନ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ
୧୮ ଏପ୍ରିଲ ଦ୍ୱିପ୍ରହର ୩ଟା ୩୦- ଚେନ୍ନାଇରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବନାମ କୋଲକାତା ନାଇଟ ରାଇଡର୍ସ
୧୮ ଏପ୍ରିଲ ସନ୍ଧ୍ୟା ୭ଟା ୩୦- ମୁମ୍ବାଇରେ ଦିଲ୍ଲୀ କ୍ୟାପିଟାଲ୍ସ ବନାମ ପଂଜାବ କିଙ୍ଗସ
୧୯ ଏପ୍ରିଲ ସନ୍ଧ୍ୟା ୭ଟା ୩୦-ମୁମ୍ବାଇରେ ଚେନ୍ନାଇ ସୁପର କିଙ୍ଗସ ବନାମ ରାଜସ୍ଥାନ ରୟାଲ୍ସ
୨୦ଏପ୍ରିଲ ସନ୍ଧ୍ୟା ୭ଟା ୩୦-ଚେନ୍ନାଇରେ ଦିଲ୍ଲୀ କ୍ୟାପିଟାଲ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ
୨୧ ଏପ୍ରିଲ ଦ୍ୱିପ୍ରହର ୩ଟା ୩୦-ଚେନ୍ନାଇରେ ପଂଜାବ କିଙ୍ଗସ ବନାମ ସନରାଇଜର୍ସ ହାଇଦ୍ରାବାଦ
୨୧ ଏପ୍ରିଲ ସନ୍ଧ୍ୟା ୭ଟା ୩୦-ମୁମ୍ବାଇରେ କୋଲକାତା ନାଇଟ ରାଇଡର୍ସ ବନାମ ଚେନ୍ନାଇ ସୁପରକିଙ୍ଗସ
୨୨ ଏପ୍ରିଲ ସନ୍ଧ୍ୟା ୭ଟା ୩୦-ମୁମ୍ବାଇରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବନାମ ରାଜସ୍ଥାନ ରୟାଲ୍ସ
୨୩ ଏପ୍ରିଲ ସନ୍ଧ୍ୟା ୭ଟା ୩୦-ଚେନ୍ନାଇରେ ପଂଜାବ କିଙ୍ଗସ ବନାମ ମୁମ୍ବାଇ ଇଣ୍ଡିଆନ୍ସ
୨୪ ଏପ୍ରିଲ ସନ୍ଧ୍ୟା ୭ଟା୩୦- ମୁମ୍ବାଇରେ ରାଜସ୍ଥାନ ରୟାଲ୍ସ କୋଲକାତା ନାଇଟ ରାଇଡର୍ସ
୨୫ ଏପ୍ରିଲ ଦ୍ୱିପ୍ରହର ୩ଟା ୩୦- ମୁମ୍ବାଇରେ ଚେନ୍ନାଇ ସୁପରକିଙ୍ଗସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ
୨୫ ଏପ୍ରିଲ ସନ୍ଧ୍ୟା ୭ଟା ୩୦- ଚେନ୍ନାଇରେ ସନରାଇଜର୍ସ ହାଇଦ୍ରାବାଦ ବନାମ ଦିଲ୍ଲୀ କ୍ୟାପିଟାଲ୍ସ
୨୬ ଏପ୍ରିଲ ସନ୍ଧ୍ୟା ୭ଟା ୩୦-ଅହମ୍ମାଦାବାଦରେ ପଂଜାବ କିଙ୍ଗସ ବନାମ କୋଲକାତା ନାଇଟ ରାଇଡର୍ସ
୨୭ ଏପ୍ରିଲ ସନ୍ଧ୍ୟା ୭ଟା ୩୦-ଅହମ୍ମଦାବାଦରେ ଦିଲ୍ଲୀ କ୍ୟାପିଟାଲସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ
୨୮ ଏପ୍ରିଲ ସନ୍ଧ୍ୟା ୭ଟା ୩୦-ଦିଲ୍ଲୀରେ ଚେନ୍ନାଇ ସୁପରକିଙ୍ଗସ ବନାମ ସନରାଇଜର୍ସ ହାଇଦ୍ରାବାଦ
୨୯ ଏପ୍ରିଲ ଦ୍ୱିପ୍ରହର ୩ଟା ୩୦- ଦିଲ୍ଲୀରେ ମୁମ୍ବାଇ ଇଣ୍ଡିଆନ୍ସ ବନାମ ରାଜସ୍ଥାନ ରୟାଲ୍ସ
୨୯ ଏପ୍ରିଲ ସନ୍ଧ୍ୟା ୭ଟା ୩୦-ଅହମ୍ମାଦାବାଦରେ ଦିଲ୍ଲୀ କ୍ୟାପିଟାଲ୍ସ ବନାମ କୋଲକାତା ନାଇଟ ରାଇଡର୍ସ
୩୦ ଏପ୍ରିଲ ସନ୍ଧ୍ୟା ୭ଟା ୩୦-ଅହମ୍ମଦାବାଦରେ ପଂଜାବ କିଙ୍ଗସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ମଇ 1 ଟା 7:30 ରେ- ଦିଲ୍ଲୀରେ ମୁମ୍ବାଇ ଇଣ୍ଡିଆନ୍ସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ

ମଇ 2 ଟା 3:30 ରେ -ଦିଲ୍ଲୀରେ ରାଜସ୍ଥାନ ରୟାଲ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking