25.1 C
Bhubaneswar
Thursday, May 9, 2024
Homeଓଡିଶାପହଂଚିଲା ରଥ ଦଉଡି

ପହଂଚିଲା ରଥ ଦଉଡି

ଭୁବନେଶ୍ୱର: ଘୋଷଯାତ୍ରା ପାଇଁ ପୁରୀରେ ପହଂଚିଛି ରଥ ଦଉଡି । ଖବର ମୁତାବକ, ୧୪ଟି ରଥ ଦଉଡି ଏବଂ ୬ଟି କର୍ଡନ ଦଉଡି ପହଂଚିଛି । ରାଜ୍ୟ କତା ନିଗମ ପକ୍ଷରୁ ପ୍ରସ୍ତୁତ ହୋଇଛି ରଥ ଦଉଡି ।
ଗୋଟିଏ ଦଉଡିର ଲମ୍ବ ପ୍ରାୟ ୨୨୦ ଫୁଟ ଓ ମୋଟେଇ ୮ ଇଂଚ୍ ହୋଇଥିବା ବେଳେ ଘେର ଦଉଡି ୪୫୦ ଫୁଟ ଲମ୍ବ ଏବଂ ମୋଟେଇ ୪ ଇଂଚ (୩ଟିର) ଓ ୩ ଇଂଚ ରହିଛି । କରୋନା ଭାଇରସ ମୁକାବିଲା ପାଇଁ ଏଥର ମହାପ୍ରଭୁଙ୍କ ରଥଯାତ୍ରାରେ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିପାରିବେ ନାହିଁ। ସରକାରଙ୍କ କୋଭିଡ-୧୯ ଗାଇଡଲାଇନ ଅନୁସାରେ ସୀମିତ ସେବାୟତଙ୍କ ଜରିଆରେ ରଥଯାତ୍ରା ସଂପନ୍ନ ହେବ ବୋଲି ଆଶଙ୍କା କରାଯାଉଛି ।

ଅନ୍ୟପଟେ ଆସନ୍ତା କାଲି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି ମହାପ୍ରଭୂଙ୍କ ଭଉଁରୀ ଯାତ୍ରା। ୨୧ଦିନ ଧରି ଚାଲିଥିବା ମହାପ୍ରଭୂଙ୍କ ଚନ୍ଦନ ଯାତ୍ରା ଆଜି ଅନ୍ତିମ ଦିନ। ଏହି ଦିନ ମହାପ୍ରଭୂଙ୍କ ଚଳନ୍ତି ପ୍ରତିମା ଘେରା ଚନ୍ଦନ ପୁଷ୍କରଣୀକୁ ପ୍ରରିକ୍ରମା କରିବା ପରମ୍ପରା ରହିଛି। ଏହି ଯାତ୍ରା  ମଧ୍ୟ ଶ୍ରୀମନ୍ଦିର ପରିସରରେ ପ୍ରତିକାତ୍ମକ ଭାବେ କରାଯିବ । ଏଥି ସହିତ  ଭଉଁରୀ ଯାତ୍ରା ଅବସରରେ ଶ୍ରୀମନ୍ଦିର ବିଧି ପରମ୍ପରା ଅନୁଯାୟୀ ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ ତିନିରଥର ଚକଡେରା ନିତି ଅନୁକୂଳ ହେବ ।  ଅନୁକୂଳ ପର୍ବ ପାଇଁ ନନ୍ଦିଘୋଷ, ତାଳଧ୍ଵଜ ଓ ଦର୍ପଦଳନ ରଥର ଦୁଇଟି ଲେଖାଁ ଚକରେ ଅଖ ସଂଯୋଗ କରାଯାଇ ଚକଡେରା ନିତି ଅନୁଷ୍ଠିତ ହେବ । ସକାଳ ଧୂପ ପରେ ପୂଜାପଣ୍ଡା ୩ ରଥ ପାଇଁ ୩ଟି ଆଜ୍ଞାମାଳ ଆସିବ। ବିଶ୍ୱକର୍ମା ମହାରଣା, ଭୋଇ ସେବାୟତଙ୍କ ସହଯୋଗରେ ଏହି ନୀତି ସମନ୍ନ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking