30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଆଇଟି ନିୟମ ନେଇ ଗୁଗୁଲର ଏମିତି ଦାବି

ଆଇଟି ନିୟମ ନେଇ ଗୁଗୁଲର ଏମିତି ଦାବି

ନୂଆଦିଲ୍ଲୀ: ଗୁଗୁଲ ଏଲଏଲସି ଦାବି କରିଛି ଯେ, ଡିଜିଟାଲ ମିଡିଆ ପାଇଁ ଆଇଟି ନିୟମ ତାର ସର୍ଚ୍ଚ ଇଂଜିନରେ ଲାଗୁ ହୁଏନି ଓ ବୁଧବାର ଦିଲ୍ଲୀ ହାଇକୋର୍ଟଙ୍କୁ ଅନୁରୋଧ କରିଛି ଯେ, ଇଂଟରନେଟରୁ ଆପତ୍ତିଜନକ ଜିନିଷ ହଟାଇବା ସମ୍ବନ୍ଧରେ ଶୁଣାଣି ମଧ୍ୟରେ କମ୍ପାନୀ ଉପରେ ଯାହା ନିୟମ ଲାଗୁ ଥିଲା ତାକୁ ହଟାନ୍ତୁ । ମୁଖ୍ୟ ନ୍ୟାୟଧୀଶ ଡିଏନ ପଟେଲ ଓ ନ୍ୟାୟମୂର୍ତ୍ତି ଜ୍ୟୋତି ସିଂହଙ୍କ ପୀଠ କେନ୍ଦ୍ର, ଦିଲ୍ଲୀ ସରକାର ଓ ଇଂଟରନେଟ ସର୍ଭିସ  ପ୍ରାଭାଇଡର୍ସ ଆସୋସିଏସନ ଅଫ ଇଣ୍ଡିଆ, ଫେସବୁକ, ଅଶ୍ଳୀଳ ଜିନିଷ ଦେଖାଉଥିବା ସାଇଟ କୁ ନୋଟିସ ଜାରି କରିଥିଲେ ଯେଉଁ ଆବେଦନ ଉପରେ ନ୍ୟାୟଧୀଶ ଆଦେଶ ଜାରି କରିଥିଲେ । ପୀଠ ତାଙ୍କୁ ୨୫ ଜୁଲାଇ ମଧ୍ୟରେ ଗୁଗୁଲ ଆବେଦନ ଉପରେନିଜ ଜବାବ ଦେବାକୁ କହିଥିଲେ । ଗୁଗୁଲ ଦାବି କରି କହିଛି ଯେ, ନ୍ୟାୟଧୀଶ ୨୦ ଏପ୍ରିଲରେ ନିଜ ଆଦେଶରେ ନୂଆ ନିୟମ ଅନୁସାରେ, ସୋସିଆଲ ମିଡିଆ ମଧ୍ୟସ୍ଥ ତଥା ମହତ୍ୱପୂର୍ଣ୍ଣ ସୋସିଆଲ ମିଡିଆ ମଧ୍ୟସ୍ଥ ଅନୁସାରେ, ତା ସର୍ଚ୍ଚ ଇଂଜିନର ଭୁଲ ଚିତ୍ରଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking