29.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଆଜି ଆରସିବି-କେକେଆର ମୁକାବିଲା

ଆଜି ଆରସିବି-କେକେଆର ମୁକାବିଲା

ଦୁବାଇ : ଆଇପିଏଲର ୧୪ଶ ସଂସ୍କରଣର ୩୧ତମ ଲିଗ୍‌ ମୁକାବିଲାରେ ସୋମବାର ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) । ଏହି ମ୍ୟାଚ୍‌କୁ ନେଇ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ପ୍ରଥମ ମ୍ୟାଚ୍‌ରେ ପରାଜିତ ହୋଇ ସାରିଥିବାରୁ କେକେଆର ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ଅନ୍ୟ ପଟରେ ପ୍ରଥମାର୍ଦ୍ଧର ପ୍ରଦର୍ଶନକୁ ଦୋହରାଇବା ପାଇଁ ଆରସିବି ଲକ୍ଷ୍ୟ ରଖିଛି । ଚଳିତ ବର୍ଷ ରୟାଲ୍‌ ଚ୍ୟାଲେଞ୍ଜର୍ସ ଚମତ୍କାର ଖେଳ ପ୍ରଦର୍ଶନ କରିଛି । କ୍ରମାନ୍ୱୟରେ ପ୍ରଥମ ୪ଟି ମ୍ୟାଚ୍‌ ଜିତିବା ପରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ଦଳ ସିଜନର ସବୁଠୁ ଶକ୍ତିଶାଳୀ ଦଳ ରୂପେ ଗଣା ହୋଇଥିଲା । ଇତି ମଧ୍ୟରେ ୭ଟି ମ୍ୟାଚ୍‌ ଖେଳି ରୟାଲ୍‌ ଚ୍ୟାଲେଞ୍ଜର୍ସ ଦଳ ୫ ବିଜୟ ସହ ମୋଟ୍‌ ୧୦ ପଏଣ୍ଟ ହାସଲ କରିସାରିଛି। ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ଓ କେଲି ଜାମିସନଙ୍କ ଉପସ୍ଥିତି ଦଳକୁ ସନ୍ତୁଳିତ ଓ ଶକ୍ତିଶାଳୀ କରିଛି ।

ପ୍ରଥମ ଭାଗର ପ୍ରଦର୍ଶନକୁ ଦ୍ୱିତୀୟ ଭାଗରେ ଦୋହରାଇବା କଷ୍ଟକର ହେବ ନାହିଁ । ଏବି ଡି ଭିଲର୍ସ ୨ ଦିନ ତଳେ ଏକ ଅଭ୍ୟାସ ମ୍ୟାଚ୍‌ରେ ଶତକ ଅର୍ଜନ କରି ଫର୍ମକୁ ଫେରିଛନ୍ତି । ଆଡାମ ଜାମ୍ପା, ଡାନିଏଲ ସାମ୍ସ, ଫିନ ଆଲେନ ଓ କେନ ରିଚାର୍ଡସନ୍‌ ଦ୍ୱିତୀୟ ଭାଗରୁ ଓହରି ଯିବା ଫଳରେ ଏମାନଙ୍କ ସ୍ଥାନରେ ୱାନିଣ୍ଡୁ ହାସାରାଙ୍ଗା, ଟିମ୍‌ ଡେଭିଡ, ଦୁଷ୍ମନ୍ତ ଚାମୀରା ଓ କେନ ରିଚାର୍ଡସନ୍‌ଙ୍କୁ ଡାକରା ମିଳିଛି । ନବାଗତ ୪ ଖେଳାଳି ଉନ୍ନତ ଫର୍ମରେ ରହିଛନ୍ତି । ତଥାପି ଦଳ ୱାସିଂଟନ ସୁନ୍ଦରଙ୍କ ଅନୁପସ୍ଥିତି ଅନୁଭବ କରିବ । କୋଲକାତା ନାଇଟ ରାଇଡର୍ସ ଦଳରେ ଷ୍ଟାର ପେସ୍‌ ବୋଲର ପ୍ୟାଟ୍‌ କମିନ୍ସ ନାହାନ୍ତି । ସେ ଦ୍ୱିତୀୟ ଭାଗରେ ଖେଳିବା ଅନିଛା ପ୍ରକାଶ କରିବାରୁ ତାଙ୍କ ସ୍ଥାନରେ ଟିମ୍‌ ସାଉଦିଙ୍କୁ ଚୁକ୍ତି କରାଯାଇଛି ।

ଅନ୍ୟ ସମସ୍ତ ଖେଳାଳି ପୂର୍ବବତ ଦଳରେ ରହିଛନ୍ତି । ଆଜିର ମ୍ୟାଚ୍‌ ନାଇଟ ରାଇଡର୍ସ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ୭ଟି ମ୍ୟାଚ୍‌ରୁ ମୋଟ୍‌ ୪ ପଏଣ୍ଟ ହାସଲ କରିଥିବା ନାଇଟ୍‌ ରାଇଡର୍ସକୁ ପ୍ଲେ ଅଫ୍‌ ପାଇଁ ଏବେଠୁ ପ୍ରୟାସ କରିବାକୁ ପଡ଼ିବ । ଅବଶ୍ୟ ଦଳର ସମସ୍ତ ଖେଳାଳି ଫିଟ୍‌ ରହିଛନ୍ତି । ମ୍ୟାଚ୍‌ ଅଭ୍ୟାସର ସୁଯୋଗ ନଥିବାରୁ ଖେଳାଳିଙ୍କ ଫର୍ମକୁ ନେଇ ଏବେଠୁ ପୂର୍ବାନୁମାନ କରିବା କଷ୍ଟକର । ତଥାପି ଦୁଇ ଭାରତୀୟ ଶୁଭମନ ଗିଲ୍‌ ଓ ନିତିଶ ରାଣାଙ୍କ ଉପରେ ଦଳର ବ୍ୟାଟିଂ ବିଭାଗ ନିର୍ଭର କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking