31.1 C
Bhubaneswar
Monday, May 6, 2024
Homeଓଡିଶା୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ୫ ଜିଲ୍ଲାକୁ ଆଜି ପାଇଁ ପାଣିପାଗ କେନ୍ଦ୍ର ରେଡ୍ ୱାର୍ଣ୍ଣିଂ ଜାରି କରିିଛି । ସମ୍ବଲପୁର, ଦେବଗଡ, ଅନୁଗୁଳ, ସୋନପୁର, ବରଗଡକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ରେଡ୍ ୱାର୍ଣ୍ଣିଂ ଥିବା ୫ ଜିଲ୍ଲାରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ସେହିଭଳି ଆଜି ପାଇଁ ଆଉ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡିକ ମଧ୍ୟରେ ବଲାଙ୍ଗୀର, ଝାରସୁଗୁଡା, ସୁନ୍ଦରଗଡ, ବୌଦ୍ଧ, କେନ୍ଦୁଝର, ଢେଙ୍କାନାଳ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, କଟକ ଜିଲ୍ଲା ରହିଛି । ରେଡ୍ ଓ ଅରଂଜ ୱାର୍ଣ୍ଣିଂ ଜାରି ୧୫ ଜିଲ୍ଲାରେ ବର୍ଷା ଲାଗିରହିବ । ଅବପାତ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଚାନ୍ଦବାଲି ଦେଇ ଆଜି ଭୋରରୁ ସ୍ଥଳଭାଗ ଅତିକ୍ରମ କରିଛି । ଆଜି ଦିନ ତମାମ ରେଡ ଓ ଅରେଞ୍ଜ ୱାର୍ଣ୍ଣିଂ ଜିଲ୍ଲାରେ ପ୍ରବଳ ବର୍ଷିବ ।
ଅନ୍ୟପଟେ ୧୭ ତାରିଖରୁ ରାଜ୍ୟରେ ପୁଣି ବର୍ଷା ଲାଗି ରହିବ । ଏହି ବର୍ଷା ସଂପର୍କରେ ଆଇଏମଡି ଡିଜି ମୃତ୍ୟୁଂଜୟ ମହାପାତ୍ର ସୂଚନା ପ୍ରଦାନ କରି କହିଛନ୍ତି ୧୭ ସୁଦ୍ଧା ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ୧୮ ତାରିଖ ସକାଳ ସୁଦ୍ଧା ଏହା ଉତ୍ତର ଓଡିଶା ନିକଟରେ ପହଂଚିପାରେ । ପ୍ରଭାବରେ ୧୭ରୁ ଉପକୂଳ ଓଡିଶାରେ ପୁଣି ଏକ ବର୍ଷା ସ୍ପେଲ ଚାଲିବ । କ୍ରମେ ଉପକୂଳରେ ବର୍ଷା କମିବ । ମାତ୍ର ଆଭ୍ୟନ୍ତରୀଣ ଓଡିଶାରେ ବଢିବ । ସମ୍ବଲପୁର, ଅନୁଗୁଳ, ଦେବଗଡ, ବରଗଡ, ବୌଦ୍ଧରେ ପ୍ରବଳ ବର୍ଷିବ । ଆସନ୍ତାକାଲି ସୁଦ୍ଧା ଉପକୂଳରେ ବର୍ଷା ସଂପୂର୍ଣ୍ଣ ଭାବେ କମିଯିବ ।
ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଅବପାତର ରୂପ ନେଇଛି । ଫଳରେ ରାଜ୍ୟରେ ବର୍ଷାର ବିତ୍ପାତ ଦେଖା ଦେଇଛି । ବିଶେଷ କରି ଟ୍ୱିନସିଟି ପୁରୀ ଏବଂ ଭୁବନେଶ୍ୱରରେ ରେକର୍ଡ ଭାଙ୍ଗିଲା ବର୍ଷା । ପୁରୀରେ ସର୍ବାଧିକ ୩୪୧ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ୮୩ ବର୍ଷର ରେକର୍ଡ ଭଙ୍ଗ କରିଛି । ସେହିପରି ଭୁବନେଶ୍ୱରରେ ୧୯୫ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ୬୩ ବର୍ଷର ରେକର୍ଡ ଭଙ୍ଗ କରିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ୧୨ ତାରିଖ ସକାଳ ୮ଟା ୩୦ରୁ ୧୩ ତାରିଖ ୮ଟା ୩୦ ମଧ୍ୟରେ ପୁରୀରେ ସର୍ବାଧିକ ୩୪୧ ମିଲିମିଟର୍ , ପାରାଦୀପରେ ୨୧୯ ମିଲିମିଟର୍‌, ଭୁବନେଶ୍ୱରରେ ୧୯୫ ମିଲିମିଟର୍‌, ବାଲେଶ୍ବରରେ ୨୪, ଚାନ୍ଦବାଲିରେ ୪୬ ଓ ଗୋପାଳପୁରରେ ୬୪ ମିଲିମିଟର୍ ବର୍ଷା ରେକର୍ଡ କରାଯାଇଛି।
କଟକ ଓ ଭୁବନେଶ୍ୱର ସହରବାସୀଙ୍କୁ ଆସନ୍ତା ୬ ଘଣ୍ଟା ପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏଠାରେ ଘଣ୍ଟାକୁ ୨ରୁ ୩ ସେମି ପର‌୍ୟ୍ୟନ୍ତ ବର୍ଷା ହେବା ନେଇ ଆକଳନ କରାଯାଇଥିବାର ସୂଚନା ମିଳିଛି। ଟ୍ବିନ୍ ସିଟିର ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ। ଏଣୁ ଜଳ ନିଷ୍କାସନ ଲାଗି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏପରିକି ଘରୁ ବାହାରକୁ ନ ଯିବା ଲାଗି ବି ପାଣିପାଗ କେନ୍ଦ୍ର ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ୧୯୫୮ ମସିହା ସେପ୍ଟେମ୍ବର ୯ ତାରିଖରେ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ସର୍ବାଧିକ ୧୬୩.୦ ମିଲିମିଟର୍ ବର୍ଷା ହୋଇଥିବା ରେକର୍ଡ କରାଯାଇଥିଲା। ତା’ପରେ ରାଜ୍ୟ ରାଜଧାନୀରେ ଦିନକରେ ଏତେ ପରିମାଣର ବୃଷ୍ଟିପାତ ହୋଇଥିବାର ରେକର୍ଡ ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking