34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଆତଙ୍କବାଦୀ ଆକ୍ରମଣ

ଆତଙ୍କବାଦୀ ଆକ୍ରମଣ

ବୁର୍କିନା ଫସୋ: ଆଉ ଦିନ କେଇଟା ପରେ ନୂଆବର୍ଷ । ଏହାକୁ ନେଇ ସବୁଆଡେ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ପଶ୍ଚିମ ଆଫିକ୍ରାର ବୁର୍କିନା ଫସୋ ଦେଶରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୩୫ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ରହିଛନ୍ତି । ତେବେ ସୁରକ୍ଷା କର୍ମୀଙ୍କ ମୁହଁତୋଡ଼ ଜବାବରେ ୮୦ ଆତଙ୍କବାଦୀ ମଧ୍ୟ ନିପାତ ହୋଇଛନ୍ତି । ଦେଶର ରାଷ୍ଟ୍ରପତି ରୋଚ ମାର୍କ କାବୋର ଏହି ସୂଚନା ଦେଇଛନ୍ତି । ଆଫ୍ରିକାର ଏହି ଦେଶରେ ଅନେକ ଆତଙ୍କବାଦୀ ସଂଗଠନ ସକ୍ରିୟ ରହିଥିବା ମଧ୍ୟ ସୂଚନା ରହିଛି ।
ସୂଚନା ଅନୁସାରେ,ମଙ୍ଗଳବାର ବୁର୍କିନା ଫସୋର ଉତ୍ତର ଭାଗରେ ସକାଳୁ ସକାଳୁ ଆତଙ୍କବାଦୀ ଆକ୍ରମଣ କରିଥିଲେ। ସୁରକ୍ଷା କର୍ମୀମାନେ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେଉଥିବା ବେଳେ ୮ ଯବାନ ଶହୀଦ ହୋଇଛନ୍ତି । ଗତ ୫ ବର୍ଷରେ ବୁର୍କିନା ଫସୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ମଧ୍ୟରୁ ଏହା ସବୁଠୁ ବଡ଼ ଆତଙ୍କବାଦୀ ଆକ୍ରମଣ ଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking