30.1 C
Bhubaneswar
Friday, April 26, 2024
Homeଓଡିଶାଭୁବନେଶ୍ୱରଆଜିଠାରୁ ଏମବିବିଏସ ଓ ବିଡିଏସ ନାମଲେଖା ପାଇଁ ପଞ୍ଜୀକରଣ ଆରମ୍ଭ

ଆଜିଠାରୁ ଏମବିବିଏସ ଓ ବିଡିଏସ ନାମଲେଖା ପାଇଁ ପଞ୍ଜୀକରଣ ଆରମ୍ଭ

ଭୁବନେଶ୍ବର: ଏମବିବିଏସ ଓ ବିଡିଏସ ନାମଲେଖା ପାଇଁ ଆଜି(ଶୁକ୍ରବାର)ଠାରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ ଯେଉଁ ପ୍ରାର୍ଥୀମାନେ ନିଟ୍ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଛନ୍ତି ସେମାନେ କେବଳ ଏମବିବିଏସ ଓ ବିଡିଏସ୍ ନାମଲେଖା ପାଇଁ ପଞ୍ଜୀକରଣ କରିପାରିବେ । ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀ ମାନେ ଏନଆରଆଇ କୋଟାରେ ନାମ ଲେଖାଇବାକୁ ଆବେଦନ ମଧ୍ୟ କରିପାରିବେ ।

ଏହି ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇ ଅକ୍ଟୋବର 10 ତାରିଖ ମଧ୍ୟାହ୍ନ 12 ଟା ପର୍ଯ୍ୟନ୍ତ ଜାରି ରହିବ । ଏହି ସମୟ ମଧ୍ୟରେ ଛାତ୍ରଛାତ୍ରୀମାନେ ଅନଲାଇନରେ ପଞ୍ଜୀକରଣ କରିପାରିବେ । ସେମାନେ ନିଜର ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅନଲାଇନରେ ଅପଲୋଡ୍‌ କରିବା ସହ ଫି ଦାଖଲ ମଧ୍ୟ କରିବେ । ସମସ୍ତ ଡକ୍ୟୁମେଣ୍ଟ ଯାଞ୍ଚ ପରେ ଅକ୍ଟୋବର 18 ତାରିଖରେ ଫାଇନାଲ ମେରିଟ୍ ଲିଷ୍ଟ ପ୍ରକାଶିତ ପାଇବ । OJEE ୱେବ୍ ସାଇଟରେ ସମ୍ପୂର୍ଣ ତଥ୍ୟ ଜାଣିପାରିବେ ଛାତ୍ରଛାତ୍ରୀ । ଏନେଇ ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking