38.1 C
Bhubaneswar
Friday, April 26, 2024
Homeଅପରାଧଘରେ ପଶି ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ

ଘରେ ପଶି ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ

ଭଦ୍ରକ : ଦିନକୁ ଦିନ ଦୁଷ୍କର୍ମ ଭଳି ଘଟଣା ବଢିବାରେ ଲାଗିଛି । ଦୁଷ୍କର୍ମକାରୀ ମାନଙ୍କୁ ଯେତେ କଠୋର ଦଣ୍ଡ ଦିଆଗଲେ ମଧ୍ୟ ସେମାନେ ସୁଧୁରିବାର ନାଁ ଧରୁନାହାନ୍ତି । କି ସେମାନଙ୍କ ପାର୍ଦୁଭାବ କମିବାର ନାଁ ଧରୁନି । ଦିନକୁ ଦିନ ବଢିବାରେ ଲାଗିଛି । ତେବେ ନାରୀଟି କେଉଁଠି ବି ନିଜକୁ ସୁରକ୍ଷିତ ବୋଲି ଭାବୁ ନାହିଁ । ସେ ଘରେ ହେଉ କି ବାହାରେ କେଉଁଟି ବି ସୁରକ୍ଷିତ ନୁହେଁ । ତେବେ ପୁଣି ଏଭଳି ଏକ ଲଜ୍ଜା ଜନକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ।
ସୂଚନା ଅନୁଯାୟୀ, , ଗତ ୧୦ ତାରିଖରେ ପୀଡ଼ିତାଙ୍କ ପରିବାର ଲୋକେ ଘରର ନବଜାତ ଶିଶୁର ଏକୋଇଶାରେ ବ୍ୟସ୍ତ ଥିଲେ। ଏଥିଯୋଗୁ ଘରେ ବନ୍ଧୁବାନ୍ଧବଙ୍କ ଗହଳି ଲାଗି ରହିଥିଲା। ଏହି ସମୟରେ ଉକ୍ତ ବାଟ ଦେଇ ଯାଉଥିବା ରପେୟା ପଞ୍ଚାୟତର ଜଣେ ଯୁବକ ତାଙ୍କ ଘରେ ପଶି ଯାଇଥିଲା। ଏହାପରେ ସମ୍ପୃକ୍ତ ନାବାଳିକାଙ୍କୁ ଏକ ରୁମ୍‌କୁ ନେଇ ଯାଇ ଦୁଷ୍କର୍ମ କରିଥିଲେ। ତା’ପରେ ସେ ସେଠାରୁ ଫେରାର ହୋଇଯାଇଥିଲେ।
ନାବାଳିକା ଭୟଭୀତ ହୋଇ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କିଛି କହି ନଥିଲେ। ହେଲେ ଗୁରୁବାର ଦେହ ଖରାପ ହେବାରୁ ସେ ସମସ୍ତ କଥା ମା’ଙ୍କୁ କହିଥିଲେ। ଏହାପରେ ବିଳମ୍ୱିତ ରାତିରେ ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ପରିବାର ଲୋକେ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏ ସମ୍ପର୍କରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking