28.1 C
Bhubaneswar
Saturday, April 27, 2024
Homeଅପରାଧଦୁଷ୍କର୍ମ ପରେ ହତ୍ୟା

ଦୁଷ୍କର୍ମ ପରେ ହତ୍ୟା

ରାୟଗଡ଼ା: ଦିନକୁ ଦିନ ଦୁଷ୍କର୍ମ ହତ୍ୟା ଭଳି ଘଟଣା ବଢିବାରେ ଲାଗିଛି । ତେବେ ଏଭଳି ଏକ ଲଜ୍ଜା ଜନକ ଘଟଣା ରାୟଗଡାରେ ଦେଖିବାକୁ ମିଳିଛି । ଜଣେ ସେବାଶ୍ରମ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଏହି ଘଟଣାକୁ କେନ୍ଦ୍ର କରି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୁକ୍ତକୁ ଗିରଫ ଦାବିରେ ସ୍ଥାନୀୟ ଲୋକ ଥାନା ଘେରାଉ କରିବା ସହ ରାସ୍ତାରୋକ କରିଛନ୍ତି ।
ସୂଚନା ଅନୁସାରେ, ଚନ୍ଦ୍ରପୁର ସରକାରୀ ବାଳିକା ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଙ୍କୁ ନିକଟସ୍ଥ ବାନ୍ଦିରି ଗ୍ରାମର ସେବା ବାକସିଙ୍ଗ୍ ଏକତରଫା ପ୍ରେମ କରୁଥିଲା। ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହେବା ପରେ ଛାତ୍ରୀଙ୍କୁ ଅପହରଣ କରିବା ପାଇଁ ସୁଯୋଗକୁ ଅପେକ୍ଷା କରିଥିଲା। ୨୧ ତାରିଖରେ ଛାତ୍ରୀ ଜଣକ ଧାନକଟା ଛୁଟିରେ ନିଜ ଘର ଚନ୍ଦ୍ରପୁରର ଶାନ୍ତିନଗରକୁ ଯିବା ପାଇଁ ସ୍କୁଲ୍ ସମ୍ମୁଖରେ ଅପେକ୍ଷା କରିଥିଲେ। ଏହି ସମୟରେ ବାକସିଙ୍ଗ୍ ବାଇକରେ ଆସି ଘରେ ଛାଡ଼ିଦେବା ବାହାନା କରି ନେଇଥିଲା। ସ୍କୁଲଠାରୁ ୪ଶହ ମିଟର ଦୂର ଯିବା ପରେ ବାକସିଙ୍ଗ୍ ବାଇକକୁ ଚନ୍ଦ୍ରପୁର ଆଦର୍ଶ ବିଦ୍ୟାଳୟ ପଛପାର୍ଶ୍ବରେ ଥିବା ଜଙ୍ଗଲକୁ ନେଇ ଯାଇଥିଲେ। ସେଠାରେ ପ୍ରେମ ଓ ଶାରୀରିକ ସଂପର୍କ ରକ୍ଷା କରିବାକୁ ନିବେଦନ କରି ବିଫଳ ହେବା ପରେ ଅଭିଯୁକ୍ତ ବାକସିଙ୍ଗ୍ ଏଭଳି ନୃଶଂସ କାଣ୍ଡ ଘଟାଇଛି। ତଣ୍ଟି ଚିପି ହତ୍ୟା କରି ଶବକୁ ଗୋଟିଏ ଗାତରେ ପକାଇ ଅଭିଯୁକ୍ତ ଚାଲି ଯାଇଥିଲା । ୨୧ ତାରିଖ ଦିନ ଝିଅ ଘରେ ନ ପହଞ୍ଚିବାରୁ ବାପା ଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ନିଖୋଜ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଛାତ୍ରୀଙ୍କ କୌଣସି ସନ୍ଧାନ ପାଇନଥିଲା । ଆଜି ସକାଳୁ ଛାତ୍ରୀଙ୍କ ମୃତଦେହ ଜଙ୍ଗଲରେ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିବା ପରେ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ପୋଲିସ ବାକସିଙ୍ଗକୁ ଗିରଫ କରିଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking