27.8 C
Bhubaneswar
Friday, April 19, 2024
Homeଓଡିଶା୪ ଦଫା ଦାବି ନେଇ ମା ଧନେଇ ପିଠ ଓ କେନ୍ଦୁଝର ଜିଲ୍ଲାର ସଚେତନ ନାଗରିକଙ୍କ...

୪ ଦଫା ଦାବି ନେଇ ମା ଧନେଇ ପିଠ ଓ କେନ୍ଦୁଝର ଜିଲ୍ଲାର ସଚେତନ ନାଗରିକଙ୍କ ପଦ ଯାତ୍ରା, ଶେଷରେ ଧାରଣା ଓ ଦାବି ପତ୍ର ପ୍ରଦାନ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଲାଇଫ ଲାଇନ କୁହାଯାଉଥିବା ଜାତୀୟ ରାଜପଥର ଦୁରବସ୍ଥା କାରଣରୁ ଘଟୁ ଥିବା ଦୁର୍ଘଟଣା ଯୋଗୁଁ ଯାଉଛି ଅନେକ ଜୀବନ । ସେହିପରି ବେଲଵାହଲି ଠାରେ ସେତୁ ନିର୍ମାଣ କୁ ନେଇ ଦେଖା ଦେଇଥିଲା ଅନେକ ଆଇନ ଶୃଙ୍ଖଳା ହେଲେ ଏହାର ସମାଧାନ ପରେ ଜାତୀୟ ରାଜପଥ ପ୍ରାଧିକାରଣ ଦୀର୍ଘ ବର୍ଷ ପରେ ମଧ୍ୟ କାମ ଶେଷ କରି ପାରିଲା ନାହିଁ । ଅନ୍ୟ ପକ୍ଷରେ ଏହି ସେତୁ ଅସମ୍ପୂର୍ଣ୍ଣ କାରଣରୁ ଦିନ ଦିନ ଧରି ରାସ୍ତା ଜାମ ସାଙ୍ଗକୁ ଅସୁବିଧାରେ ପଡୁଛନ୍ତି କେନ୍ଦୁଝର ବାସୀ । ଅନ୍ୟ ପକ୍ଷରେ ଟୋଲ ଆଦାୟ ବଢି ବଢି ଚାଲିଛି । ଏହାକୁ ବିରୋଧ କରି ଗାନ୍ଧୀ ଜୟନ୍ତୀ ଠାରୁ ମା ଧନେଇ କ୍ଲବ ର ସଦସ୍ୟ ମାନେ 80 କିମି ପାଦରେ ଚାଲି ଚାଲି ଆସି କେନ୍ଦୁଝର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଯାହାକି 12 ତାରିଖ ମଧ୍ୟରେ କିଛି କରାଯିବା ଉଚିତ ନଚେତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିବେ ବୋଲି ଚେତାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking