26.1 C
Bhubaneswar
Friday, May 10, 2024
Homeବିଜିନେସ୍ଅଦାନି ଗ୍ରୁପ୍ ଉପରେ ରିଜର୍ଭ ବ୍ୟାଙ୍କ ନଜର ରଖିଛି: ନିର୍ମଳା

ଅଦାନି ଗ୍ରୁପ୍ ଉପରେ ରିଜର୍ଭ ବ୍ୟାଙ୍କ ନଜର ରଖିଛି: ନିର୍ମଳା

ନୂଆଦିଲ୍ଲୀ: ଭାରତର ଅନ୍ୟତମ ଅଗ୍ରଣୀ ଶିଳ୍ପଦ୍ୟୋଗୀ ସଂସ୍ଥା ଅଦାନି ଗ୍ରୁପ୍ ବର୍ତ୍ତମାନ ବିବାଦରେ ଛନ୍ଦି ହୋଇପଡିଛି । ଏହି ପ୍ରସଙ୍ଗ ନେଇ ଦିଲ୍ଳୀରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚା । ସଂସଦରେ ଅଦାନି ପ୍ରସଙ୍ଗରେ ସରକାରଙ୍କୁ ଘେରିବାରେ ବିରୋଧୀ ଦଳଗୁଡିକ ସାମାନ୍ୟତମ ସୁଯୋଗ ହାତଛଡା କରୁନାହାନ୍ତି । ତେବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା ଉପରେ ମନ୍ତବ୍ୟ ଦେଇ କହିଛନ୍ତି ଯେ ଅଦାନି ଗ୍ରୁପ୍ ଉପରେ ରିଜର୍ଭ ବ୍ୟାଙ୍କ୍ ତୀକ୍ଷଣ ନଜର ରଖିଛି । ଶନିବାର ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନେ ନିର୍ମଳାଙ୍କୁ ଅଦାନି ଗ୍ରୁପ୍ ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ।

ଅଦାନି ଗ୍ରୁପ୍ ସମ୍ପର୍କରେ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶିତ ହେବାପରେ ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି କି ବୋଲି ପ୍ରଶ୍ନ କରାଯାଇଥିଲା । ଜବାବରେ ନିର୍ମଳା କହିଛନ୍ତି ଯେ ଏଭଳି ପ୍ରସଙ୍ଗରେ ରିଜର୍ଭ ବ୍ୟାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି । ତେଣୁ ସେମାନେ ଅଦାନି ଗ୍ରୁପ୍‌ର ପ୍ରତ୍ୟେକ ଅପ୍‌ଡେଟ୍ ଉପରେ ନଜର ରଖୁଛନ୍ତି । ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶିତ ହେବାପରେ ଅଦାନି ଗ୍ରୁପ୍ ଉପରେ ଚଡକ ପଡିଛି । ଷ୍ଟକ୍ ଏକ୍ସଚେଞ୍ଜ୍‌ରେ ଅଦାନି ଗ୍ରୁପ୍ ସେୟାର ମୂଲ୍ୟ ହ୍ରାସ ପାଉଥିବାବେଳେ ଏହାର ମାଲିକ ଗୌତମ ଅଦାନିଙ୍କର ସମ୍ପତ୍ତି ପରିମାଣ ମଧ୍ୟ ଦ୍ରୁତଗତିରେ ହ୍ରାସ ପାଉଛି । ଏପରିକି ଏଲଆଇସି ଓ ଏସ୍‌ବିଆଇ ଭଳି ସଂସ୍ଥା ମଧ୍ୟ ବିବାଦ ମଧ୍ୟକୁ ଟାଣି ହୋଇଆସିଛନ୍ତି । ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking