25.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ରାଜୀବ କୁମାର

ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ରାଜୀବ କୁମାର

ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ନିର୍ବାଚନ ସଦନଠାରେ ଭାରତର ୨୫ ତମ ମୁଖ୍ୟ ନିର୍ବାଚନ କମିଶନର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ରାଜୀବ କୁମାର । ଭାରତର ୨୫ ତମ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ରାଜୀବ କୁମାର। ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ରାଜୀବ କୁମାର କହିଛନ୍ତି ଯେ, ଭାରତୀୟ ସମ୍ବିଧାନ, ଯାହା ଆମ ଗଣତନ୍ତ୍ରକୁ ମଜବୁତ କରିଥାଏ, ତାହା ଦ୍ୱାରା ଉପହାର ଭାବରେ ଦିଆଯାଇଥିବା ଉତ୍ତମ ସଂସ୍ଥାଗୁଡିକ ମଧ୍ୟରୁ ଗୋଟିଏର ନେତୃତ୍ୱ ନେବା ପାଇଁ ଦାୟିତ୍ୱ ଦିଆ ଯାଇଥିବାରୁ ମୁଁ ଗୌରବାନ୍ୱିତ ଅନୁଭବ କରୁଛି । ରାଜୀବ କୁମାର ୧ ସେପ୍ଟେମ୍ବର, ୨୦୨୦ରୁ ଭାରତୀୟ ନିର୍ବାଚନ କମିଶନ (ଇସିଆଇ)ରେ ନିର୍ବାଚନ କମିଶନର ଭାବରେ କାର‌୍ୟ୍ୟ କରି ଆସୁଛନ୍ତି । ନିର୍ବାଚନ କମିଶନର ଭାବରେ ତାଙ୍କର କାର‌୍ୟ୍ୟକାଳ ସମୟରେ, ୨୦୨୦ରେ ବିହାର ରାଜ୍ୟ ବିଧାନସଭା ନିର୍ବାଚନ, କୋଭିଡର ସମସ୍ୟା ଭିତରେ ମାର୍ଚ୍ଚ-ଏପ୍ରିଲ୍ ୨୦୨୧ରେ ଆସାମ, କେରଳ, ପୁଡୁଚେରୀ, ତାମିଲନାଡୁ, ପଶ୍ଚିମବଙ୍ଗ ରାଜ୍ୟରେ ନିର୍ବାଚନ ଏବଂ ଏବେ ୨୦୨୨ର ପ୍ରାରମ୍ଭିକ ପର‌୍ୟ୍ୟାୟରେ ଗୋଆ, ମଣିପୁର, ପଞ୍ଜାବ, ଉତରାଖଣ୍ଡ, ଉତ୍ତରପ୍ରଦେଶରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking