29.1 C
Bhubaneswar
Thursday, May 2, 2024
Homeଓଡିଶାଏସ୍‌ବିଆଇ ଏଡିବି ବ୍ୟାଙ୍କ ସାମନାରୁ ୫ ଲକ୍ଷ ଲୁଟି ନେଲେ ଦୁଇ ଦୁର୍ବୁତ୍ତ

ଏସ୍‌ବିଆଇ ଏଡିବି ବ୍ୟାଙ୍କ ସାମନାରୁ ୫ ଲକ୍ଷ ଲୁଟି ନେଲେ ଦୁଇ ଦୁର୍ବୁତ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦିନ ଗୋଟାଏ ସମୟରେ କଲେଜ ଛକ ସ୍ଥିତ ଏଡିବି ଏସ୍‌ବିଆଇ ବ୍ୟାଙ୍କ ସାମନାରୁ ଦୁଇ ଜଣ ଦୁର୍ବୁତ୍ତ ୫ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ସ୍ଥାନୀୟ ଟିକ୍ରାପଡାବାସୀ ସଞ୍ଜୟ ଶତପଥୀ ଓ ତୁଫାନ ସାହୁ ଅଜନ୍ତା ୱାଲ କ୍ଲକ ସଂସ୍ଥାରେ କାମ କରନ୍ତି । ବିଭିନ୍ନ ପାର୍ଟିଙ୍କୁ ପଇସା ଦେବା ଉଦ୍ଦ୍ୟେଶରେ ଆଜି ସଂସ୍ଥାରୁ ତିନି ଲକ୍ଷ ଟଙ୍କା ନେଇ ଏଡିବି ବ୍ୟାଙ୍କକୁ ଯାଇଥିଲେ । ଏଡିବି ବ୍ୟାଙ୍କରୁ ଆହୁରି ଦୁଇ ଲକ୍ଷ ଟଙ୍କା ଉଠାଇ ଥିଲେ । ସମୁଦାୟ ପାଞ୍ଚ ଲକ୍ଷ ଟଙ୍କା ନେଇ ବ୍ୟାଙ୍କ ବାହାରକୁ ଆସୁଥିବା ବେଳେ ହଠାତ ଦୁଇ ଜଣ ଦୁର୍ବୁତ୍ତ ଲାଲକଳା ପଲସର ବାଇକରେ ଆସି ସଂଜୟ ହାତରୁ ବ୍ୟାଗଟି ଲୁଟି ନେଇ ଫେରାର ମାରିଥିଲେ । ସଂଜୟ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସିବା ପରେ ସଂଜୟକୁ ନେଇ ପୋଲିସ ଦୁର୍ବୁତ୍ତମାନେ ଯିବା ରାସ୍ତାରେ ଯାଇ ସେମାନଙ୍କୁ ଧରିବା ପାଇଁ ବିଫଳ ଚେଷ୍ଟା କରିଥିଲା । ପରେ ପରେ ବ୍ୟାଙ୍କ ଓ ଅନ୍ୟାନ୍ୟ ସିସିଟିଭି ଯାଞ୍ଚ କରି ଦୁର୍ବୁତ୍ତଙ୍କ ହୁଲିଆ ଓ ବାଇକ ନମ୍ବର ପାଇ ତନାଘନା ଜାରି ରଖିଛି । ତେବେ ପ୍ରତକ୍ଷ୍ୟଦର୍ଶୀଙ୍କ କହିବା ଅନୁଯାୟୀ ଦୁର୍ବୁତ୍ତ ଦ୍ୱୟ ହେଲମେଟ ପିନ୍ଧି ଥିଲେ, ପଛପଟ ଯୁବକଟି ନାଲିଆ ରଙ୍ଗର ଟିସାର୍ଟ ପିନ୍ଧିଥିବା ବେଳେ ବ୍ୟାଗ ଲୁଟିବା ପରେ କଲେଜ ଛକ ପଟକୁ ଦୃତ ଗତିରେ ପଳାଇଥିବା କୁହାଯାଉଛି ।

ବିଗତ କିଛି ସପ୍ତାହ ହେବ ବଲାଙ୍ଗିରରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ସଂପୁର୍ଣ୍ଣ ଫେଲ ମାରିବାକୁ ବସିଛି । ଦିନ ଦୁଇ ପହରରେ ସହର ଭିତରେ ଲୁଟ୍‌ ତରାଜ, ରାହାଜାନି ତଥା ମର୍ଡର ହେବାକୁ ବସିଲାଣି । ସହରରେ ନିଶା ଟେବଲେଟ୍ ଓ ସିରପ କାରବାର ଜୋର ଧରିଥିବା ଆଲୋଚନା ହେଉଛି । ସହର ଭିତରୁ ହଜାର ହଜାର ବୋଟଲ କଫସିରପ ଧରାପଡୁଛି । ଏପରିକି ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହେବାକୁ ବସିଲାଣି । ଅନ୍ୟ ପଟେ ପୋଲିସ ପ୍ରଶାସନ ନିରୀହ ଜନସାସଧାରଣଙ୍କ ଠାରୁ ଫାଇନ ଅସୁଲିରେ ବ୍ୟ‌ସ୍ତ । ବେଳ ଥାଉ ଥାଉ ସହରରେ ଅପରାଧ ନିୟନ୍ତ୍ରଣ ନ କରାଗଲେ ଆଗାମୀ ଦିନରେ ପରିସ୍ଥିତି ଆହୁରି ଭୟଙ୍କର ହେବ ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking