29.1 C
Bhubaneswar
Sunday, May 19, 2024
Homeଓଡିଶାଭାସିଗଲା ପୋଲ; ୫ ଗାଁ ବିଚ୍ଛିନ୍ନ

ଭାସିଗଲା ପୋଲ; ୫ ଗାଁ ବିଚ୍ଛିନ୍ନ

ବାଲିଗୁଡା: ବନ୍ୟାଜଳରେ ଭାସିଗଲା ଅସ୍ଥାୟୀ ପୋଲ । ଗୁଂଜିବାଡି ପଂଚାୟତ ବିରିଣ୍ଡାପଡାକୁ ସଂଯୋଗ କରୁଥିବା ପୋଲ ଭାସିଯାଇଛି । ଅସ୍ଥାୟୀ ପୋଲ ଭାସି ଯିବାରୁ ୫ଟି ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପ୍ରବଳ ବର୍ଷାରେ ଭିଜୁଛି ସାରା ଓଡିଶା । ଫଳରେ ଜନଜୀବନ ଏବଂ ଅସ୍ତବ୍ୟସ୍ତ ହୋଇପଡିଛି । ଅନ୍ୟପଟେ , ଫୁଲବାଣୀରେ ବର୍ଷା ବିତ୍ପାତ କରିଛି । କ. ନୂଆଗାଁ ବ୍ଲକର ସାରଙ୍ଗଡ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଛି । ସେହିଭଳି ପ୍ରବଳ ବର୍ଷା କାରଣରୁ ପୁରୁଣା ଜଗନ୍ନାଥ ମନ୍ଦିରର ଉପର ଅଂଶ ଭୁଷୁଡି ପଡିଛି । ଅନେକ ଲୋକଙ୍କ ଘରେ ପାଣି ପଶିଯାଇଥିବା ବେଲେ ଗୃହପାଳିତ ପଶୁ ବି ଜଳମଗ୍ନ ହୋଇ ରହିଛନ୍ତି ।

ସେହିଭଳି, ୧୭ ତାରିଖରୁ ରାଜ୍ୟରେ ପୁଣି ବର୍ଷା ଲାଗି ରହିବ । ଏହି ବର୍ଷା ସଂପର୍କରେ ଆଇଏମଡି ଡିଜି ମୃତ୍ୟୁଂଜୟ ମହାପାତ୍ର ସୂଚନା ପ୍ରଦାନ କରି କହିଛନ୍ତି ୧୭ ସୁଦ୍ଧା ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ୧୮ ତାରିଖ ସକାଳ ସୁଦ୍ଧା ଏହା ଉତ୍ତର ଓଡିଶା ନିକଟରେ ପହଂଚିପାରେ । ପ୍ରଭାବରେ ୧୭ରୁ ଉପକୂଳ ଓଡିଶାରେ ପୁଣି ଏକ ବର୍ଷା ସ୍ପେଲ ଚାଲିବ । କ୍ରମେ ଉପକୂଳରେ ବର୍ଷା କମିବ । ମାତ୍ର ଆଭ୍ୟନ୍ତରୀଣ ଓଡିଶାରେ ବଢିବ । ସମ୍ବଲପୁର, ଅନୁଗୁଳ, ଦେବଗଡ, ବରଗଡ, ବୌଦ୍ଧରେ ପ୍ରବଳ ବର୍ଷିବ । ଆସନ୍ତାକାଲି ସୁଦ୍ଧା ଉପକୂଳରେ ବର୍ଷା ସଂପୂର୍ଣ୍ଣ ଭାବେ କମିଯିବ ।

ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଅବପାତର ରୂପ ନେଇଛି । ଫଳରେ ରାଜ୍ୟରେ ବର୍ଷାର ବିତ୍ପାତ ଦେଖା ଦେଇଛି । ବିଶେଷ କରି ଟ୍ୱିନସିଟି ପୁରୀ ଏବଂ ଭୁବନେଶ୍ୱରରେ ରେକର୍ଡ ଭାଙ୍ଗିଲା ବର୍ଷା । ପୁରୀରେ ସର୍ବାଧିକ ୩୪୧ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ୮୩ ବର୍ଷର ରେକର୍ଡ ଭଙ୍ଗ କରିଛି । ସେହିପରି ଭୁବନେଶ୍ୱରରେ ୧୯୫ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ୬୩ ବର୍ଷର ରେକର୍ଡ ଭଙ୍ଗ କରିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ୧୨ ତାରିଖ ସକାଳ ୮ଟା ୩୦ରୁ ୧୩ ତାରିଖ ୮ଟା ୩୦ ମଧ୍ୟରେ ପୁରୀରେ ସର୍ବାଧିକ ୩୪୧ ମିଲିମିଟର୍‌ , ପାରାଦୀପରେ ୨୧୯ ମିଲିମିଟର୍‌, ଭୁବନେଶ୍ୱରରେ ୧୯୫ ମିଲିମିଟର୍‌, ବାଲେଶ୍ବରରେ ୨୪, ଚାନ୍ଦବାଲିରେ ୪୬ ଓ ଗୋପାଳପୁରରେ ୬୪ ମିଲିମିଟର୍‌ ବର୍ଷା ରେକର୍ଡ କରାଯାଇଛି।

କଟକ ଓ ଭୁବନେଶ୍ୱର ସହରବାସୀଙ୍କୁ ଆସନ୍ତା ୬ ଘଣ୍ଟା ପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏଠାରେ ଘଣ୍ଟାକୁ ୨ରୁ ୩ ସେମି ପର୍ଯ୍ୟନ୍ତ ବର୍ଷା ହେବା ନେଇ ଆକଳନ କରାଯାଇଥିବାର ସୂଚନା ମିଳିଛି। ଟ୍ବିନ୍ ସିଟିର ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ। ଏଣୁ ଜଳ ନିଷ୍କାସନ ଲାଗି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏପରିକି ଘରୁ ବାହାରକୁ ନ ଯିବା ଲାଗି ବି ପାଣିପାଗ କେନ୍ଦ୍ର ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ୧୯୫୮ ମସିହା ସେପ୍ଟେମ୍ବର ୯ ତାରିଖରେ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ସର୍ବାଧିକ ୧୬୩.୦ ମିଲିମିଟର୍‌ ବର୍ଷା ହୋଇଥିବା ରେକର୍ଡ କରାଯାଇଥିଲା। ତା’ପରେ ରାଜ୍ୟ ରାଜଧାନୀରେ ଦିନକରେ ଏତେ ପରିମାଣର ବୃଷ୍ଟିପାତ ହୋଇଥିବାର ରେକର୍ଡ ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking