ଯାଜପୁର : ବରିଷ୍ଠ ତଥା ବର୍ଷିୟାନ ସାହିତ୍ୟ ସାରସ୍ୱତ ସାଧକ ପ୍ରାଧ୍ୟାପକ ଡ଼ଃ ରମେଶ ଚନ୍ଦ୍ର ବିଶ୍ୱାଳ ଏକ ଅନନ୍ୟ ପ୍ରତିଭାର ସ୍ବାକ୍ଷର ଵୋଲି ରମେଶ ଚନ୍ଦ୍ର ବିଶ୍ବାଳଙ୍କ ସ୍ମୃତିରେ ଚିନ୍ମୟ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ସ୍ମୃତିଚାରଣ ସଭାରେ ଭୁବକ୍ତା ମତ ଓ ମନ୍ତବ୍ୟ ପ୍ରଦାନ କରିଛନ୍ତି।ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ପୌରୋହିତ୍ୟରେ ଆୟୋଜିତ ସ୍ମୃତି ସଭାରେ ଡ଼ଲଫିନ ଡ୍ୟାନ୍ସ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର,ଯୁବ ସାହିତ୍ୟିକ ସୁବ୍ରତ କୁମାର ଜେନା,ଅର୍ଚ୍ଚନା ଦାଶ,ଯୁବ ସଙ୍ଗଠକ ଦୀନଦୟାଲ ଦାଶ, ସାହିତ୍ୟିକ ଭୁପେଶ ମିଶ୍ର,ଭୁବନାନନ୍ଦ ମହାନ୍ତି,ଶିକ୍ଷାବିତ ସରୋଜ କୁମାର ଜେନା,ପ୍ରହଲ୍ଲାଦ ଦାସ ଆଦି ଯୋଗଦାନ କରି ମତବ୍ୟକ୍ତ କରିବା ସହ ତାଙ୍କର ଜୀବନାଦର୍ଶ ଓ ସାହିତ୍ୟ କୃତି ସମ୍ପର୍କରେ ଆଲୋକପାତ କରିଥିଲେ।