32.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଏନସିବିରେ ହାଜର ହେଲେ ରିୟା

ଏନସିବିରେ ହାଜର ହେଲେ ରିୟା

ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଫସିଚାଲିଛନ୍ତି ରିୟା ଚକ୍ରବର୍ତ୍ତୀ । ଏହାରି ମଧ୍ୟରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋରେ ହାଜର ହୋଇଛନ୍ତି ରିୟା । ଡ୍ରଗ୍ସ କାରବାର ମାମଲାରେ ଏନସିବି ପଚରାଉଚରା ଜାରି ରଖିଛି । ତେବେ ରିୟାଙ୍କୁ ହାଜର ପାଇଁ ସମନ ପଠାଇଥିଲା ଏନସିବି । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ମୋଡ ଆସୁଥିବା ଦେଖିବାକୁ ମିଳିଛି । ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସମନ ଜାରି କରିଛି । ମୁମ୍ବାଇ ଘରେ ପହଂଚି ରିୟାଙ୍କୁ ସମନ ଦେଇଛି ଏନସିବି ଟିମ୍ । ଡ୍ରଗ୍ସ ଲିଙ୍କ ଅଭିଯୋଗରେ ଜେରା ପାଇଁ ରିୟାଙ୍କୁ ସମନ ଜାରି କରାଯାଇଛି । ତେବେ ରିୟା ଆଜି ସକାଳ ୧୦ଟା ୩୦ରେ ଏନସିବିରେ ହାଜର ହେବା ନେଇ ସୂଚନା ମିଳିଛି । ଦିନ ୧୧ଟା ପୂର୍ବରୁ ରିୟା ପହଂଚିବେ ଏବଂ ତା ପରେ ଜେରା ଆରମ୍ଭ କରାଯିବ । ଶୁକ୍ରବାର ଦିନ ରିୟାଙ୍କ ଘରେ ରେଡ ହେବାଠାରୁ ଆରମ୍ଭ କରି ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ଗିରଫ ଏବଂ ରିମାଣ୍ଡ ଭଳି ବଡ ପଦକ୍ଷେପ ନେଇସାରିଛି ଏନସିବି । ଖାଲି ଏତିକି ନୁହେଁ, ସିବିଆଇ ଓ ଇଡି ମଧ୍ୟ ଆହି ମାମଲାର ତଦନ୍ତରେ ଲାଗିପଡିଛନ୍ତି । ସୁଶାନ୍ତଙ୍କ ନିକଟତର ବ୍ୟକ୍ତିଙ୍କୁ ଏବେ ପଚାରଉଚୁରା ଜାରି ରହିଛି । ହେଲେ ଏହି କେସର ମୁଖ୍ୟ ଆରୋପୀ ହେଉଛନ୍ତି ରିୟା ଚକ୍ରବର୍ତ୍ତୀ ।

ଅନ୍ୟପଟେ ଡ୍ରଗ୍ସ କାରବାର ମାମଲାରେ ବର୍ତ୍ତମାନ ସୁଦ୍ଧା ୮ ଜଣ ଗିରଫ ହୋଇସାରିଛନ୍ତି । ପୂର୍ବରୁ ଡ୍ରଗ୍ସ କାରବାର ମାମଲାରେ ରିୟାଙ୍କ ଭାଇ ସୌଭିକ ଗିରଫ ହୋଇସାରିଛନ୍ତି । ସୌଭିକଙ୍କ ପରେ ରିୟା ଚକ୍ରବର୍ତୀ ଗିରଫ ହେବା ନେଇ ଚର୍ଚ୍ଚା ବଢିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking