30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଚେଲ୍ଲା କୁମାରଙ୍କ ପାଇଁ କଂଗ୍ରେସରେ ବିଦ୍ରୋହ ଆସନ୍ନ

ଚେଲ୍ଲା କୁମାରଙ୍କ ପାଇଁ କଂଗ୍ରେସରେ ବିଦ୍ରୋହ ଆସନ୍ନ

ଭୁବନେଶ୍ୱର : ଓଡିଶା କଂଗ୍ରେସରେ ଖୁବଶୀଘ୍ର ଏକ ବଡ ଧରଣର ବିଦ୍ରୋହ ଦେଖା ଦେବାକୁ ଯାଉଛି । ରାଜ୍ୟ ସଭାପତି ପଦକୁ ନେଇ ଚାଲିଥିବା ଟଣା ଓଟରାରେ ଏହି ଘଟଣା ଘଟିବାକୁ ଯାଉଛି । ଓଡିଶା ଦାୟିତ୍ୱରେ ଥିବା ପ୍ରଭାରୀ ଚେଲ୍ଲା କୁମାରଙ୍କ ପକ୍ଷପାତିତା ନୀତି ଯୋଗୁ ଦଳ ଧ୍ୱଂସାଭିମୁଖ ଆଡକୁ ଗତି କରିବ ବୋଲି ଅନେକ ନେତା ମତ ଦେଉଛନ୍ତି । ପିସିସି ସଭାପତି ଭାବରେ ପୂର୍ବତନ ସଭାପତି ଶରତ ପଟ୍ଟନାୟକଙ୍କୁ ପୁଣି ବସାଇବା ପାଇଁ ପ୍ରଭାରୀ ଚେଲ୍ଲା କୁମାର ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । କିନ୍ତୁ ତାଙ୍କୁ ଦଳର ଅନେକ ବିଧାୟକ ଓ କିଛି ନେତା ବିରୋଧ କରୁଛନ୍ତି ଏବଂ ନିକଟରେ ଦିଲ୍ଲୀ ଯାଇଥିବା ବେଳେ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା ବେଳେ ମତ ରଖିବା ସମୟରେ କହି ସାରିଛନ୍ତି । ଏହା ପରେ ଯଦି ଶ୍ରୀ ପଟ୍ଟନାୟକଙ୍କୁ ସଭାପତି କରାଯାଏ ଅନେକ ନେତା ଦଳ ଛାଡିବା ନିଶ୍ଚିନ୍ତ ବୋଲି ମଧ୍ୟ ଆଲୋଚନା ହେଉଛି । ମିଳିଥିବା ସୂଚନା ଅନୁସାରେ ଅଧିକାଂଶ ବିଧାୟକ ଓ କିଛି ନେତା ବିଧାୟକ ମହମ୍ମଦ ମୋକିମଙ୍କ ସପକ୍ଷରେ ସଭାପତି ପଦ ପାଇଁ ମତ ଦେଇଥିଲେ ବୋଲି କୁହାଯାଇଛି ।
ପିସିସି ସଭାପତି ନିରଂଜନ ପଟ୍ଟନାୟକ ପଦବୀରୁ ଇସ୍ତଫା ଦେବା ପରେ ନୂଆ ସଭାପତି ପାଇଁ ଦିନକୁ ଦିନ ହେଲା ଦୈାଡ ଜାରି ରହିଛି । ଏହା ଏବେ ଚୂଡାନ୍ତ ରୂପ ରେଖ ନେବାକୁ ଯାଉଛି । ସଭାପତି କିଏ ହେବେ ସେ ସମ୍ପର୍କରେ ମତାମତ ନେବା ପାଇଁ ପ୍ରଭାରୀ ଚେଲ୍ଲା କୁମାର ଦୁଇ ଦିନିଆ ଓଡିଶା ଗସ୍ତ ରେ ଆସିଥିଲେ । ଏଠାରେ ରହି ବିଧାୟକ ନେତା ଓ କିଛି ଦଳ ବାହାରର ନେତାଙ୍କୁ ଭେଟିଥିଲେ । ଯାହା ଜଣା ପଡୁଛି ଆଲୋଚନା ସମୟରେ ଚେଲ୍ଲା କୁମାର ଶରତ ପଟ୍ଟନାୟକଙ୍କୁ ସଭାପତି କରିବା ନେଇ ମତ ରଖିବା ଲାଗି ଏକ ପ୍ରକାର ନେତା ମାନଙ୍କ ଉପରେ ଚାପ ପକାଇଥିଲେ । କିନ୍ତୁ ଅଧିକାଂଶ ନେତା ଏହି କଥା କୁ ଗ୍ରହଣ କରି ନଥିଲେ । ଜଣେ ନୂଆ ଲୋକଙ୍କୁ ସଭାପତି କରିବା ପାଇଁ ପ୍ରସ୍ତାବ ଦେଇଥିଲେ । କୈାଣସି ଗୋଟିଏ ନାଁ କୁ ନେଇ ସହମତି ହୋଇ ପାରି ନ ଥିଲା ଫଳରେ ଚେଲ୍ଲା କୁମାରଙ୍କ ଉଦେଶ୍ୟ ସଫଳ ହୋଇ ପାରି ନ ଥିଲା । ଏଣୁ ରାହୁଲ ଗାନ୍ଧୀ ଦଳର ସାଂସଦ, ବିଧାୟକ, ପୂର୍ବତନ ପିସିସି ସଭାପତି ଓ କେତେଜଣ ନିର୍ଦ୍ଦିଷ୍ଟ ନେତା ଙ୍କୁ ଆଲୋଚନା ପାଇଁ ଦିଲ୍ଲୀ ଡକାଇ ଥିଲେ । ଆଲୋଚନା ବେଳେ ଅଧିକାଂଶ ବିଧାୟକ ଓ ନେତା ଭିନ୍ନ ଭିନ୍ନ ମତ ଦେଇଥିଲେ । ବିଶେଷ କରି ଅଧିକାଂଶ ବିଧାୟକ ମହମ୍ମଦ ମୋକିମଙ୍କ ନାଁ ପ୍ରସ୍ତାବ ରଖିଥିଲେ ବୋଲି କୁହାଯାଉଛି । ଏପରିକି ଏକଥା ବି ଆଲୋଚନା ହେଉଛି ଯଦି ଶରତ ପଟନାୟକ ଙ୍କୁ ସଭାପତି କରାଯାଏ ତେବେ ଦଳରେ ବିଦ୍ରୋହ ଦେଖାଯାଇ ପାରେ ବୋଲି ରାହୁଲ ଙ୍କୁ ଏ ନେଇ ସୂଚନା ମଧ୍ୟ ଦିଆଯାଇଥିଲା ।
ବିଧାୟକ ମାନେ ଫେରିବା ପରେ ରାହୁଲ ଗାନ୍ଧୀ ଖୁବ ଶୀଘ୍ର ନାମ ଘୋଷଣା କରିବେ ବୋଲି ଜଣା ପଡିଥିଲା । ଶରତ ପଟନାୟକ ଙ୍କ ନାଁ ସପକ୍ଷରେ ଅଧିକ ମତ ଆସି ନଥିବା ଜାଣିବା ପରେ ରାହୁଲ ଗାନ୍ଧୀ କିଛି ନିଷ୍ପତି ନେବା ପୂର୍ବରୁ ଚେଲ୍ଲା କୁମାର ପୁଣି ଦିଲ୍ଲୀ ସ୍ତରରେ ଜୋରଦାର ଲବି ଚଳାଇଛନ୍ତି । ଦିଲ୍ଲୀ ରେ ଯେଉଁ ସବୁ ନେତା ମାନେ ଅଛନ୍ତି ସେମାନଙ୍କୁ ଭେଟି ଶରତ ଙ୍କ ସପକ୍ଷରେ ମତ ସଂଗ୍ରହ କରିବାରେ ଚେଲ୍ଲା କୁମାର ଲାଗି ପଡିଛନ୍ତି ବୋଲି ସୂଚନା ମିଳୁଛି । ରାହୁଲଙ୍କ ମତ ପରିବର୍ତ୍ତନ କରିବା ପାଇଁ ସେ ସବୁ ପ୍ରକାର ଉଦ୍ୟମ ଚଳାଇଥିବାର ଖବର ମିଳିଛି । ଶରତ ଙ୍କ ପାଇଁ ଚେଲ୍ଲା କୁମାର ଏଭଳି ଜାନ୍ ଲଗାଇ ଉଦ୍ୟମ କରିବା ପଛରେ କଣ ବଡ ଧରଣର ରହସ୍ୟ ରହିଥିବା କୁୁହା ଯାଇଛି ।
ଏକଥା ଜଣା ପଡିବା ପରେ ବିଧାୟକ ଓ କିଛି ନେତା ଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ସେମାନେ ଏଭଳି ସ୍ଥିତି କୁ ଆସିଛନ୍ତି ଯେ ଆବଶ୍ୟକ ପଡିଲେ ଦଳରୁ ଇସ୍ତଫା ଦେବାର ଯଥେଷ୍ଟ ସମ୍ଭାବନା ରହିଛି । ଏପରିକି ଦଳ ଓ ନେତୃତ୍ୱ ବିରୁଦ୍ଧରେ ମତ ରଖିବାକୁ ମଧ୍ୟ ପଛାଇବେ ନାହିଁ । କଂଗ୍ରେସ ସଂଖ୍ୟାଲଘୁ ଙ୍କୁ ଗୁରୁତ୍ୱ ଦେଉ ନାହିଁ ବୋଲି ଏକ ଧାରଣା ଦେବା ପାଇଁ ମଧ୍ୟ ଉଦ୍ୟମ ହୋଇ ପାରେ ବୋଲି ଜଣା ପଡୁଛି । ବର୍ତ୍ତମାନ ଓଡିଶା କଂଗ୍ରେସ ଯେଉଁ ସ୍ଥିତି ରେ ଅଛି ପ୍ରଭାରୀ ଚେଲ୍ଲା କୁମାର ଙ୍କ ପାଇଁ ଆହୁରି ରସା ତଳ କୁ ଯିବ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି । ସେମାନଙ୍କ ମନରେ ପ୍ରଶ୍ନ ଉଠୁଛି ଯଦି ପ୍ରଭାରୀ ଯାହା କହିବେ ସେହି ଅନୁସାରେ ନିଷ୍ପତି ନିଆଯିବ ତେବେ ରାହୁଲ ଗାନ୍ଧୀ ଦିଲ୍ଲୀ କୁ ବିଧାୟକ ଓ ନେତା ମାନଙ୍କୁ ଡକାଇ କାହିଁକି ମତ ନେଉଥିଲେ ବୋଲି ଏ ପ୍ରଶ୍ନ ମଧ୍ୟ ଉଠିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking