31.1 C
Bhubaneswar
Monday, May 20, 2024
Homeଓଡିଶାମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

ପୁରୀ : କୋଣାର୍କ ବେଳାମାର୍ଗରେ ସିରିଜ୍ ଦୁର୍ଘଟଣା। କାର, ବାଇକ ଏବଂ ଅଟୋ ଆଗ ପଛ ହୋଇ ଧକ୍କା ହୋଇଛନ୍ତି। ଏହି ଦୁର୍ଘଟଣାରେ ୨ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିବାବେଳେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନାନୁଯାୟୀ, ରବିବାର ପୂର୍ବାହ୍ନରେ ଏକ କାର ଓ ବାଇକ ପୁରୀରୁ କୋଣାର୍କ ଆଡକୁ ଯାଉଥିଲା। କୋଣାର୍କରୁ ଏକ ଅଟୋ ପୁରୀ ଆସୁଥିଲା। ଘନଶ୍ୟାମ ହେମଲତା କଲେଜ ନିକଟରେ ବାଇକ୍ ଚକ ଫାଟିଯାଇଥିଲା। ଫଳରେ ସିରିଜ୍ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୨ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିବାବେଳେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking