29.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଦିଲ୍ଲୀ ମଲକାଗଞ୍ଜ ଅଞ୍ଚଳରେ ଭୁଷୁଡ଼ିଲା ତିନି ମହଲା କୋଠା

ଦିଲ୍ଲୀ ମଲକାଗଞ୍ଜ ଅଞ୍ଚଳରେ ଭୁଷୁଡ଼ିଲା ତିନି ମହଲା କୋଠା

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀର ମଲକାଗଞ୍ଜ ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ତିନି ମହଲା କୋଠା ଭୁଶୁଡି ପଡିଛି । ବିଲ୍ଡିଂର ତଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ସକାଳ ପ୍ରାୟ 11.50 ସମୟରେ ଅଗ୍ନିଶମ ବିଭାଗ କୋଠା ଭୁଶୁଡ଼ିବା ନେଇ ଏକ କଲ ପାଇଥିଲା। ତେବେ  ବର୍ତ୍ତମାନ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଛି । ଯେଉଁ ସ୍ଥାନରେ କୋଠା ଭୁଶୁଡିଛି ତାହା ସାବଜୀ ମାଣ୍ଡି ପୋଲିସ ଷ୍ଟେସନ ଅଧୀନରେ ଅଛି । କୁହାଯାଉଛି ଯେ ତଳ ମହଲାରେ ଏକ ଦୁଗ୍ଧ ଦୋକାନ ଥିଲା। ସେଠାରେ କିଛି ନିର୍ମାଣ କାର୍ଯ୍ୟ ଚାଲିଥିଲା ​​। ଯେତେବେଳେ କୋଠାଟି ଭୁଶୁଡି ପଡିଲା, ତଳେ ଗାଡି ପାର୍କିଂ ମଧ୍ୟ ଥିଲା । ତେବେ ସେହି ଗାଡି ଭିତରେ ଲୋକ ଥିଲେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବର୍ତ୍ତମାନ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ କରିବା ପାଇଁ ଅଗ୍ନିଶମ ବିଭାଗର 7 ଟି ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଅନେକ ଲୋକଙ୍କୁ ଡାକ୍ତରଖାନା ନିଆଯାଇଛି । ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ହେତୁ କୋଠା ଭୁଶୁଡି ପଡିଥିବାର ଆଶଙ୍କା କରାଯାଉଛି। ଅନେକ ଦିନ ଧରି ଦିଲ୍ଲୀରେ ପ୍ରବଳ ବର୍ଷା ହେଉଛି । ଆଜି ମଧ୍ୟ ମଝିରେ ମଝିରେ ବର୍ଷା ହେଉଛି । ପାଗ ମେଘୁଆ ରହିଛି । ପ୍ରବଳ ବର୍ଷା ହେତୁ ଦିଲ୍ଲୀ ର ସ୍ଥିତି ବେହାଲ ହୋଇପଡିଛି । ଅନେକ ସ୍ଥାନରେ ଆଣ୍ଠୁଏ ଆଣ୍ଠୁଏ ପାଣି ଭରି ରହିଛି । ଏଥି ସହିତ ରାସ୍ତା ମଧ୍ୟ ଜଳମଗ୍ନ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking